ଏଡିଲେଡ଼ରେ ପ୍ରଥମ ଟେଷ୍ଟ ମ୍ୟାଚ ହାରିବା ପରେ ଭାରତୀୟ ଦଳ ରାହାଣେଙ୍କ ଅଧିନତ୍ୱରେ ମେଲବର୍ନରେ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ୮ ୱିକେଟ ହାସଲ କରି ଭଲ ଫେରନ୍ତା କଲେ। ରାହାଣେ ୨୦୧୭ରେ ଅଷ୍ଟ୍ରେଲିଆ ବିରୁଦ୍ଧରେ ଅଧିନାୟକତ୍ୱ କରିଥିଲେ।

ଭାରତୀୟ କ୍ରିକେଟ ଦଳର କାର୍ଯ୍ୟବାହି ଅଧିନାୟକ ‘ଅଜିଙ୍କ୍ୟ ରାହାଣେଙ୍କୁ ଅଷ୍ଟ୍ରେଲିଆର ଦିଗଜ ଅଧିନାୟକ ଇଆନ ଚେପଲ’ଜନ୍ମଜାତ ନେତୃତ୍ୱକର୍ତ୍ତା’କରିଛନ୍ତି। ସେ କହିଲେ କି ମେଲବର୍ନ ଟେଷ୍ଟରେ ଭାରତର ବିଜୟର ଶ୍ରେୟ ବ୍ୟାଟରୁ ତାଙ୍କର ଉପଯୋଗୀ ଯୋଗଦାନ ଛଡା ଚତୁରତା ଭରା ସାହସୀ ଅଧିନାୟକତ୍ୱକୁ ଦିଆଯିବା ଉଚିତ। ଏଡିଲେଡ଼ରେ ପ୍ରଥମ ଟେଷ୍ଟ ମ୍ୟାଚ ହାରିବା ପରେ ଭାରତୀୟ ଦଳ ରାହାଣେଙ୍କ ଅଧିନତ୍ୱରେ ମେଲବର୍ନରେ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ୮ ୱିକେଟ ହାସଲ କରି ଭଲ ଫେରନ୍ତା କଲେ।
ଚେପଲ ଇଏସପିଏନକ୍ରିକଏନଫୋରେ ନିଜ ଧାଡିରେ ଲେଖିଲେ,”ଏଥିରେ କୌଣସି ଆଶ୍ଚର୍ଯ୍ୟ ହେବାର ନାହିଁ କି ରାହାଣେ ମେଲବର୍ନ କ୍ରିକେଟ ଗ୍ରାଉଣ୍ଡରେ ଭଲ ଭାବରେ ଭାରତକୁ ଅଗ୍ରୀମ କରାଇଲେ। ଯିଏ କି ବି ୨୦୧୭ରେ ଧର୍ମଶାଳାରେ ତାଙ୍କୁ ଅଧିନାୟକତ୍ୱ କରୁଥିବାର ଦେଖିଥିବେ ସେ ଚିହ୍ନି ପାରିବେ କି ତାଙ୍କର ଜନ୍ମ କ୍ରିକେଟ ଦଳକୁ ନେତୃତ୍ୱ କରିବା ପାଇଁ ହୋଇଅଛି।”ଧର୍ମଶାଳାରେ ୨୦୧୭ରେ ଅଷ୍ଟ୍ରେଲିଆ ବିରୁଦ୍ଧରେ ଖେଳା ଯାଇଥିବା ଟେଷ୍ଟରେ ଭାରତ ୮ ୱେକେଟରେ ବିଜୟ ହାସଲ କରି ୪ଟି ମ୍ୟାଚ ଥିବା ସିରିଜକୁ ୨-୧ରେ ଜିତିଥିଲା। ଭାରତ ସେତେବେଳେ ମଧ୍ୟ ଲକ୍ଷ୍ୟର ପିଛା କରିଥିଲା ଓ ରାହାଣେ ୩୮ରନ କରି ନଟଆଉଟ ଥିଲେ।

ଚେପଲ ଲେଖିଲେ କି,”ଏମସିଜିରେ ଖେଳା ଯାଇଥିବା ମ୍ୟାଚ ଓ ୨୦୧୭ର ମ୍ୟାଚରେ ବହୁତ ସମାନତା ଅଛି। ପ୍ରଥମ ଏହା କି ଏହି ୨ ବହୁତ ଭଲ ପ୍ରତିଦ୍ୱନ୍ଦୀ ଦଳ ମଧ୍ୟରେ ଖେଳା ଯାଇଥିଲା,ଦ୍ୱିତୀୟ ରବୀନ୍ଦ୍ର ଜାଡେଜା ପ୍ରଥମ ପାଳିରେ ତଳ କର୍ମରେ ଉପଯୋଗୀ ଯୋଗଦାନ ଦେଇଥିଲେ ଓ ତୃତୀୟରେ ରାହାଣେ କମ ଲକ୍ଷ୍ୟର ସାମ୍ନାର ଚାପଥିବା ପରିସ୍ଥିତିରେ ଆକ୍ରମର୍କ ବ୍ୟାଟିଙ୍ଗ କରି ଜରୁରୀ ରନ କରିଥିଲେ। ରାହାଣେ ଧର୍ମଶାଳାରେ ସେବେ ମୋ ଧ୍ୟାନ ନିଜ ଆଡକୁ ଟାଣିଥିଲେ ଯେତେବେଳେ ସେ ନିଜର ପ୍ରଥମ ଟେଷ୍ଟ ମ୍ୟାଚ ଖେଳୁଥିବା ବାମ ହାତୀର ସ୍ପିନର କୁଳଦୀପ ଯାଦବଙ୍କୁ ବଲ ଦେଇଥିଲେ ଯେବେକି ସେତେବେଳେ ଡେଭିଡ଼ ଓ ଷ୍ଟିଭ ସ୍ମିଥ ଶତକୀୟ ଭାଗିଦାରୀ କରି ରଖିଥିଲେ। ମତେ ଲାଗିଲା କି ଏହା ସାହସିକ ପଦକ୍ଷେପ ଥିଲା ଓ ଏହା ବହୁତ ଭଲ ପ୍ରମାଣିତ ହେଲା।”
କୂଳଦୀପ ଯାଦବ ଜଲ୍ଦି ହିଁ ୱାରର୍ନରଙ୍କର ୱିକେଟ ନେଲେ,ଯେଉଁଥିରେ ଅଷ୍ଟ୍ରେଲିଆର ପାଳି ଭାଙ୍ଗିଗଲା। ଚେପଲ ଲେଖିଲେ,”ଏହା ଅଧିନାୟକ ରୂପରେ ରାହାଣେଙ୍କର ସଫଳତାର ଅଂଶ ଥିଲା। ସେ ସାହସୀ ଓ ହୁସିଆର ଅଧିନାୟକ ଅଟନ୍ତି। ଯଦିଓ, ଏହି ଦୁଇ ମହତ୍ତ୍ୱପୂର୍ଣ୍ଣ ଗୁଣ ଛଡା ତାଙ୍କ ନେତୃତ୍ୱରେ ଆଉ ବି କିଛି ଅଛି। ଯେବେ ଜିନିଷ ସହଜରେ ହାତରୁ ଖସିଯାଏ ସେ ସେତେବେଳେ ଶାନ୍ତ ଭାବରେ ରୁହନ୍ତି। ସେ ନିଜ ସାଥିମାନଙ୍କ ଠାରୁ ସମ୍ମାନ ହାସଲ କରିଛନ୍ତି ଯାହାକି ଭଲ ଅଧିନାୟକତ୍ୱର ମହତ୍ତ୍ୱପୂର୍ଣ୍ଣ ଭାଗ ଅଟେ ଓ ସେ ଜରୁରୀ ସମୟରେ ରନ କରନ୍ତି ଯେଉଁଥିରେ ଦଳରେ ତାଙ୍କର ସମ୍ମାନ ବଢ଼ିଯାଏ।”
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।