ବାବା କା ଢ଼ାବାଙ୍କ ଖାତାକୁ ଆସିଗଲା ତାଙ୍କ ୪୦ ଲକ୍ଷ ଟଙ୍କା, ନୂଆ ଘର ଓ ଢାବା ପାଇଁ ପ୍ରସ୍ତୁତି ଆରମ୍ଭ ।

ବାବା କା ଢ଼ାବାର ମାଲିକ କାନ୍ତା ପ୍ରସାଦ ଓ ତାଙ୍କୁ ସୋସିଆଲ ମିଡିଆରେ ଫେମସ କରାଇଥିବା ୟୁଟୁବର ଗୌରବ ବାସନଙ୍କ ଲଢେଇ ଏବେ ଆଇନ ପାଖରେ ପହଞ୍ଚିଗଲାଣି, ହେଲେ ସତ କଥା କିଛି ଆଉ ହିଁ ଶୁଣାଯାଉଛି । ବାବା ଏବେ ଲକ୍ଷପତି ହୋଇଗଲେଣି । ତାଙ୍କ ଖାତାକୁ ୪୦ଲକ୍ଷ ଟଙ୍କାରୁ ଅଧିକ ଆସିଲାଣି । ଗୌରବ ହିଁ ପରେ ବାବାଙ୍କ ବ୍ୟାଙ୍କ ଖାତା ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

Google
ବାବା ନୂଆ ଘର ନେଲେ:-

ବାବା ଶୁକ୍ରବାର ସନ୍ଧ୍ୟା ବେଳ ଯାଏ କହୁଥିଲେ କି ସେ ଜାଣିନାହାନ୍ତି ତାଙ୍କ ପାଖକୁ କେତେ ଟଙ୍କା ଆସିଛି, ବାବା ନୂଆ ଘର ନେଇଛନ୍ତି,ଏବେ କୁହାଯାଇଛି କି ସେ ନୂଆ ଢ଼ାବା ନେବେ,ଏଥିପାଇଁ ଜାଗା ମଧ୍ୟ ଦେଖାସରିଛି। ଏହି ମାମଲାର ଯାଞ୍ଚ ଚାଲିଛି ଓ ଏକ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି କି ୟୁଟୁବର ଗୌରବ ବାସନ ସୋସିଆଲ ମିଡିଆରେ ପ୍ରଥମେ ନିଜ ଖାତା ସେୟାର କରିଥିଲେ। ହେଲେ ପରେ ସେ ବାବାଙ୍କ ଆକାଉଣ୍ଟ ନମ୍ବର ଦେଇଥିଲେ। ଯେତେବଳେ ସେଥିରେ ୨୦ ଲକ୍ଷରୁ ଅଧିକ ଟଙ୍କା ଆସିଲା ତ ଆକାଉଣ୍ଟ ଫ୍ରିଜ ହୋଇଗଲା। ତାପରେ ଗୌରବ ବାସନ କହିଲେ କି ଏବେ ବାବାଙ୍କ ସାହାଯ୍ୟ କରିବା ବନ୍ଦ କରି ଅନ୍ୟ ଲୋକଙ୍କ ସାହାଯ୍ୟ କରନ୍ତୁ। ୟାଙ୍କର ବହୁତ ସାହାଯ୍ୟ ହୋଇଗଲାଣି।

ୟୁଟୁବର କହିଛନ୍ତି ପ୍ରଥମେ ନିଜ ଆକାଉଣ୍ଟ ନମ୍ବର ଓ ପରେ ପତ୍ନୀଙ୍କ ପେଟିଏମ ନମ୍ବର ଦେଇଥିଲେ ଯେଉଁଥିରେ ସେ ୨ଲକ୍ଷ ବାବାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିଲେ। ହେଲେ ୩୦ ରୁ ୪୦ ହଜାର ଟଙ୍କା ଏବେ ବି ତାଙ୍କ ଆକାଉଣ୍ଟରେ ଅଛି। ଏହି କଥା ମାଲବୀୟ ନଗର ଥାନା ପୁଲିସ ବ୍ୟାଙ୍କ ଖାତା ଯାଞ୍ଚ ପରେ ସାମ୍ନାକୁ ଆସିଛି। ଯାଞ୍ଚରୁ ଜଣାପଡିଛି କି ଗୌରବ ବାସନ କିଛି ସମୟ ପରେ ବାବାଙ୍କ ବ୍ୟାଙ୍କ ଖାତା ନିଜ ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲରୁ ସେୟାର କରିଥିଲେ।

Google
ଗୌରବ ଓ ବାବାଙ୍କ ବ୍ୟାଙ୍କ ଖାତାକୁ ସିଜ କରାଗଲା:-

ସୂତ୍ର ମୁତାବକ ପୁଲିସ ବାବା ଓ ଗୌରବଙ୍କ ବ୍ୟାଙ୍କ ଖାତାକୁ ସିଜ କରିଛି। କାହିଁକିନା ବାବାଙ୍କ ଖାତାକୁ ୪୦ ଲଷ ଟଙ୍କା ଆସିଥିଲା,ପୁଲିସ ତାଙ୍କ ବ୍ୟାଙ୍କ ଖାତାର ପୁରା ଡିଟେଲ ନେଇଛି। ଦକ୍ଷିଣ ଜିଲ୍ଲା ପୁଲିସ ଅଧିକାରୀଙ୍କ କହିବାନୁଯାୟୀ ଗୌରବ ବାସନଙ୍କୁ ପଚରାଉଚରା ପାଇଁ ଏକ ଦୁଇ ଦିନରେ ମାଲବୀୟନଗର ଥାନା ଡ଼କାଯିବ,ତାଙ୍କୁ ପଚରାଉଚରା କରାଯିବ କି ପ୍ରଥମରୁ ବାବାଙ୍କ ଆକାଉଣ୍ଟ ନମ୍ବର ଓ ମୋବାଇଲ ନମ୍ବର କାହିଁକି ସେୟାର କରାଗଲାନାହିଁ। ତାଙ୍କ ବ୍ୟାଙ୍କ ଖାତାରେ ଯେଉଁ ପଇସା ଅଛି ତାହା ବାବାଙ୍କ ଖାତାକୁ କାହିଁକି ଟ୍ରାନ୍ସଫର ହେଲା ନାହିଁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।
ବାବାଙ୍କ ଖାତାରେ ପହଞ୍ଚିଲା ୪୦ ଲକ୍ଷରୁ ଅଧିକ ଟଙ୍କା।ନୂଆ ଘର ଓ ଢାବା ନବାର ପ୍ରସ୍ତୁତି।

Leave a Reply

Your email address will not be published. Required fields are marked *