ଭାରତ ୨୦୧୮ରେ ଅଷ୍ଟ୍ରେଲିଆକୁ ଟେଷ୍ଟ ସିରିଜରେ ହରାଇଥିଲା। ଏବେ ଏଡ଼ିଲେଡ଼ ଟେଷ୍ଟ ପୁର୍ବରୁ ନାଥନ ଲାୟନ ଟିମ ଇଣ୍ଡିଆକୁ ଇସାରାରେ ଚେତାବନୀ ଦେଇଛନ୍ତି।

ବର୍ତ୍ତମାନ ଅଷ୍ଟ୍ରେଲିଆ ଟିମ ଅନେକ ଖେଳାଳୀ ଆଘାତ କାରଣରୁ ଚିନ୍ତିତ ଅଛି କିନ୍ତୁ ସିନିୟର ସିନିୟର ଅଫ ସ୍ପିନର ନାଥନ ଲାୟନଙ୍କର ମାନିବା ଅଟେ କି ବର୍ତ୍ତମାନର ଟିମ ବହୁତ ମଝବୁତ ଅଟେ । ଏବେର ଟିମ ୨୦୧୮ର ଟିମଠୁ ଅଧିକ ଭଲ ସ୍ଥିତିରେ ଅଛି ଯେବେ ଭାରତ ଅଷ୍ଟ୍ରେଲିଆକୁ ୨-୧ରେ ହରାଇଥିଲା। ଭାରତ ସହ ଆଗାମୀ ଟେଷ୍ଟ ଶୃଙ୍ଖଳା ଖେଳିବା କୁ ଯାଉଥିବା ନାଥନ ଲାୟନ ଭରଚୁଆଲ ପ୍ରିନ୍ସ କନଫ୍ରେନ୍ସରେ କହିଛନ୍ତି କି “ଆମକୁ ଜଣାଅଛିକି ଭାରତ ବିରୁଦ୍ଧରେ ଆଗାମୀ ଶୃଙ୍ଖଳାରେ କଣ ହୋଇଥିଲା ସେ କେତେ ଭଲ ଖେଳିଥିଲେ। ଆମେ ଏହା ଉପରେ କଥା ହେଇଛୁ ଓ ରଣନୀତି କରିଛୁ”। ସେ କହିଛନ୍ତି ମୁଁ ନିଜେ ରଣନୀତି କହିପାରିବି ନାହିଁ କିନ୍ତୁ ଟିମର ମନୋବଳ ଉଚ୍ଚା ଅଛି ଓ ଆମେ ଦୁଇବର୍ଷ ପୂର୍ବରୁ ଅଧିକ ମଝବୁତ ଅଛୁ। ଏହା ବହୁତ ମଝବୁତ ଓ ମୋମାଞ୍ଚକ ଅଷ୍ଟ୍ରେଲିଆ ଟିମ ଅଟେ।
ଅଷ୍ଟ୍ରେଲିଆ ଟିମ କରିଛି ଟିମ ଇଣ୍ଡିଆକୁ ଘେରିବାର ଯୋଜନା:-
ଲାୟନ କହିଛନ୍ତି,”ଆମେ ଆମ ହୋମୱାକ କରିଛୁ ଓ ଆମେ ଭଲ ପ୍ରଦର୍ଶନ ପାଇଁ ପ୍ରସ୍ତୁତ ଅଛୁ। ଖେଳାଳୀମାନେ ଆଘାତ କାରଣରୁ ବାହାରେ ରହିବା ଆମ ପାଇଁ ନିରାଶଜନକ କାରଣ ଆମକୁ ଜଣାଅଛି ଡେଭିଡ ୱାନର କେତେ ଭଲ ଫର୍ମରେ ଅଛନ୍ତି। ସେ ଏଥିପାଇଁ ଖୁସି ଅଛନ୍ତି କି ତାଙ୍କ ବନ୍ଧୁ ମିଚେଲ ଷ୍ଟାର୍କ ଟିମରେ ଅଛନ୍ତି ଓ ପୁରା ପ୍ରିପେୟାର ଅଛନ୍ତି। ସେ କହିଛନ୍ତି ମୁଁ ପୁରା ପ୍ରସ୍ତୁତ ଅଛି। ସେ କେବଳ ଭଲ ଖେଳାଳୀ ନୁହଁନ୍ତି ଏହା ସହ ଅନ୍ୟ ମାନଙ୍କୁ ମଧ୍ୟ ପ୍ରେରିତ କରିଥାନ୍ତି। ତାଙ୍କ ପାଖରେ ବହୁତ ଅନୁଭବ ଅଛି ସେଠିପାଇଁ ଅଭ୍ୟାସ ନମିଳିଲେ ମଧ୍ୟ କୌଣସି ଫରକ ପଡିବନାହିଁ”।
ଅଷ୍ଟ୍ରେଲିଆର ଵୋଲିଙ୍ଗ ଆକ୍ରମଣ-ସର୍ବଶ୍ରେଷ୍ଠ ଅଟେ:-
ଭାରତ ବିପକ୍ଷରେ ୭ ଥର ପାରିରେ ୫ଟି ଲେଖାଏଁ ୱିକେଟ ନେଇଥିବା ଲାୟନ କହିଛନ୍ତି,”ଆମ ପାଖରେ ଦୁନିଆର ସର୍ବଶ୍ରେଷ୍ଠ ଵୋଲିଙ୍ଗ ଆଟାକ ଅଛି। ଆମକୁ ଏହା ସୁନିଶ୍ଚିତ କରିବାକୁ ହେବ କି ଆମେ ଯେପରି ଭଲ ପ୍ରଦର୍ଶନ କରିପାରିବୁ। ମୋ ପାଇଁ ଏହା ମୋର ସଫଳତା ନୁହେଁ ବରଂ ଟିମରେ ମୋର ଭୂମିକା ଓ ୨୦ ୱିକେଟ ନେବାରେ ସାହାଯ୍ୟ କରିବା ଅଟେ”।

କହିରଖିବୁକି ଲାୟନ ୪୦୦ ଟେଷ୍ଟ ୱିକେଟ ନେବାରୁ ମାତ୍ର ୧୦ ଉଇକେଟ ଦୂରରେ ଅଛନ୍ତି। ସେ ଏହି ସ୍ଥାନରେ ପହଁଚିବା ଵାଲା ସେନ ୱାନଙ୍କ ପରେ ଦ୍ୱିତୀୟ ଅଷ୍ଟ୍ରେଲିଆ ସ୍ପିନର ହେବେ। ସେ କହିଛନ୍ତି,” ମୁଁ ଯେଉଁଠୁ ଆରମ୍ଭ କରିଥିଲି ଓ ଯେଉଁଠି ପହଂଚିଛି ଏହା ବହୁତ ରୋଚକ ଅଟେ। ଆଶା ଅଛିକି ୪୦୦ ୱିକେଟ ପର୍ଯ୍ୟନ୍ତ ପହଁଞ୍ଚିବି। ଭାରତ ଭଳି ଟିମ ବିପକ୍ଷରେ ଵୋଲିଙ୍ଗ କରିବାରେ ରୋମାଂଚକର ହେବ”।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।