ଅଷ୍ଟ୍ରେଲିଆ ବନାମ ଭାରତ ୨୦୨୦: ବିରାଟ କୋହଲିଙ୍କ ବିରୁଦ୍ଧରେ ଏହି ହତିଆରର ବ୍ୟବହାର କରିବ ଅଷ୍ଟ୍ରେଲିଆ, ୫ଥର ଫସି ସାରିଛନ୍ତି ଭାରତୀୟ ଅଧିନାୟକ ।

ଟିମ ଇଣ୍ଡିଆର ଅଷ୍ଟ୍ରେଲିଆ ସିରିଜ ୨୭ ନଭେମ୍ବରରୁ ଆରମ୍ଭ ହେବାକୁ ଯାଉଛି। ସିରିଜର ଆରମ୍ଭ ୱାଣ୍ଡେରୁ ହେବ ଯାହା ପାଇଁ ଦୁଇ ଟିମ ପ୍ରସ୍ତୁତି କରୁଛନ୍ତି। ପୂର୍ବ ଗସ୍ତରେ ୱାଣ୍ଡେ ସିରିଜ ଟିମ ଇଣ୍ଡିଆ ନିଜ ନାମରେ କରିଥିଲା। ସେଥିରେ ହିରୋ ରହିଥିଲେ ଏମ୍ ଏସ ଧୋନି ଓ ବିରାଟ କୋହଲି। ଏହି ଦୁହେଁ ଭଲ ପ୍ରଦର୍ଶନ କରି ଟିମକୁ ବିଜେତା କରାଇଥିଲେ। ଏବେ ଧୋନି ସନ୍ୟାସ ନେଇସାରିଲେଣି ତ ପୁରା କାମ ବିରାଟ କୋହଲିଙ୍କର। ଏହି କଥା ଅଷ୍ଟ୍ରେଲିଆ ଟିମ ମ୍ୟାନେଜମେଣ୍ଟକୁ ମଧ୍ୟ ଜଣାଥିବ ଓ ସେ ଏହା ପାଇଁ ନିଜ ରଣନୀତି ପ୍ରସ୍ତୁତି କରୁଥିବେ। ଅଷ୍ଟ୍ରେଲିଆ ଟିମ ପାଖରେ ଏକ ଏମିତି ହତିଆର ଅଛି ଯାହା ବିରାଟ କୋହଲିଙ୍କୁ ମଝିରେ ବହୁତ ଆଘାତ ଦେଇଛି ଓ ୨୭ ନଭେମ୍ବରକୁ ଆରମ୍ଭ ହେବାକୁ ଯାଉଥିବା ୱାଣ୍ଡେ ସିରିଜରେ ମଧ୍ୟ ଅଷ୍ଟ୍ରେଲିଆ ଟିମ ସେହି ଅସ୍ତ୍ରର ବ୍ୟବହାର କରିବ।

Google
ଜାମ୍ପା ଅଟନ୍ତି ବିରାଟ କୋହଲିଙ୍କ ଶିକାରୀ:-

କହିରଖୁଛୁ କି ବିରାଟଙ୍କ ବ୍ୟାଟ ଅଷ୍ଟ୍ରେଲିଆରେ ଭଲ ଚାଲେ।ବିରାଟ କୋହଲିଙ୍କ ଅଷ୍ଟ୍ରେଲିଆରେ ୱାଣ୍ଡେରେ ଔଷତ ୫୦.୧୭ ଅଟେ। ବିରାଟ ୨୬ ପାରିରେ ୧୧୫୪ ରନ କରିଛନ୍ତି ଯେଉଁଥିରେ ୫ ଶତକ ଓ ୪ ଅର୍ଦ୍ଧ ଶତକ ଅଛି। ହେଲେ ବିରାଟଙ୍କ ପାଇଁ ଅଷ୍ଟ୍ରେଲିଆ ଲେଗ ସ୍ପିନର ଆଡାମ ଜାମ୍ପା ବିପଦ ଅଟନ୍ତି। କହିରଖୁଛୁ କି ୱାଣ୍ଡେରେ ଲେଗ ସ୍ପିନର ଜାମ୍ପା ସବୁଠାରୁ ଅଧିକ ୫ ଥର ବିରାଟ କୋହଲିଙ୍କ ୱିକେଟ ନେଇଛନ୍ତି। ବିରାଟଙ୍କୁ ଜାମ୍ପା ୧୪୮ ବଲ ପକେଇ ୧୭୪ ରନ ଖାଇଛନ୍ତି ଓ ୫ଥର ତାଙ୍କ ୱିକେଟ ନେଇଛନ୍ତି। ନିକଟରେ ଭାରତରେ ହୋଇଥିବା ୩ଟି ୱାଣ୍ଡେ ମ୍ୟାଚ ସିରିଜରେ ବିରାଟ କୋହଲିଙ୍କୁ ଜାମ୍ପା ଆଉଟ କରିଛନ୍ତି। ଟି ୨୦ ରେ ମଧ୍ୟ ଜାମ୍ପା ବିରାଟଙ୍କୁ ୨ ଥର ଆଉଟ କରିଛନ୍ତି। ହେଲେ ଭଲ କଥା ଏହା ଯେ ବିରାଟଙ୍କ ଲେଗସ୍ପିନରଙ୍କ ବିରୁଦ୍ଧରେ ଷ୍ଟ୍ରାଇକରେଟ ୧୦୯.୨୫ ଅଟେ ଓ ଔଷତ ମଧ୍ୟ ୬୦ ପରେ। ଏହା ଦେଖିବାକୁ ହେବ ଯେ ଆଗାମୀ ମ୍ୟାଚରେ ବିରାଟ କୋହଲି କିପରି ଅଷ୍ଟ୍ରେଲିଆର ଲେଗ ସ୍ପିନରଙ୍କୁ ଖେଳୁଛନ୍ତି।

Google
ଭାରତ ଅଷ୍ଟ୍ରେଲିଆ ସିରିଜର କାର୍ଯ୍ୟକ୍ରମ:-

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୱାଣ୍ଡେ ସିରିଜର ଆରମ୍ଭ ୨୭ ନଭେମ୍ବରରୁ ହେଉଛି। ଦ୍ୱିତୀୟ ୱାଣ୍ଡେ ୨୯ ନଭେମ୍ବର ଓ ତୃତୀୟ ୨ ଡ଼ିସେମ୍ବରରେ ଖେଳାଯିବ। ୪ ଡିସେମ୍ବରରେ ଟି ୨୦ ସିରିଜ ଆରମ୍ଭ ହେବ। ୬ ଓ ୮ ଡିସେମ୍ବରରେ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ଟି ୨୦ ଖେଳାଯିବ।ଏହାପରେ ୧୭ ଡିସେମ୍ବରରୁ ଟେଷ୍ଟ ମ୍ୟାଚ ଆରମ୍ଭ ହେବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *