ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକପ୍ରିୟ ଓ ବହୁଚର୍ଚ୍ଚିତ “ବାବା କା ଢ଼ାବା” ର ମାଲିକ କାନ୍ତା ପ୍ରସାଦଙ୍କ ଅଭିଯୋଗ ପରେ ଦିଲ୍ଲୀ ପୋଲିସ ଫୁଡ଼ ବ୍ଲୋଗର ଓ ୟୁଟୁବର ଗୌରବ ୱାସାନଙ୍କ ବିରୁଦ୍ଧରେ ଧୋକା ମାମଲା ଦାଖଲ କରିଛି। ଦିଲ୍ଲୀର ମାଲବୀୟ ନଗର ପୋଲିସ ଷ୍ଟେସନ ରେ ବାସନଙ୍କ ବିରୁଦ୍ଧରେ ଧାରା ୪୨୦ କେସ ଦାଖଲ କରାଯାଇଛି । ଗୌରବ ୱାସାନ ସେହି ୟୁଟୁବର ଅଟନ୍ତି ଯିଏ କରିଥିବା ଭିଡ଼ିଓ ୟୁଟୁବରେ ଭାଇରାଲ ହୋଇଥିଲା । ଯେଉଁଥିରେ ସେ “ବାବା କା ଢ଼ାବା” ଚଳାଉଥିବା ବୟସ୍କ ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ପାଇଁ ଅନୁରୋଧ କରିଥିଲେ ।

ଡ଼ିସିପି (ଦକ୍ଷିଣ) ଅନୁଲ ଠାକୁର କହିଛନ୍ତି କି କାନ୍ତା ପ୍ରସାଦ ୩୧ ଅକ୍ଟୋବରକୁ ଗୌରବ ବାସନ ନାମକ ବ୍ୟକ୍ତିଙ୍କ ବିରୁଦ୍ଧରେ ଧୋକା ଅଭିଯୋଗ ଦାଖଲ କରିଥିଲେ । ଆରମ୍ଭ ଯାଞ୍ଚ ପରେ ମାଲବୀୟ ନଗର ପୋଲିସ ଷ୍ଟେସନ ଆଇପିଏସି ଧାରା ୪୨୦ ଦାଖଲ ହୋଇଛି ଓ ଯାଞ୍ଚ କରାଯାଉଛି ।
ବାବା ଧୋକା ଦେବା ଓ ତାଙ୍କ ସହ ଚିଟିଙ୍ଗ ଅଭିଯୋଗ କରିଛନ୍ତି:
କାନ୍ତା ପ୍ରସାଦ ତାଙ୍କ ଅଭିଯୋଗରେ କହିଛନ୍ତି କି ଅକ୍ଟୋବର ମାସରେ ଗୌରବ ୱାସାନ ତାଙ୍କୁ ଦେଖା ହୋଇଥିଲେ ଓ ତାଙ୍କୁ ବ୍ୟବସାୟରେ ସାହାର୍ଯ୍ୟ ପାଇଁ ଏକ ଭିଡ଼ିଓ କରିଥିଲେ । ଏହା ପରେ ଭିଡ଼ିଓ ଭାଇରାଲ ହୋଇଗଲା । ବାବା କହିଛନ୍ତି ଗୌରବ ୱାସାନ ଜାଣିଶୁଣି ଡୋନେସନ ପାଇଁ ନିଜ ପରିବାର ଲୋକଙ୍କ ଆକାଉଣ୍ଟ ନମ୍ବର ଓ ମୋବାଇଲ ନମ୍ବର ଦେଇଥିଲେ । ଏହା ପରେ ସେ ସାହାଯ୍ୟ ନାମରେ ଅନେକ ଟଙ୍କା ନେଇଛନ୍ତି ଓ ତାଙ୍କ ସହ ଧୋକା କରିଛନ୍ତି ।
ବାବା ମ୍ୟାନେଜର ଓ ଓକିଲଙ୍କ ସହିତ କଲେ ପ୍ରେସ କଂନଫ୍ରେନ୍ସ କହିଲେ-ମତେ ଗାଳି ଦିଆଯାଉଛି:
ଗୌରବ ୱାସାନଙ୍କ ଉପରେ ବାବା ଅଭିଯୋଗ କରିବା ପରେ ସୋସିଆଲ ମିଡିଆରେ ଏହା ଉପରେ ଅନେକ ପ୍ରତିକ୍ରିୟା ଆସୁଛି । ଅନେକ ୟୁଜର୍ସ ଏହା କହିଛନ୍ତି କି ସେ ଏପରି କରିଛନ୍ତି ଯାହା ପରେ କେହି କାହାକୁ ସାହାଯ୍ୟ କରିବା ପୂର୍ବରୁ ୧୦୦ ଥର ଭାବିବ । ଏହି କଥାକୁ ନେଇ କାନ୍ତା ପ୍ରସାଦ ଶୁକ୍ରବାର କୁ ତାଙ୍କ ମ୍ୟାନେଜର ଓ ଓକିଲଙ୍କ ସହିତ ପ୍ରେସ କଂନଫ୍ରେନ୍ସ କରିଥିଲେ । ବୟସ୍କ ବାବା କହିଛନ୍ତି ୮୦ ବର୍ଷ ବୟସରେ ମତେ ଗାଳି ଦିଆଯାଉଛି । ମୁଁ ଏହି ପର୍ଯ୍ୟନ୍ତ ଆପଣଙ୍କ ପାଇଁ ପହଁଚିଛି । କେହି କହୁଛନ୍ତି ବାବା ଲୋଭି ତ ଆଉ କେହି ଗାଳି କରୁଛନ୍ତି । କେହି କହୁଛନ୍ତି ମ୍ୟାନେଜର ରଖିଦେଲା । ୮୦ ବର୍ଷ ବୟସରେ ଗାଳି ଶୁଣିଛି । ଆଜି ବି ନିଜେ ସକାଳ ୬ ରୁ ଉଠି ଦୋକାନ ଚଳାଇଥାଏ ମୋର ଜମା ବି ଲୋଭ ନାହିଁ ।

ବାବାଙ୍କ ଓକିଲଙ୍କ ଦାବି-ମୋ ପକ୍ଷକାରୀଙ୍କୁ ଏହା ଜଣାନାହିଁ କି ତାଙ୍କ ପାଖରେ କେତେ ଟଙ୍କା ଅଛି:
ପ୍ରେସ କଂନଫ୍ରେନ୍ସରେ ବାବାଙ୍କ ଓକିଲ ଅଭିଯୋଗ କରିଛନ୍ତି କି ବାବାଙ୍କୁ ହିସାବ ଦିଆଯାଇନାହିଁ ଯେବେକି ଗୌରବ ଅନେକ ଲୋକଙ୍କୁ କହିଛନ୍ତିକି ବାବାଙ୍କ ଆକାଉଣ୍ଟକୁ ୨୦ ଲକ୍ଷ ଟଙ୍କା ଆସିଛି । ସେ କହିଛନ୍ତି ଗୌରବଙ୍କୁ କେମିତି ଜଣାପଡିଲା କି ବାବାଙ୍କ ଆକାଉଣ୍ଟକୁ ୨୦ ଲକ୍ଷ ଟଙ୍କା ଆସିଛି । ଯଦି ୨୦ ଲକ୍ଷ ଟଙ୍କା ଆସିଛି ତ ସେହି ପଇସା କାହିଁ? ଓକିଲ କହିଛନ୍ତି କି କାନ୍ତା ପ୍ରସାଦଙ୍କୁ ଜଣା ହିଁ ନାହିଁ ତାଙ୍କ ପାଖରେ କେତେ ଟଙ୍କା ଅଛି କାରଣ ପଇସା କୁହାଯାଉଛି କିଛି ଓ ଦେଖାଯାଉଛି ଅନ୍ୟ କିଛି । ଯଦି ଗୌରବଙ୍କୁ ଲାଗୁଛି କି ସେ ଭୁଲ କରିଛନ୍ତି ତ ସେ ଆସିକି ବାବାଙ୍କ ସହ କଥା ହୋଇ ମାମଲାକୁ ସାମଧାନ କରନ୍ତୁ ।
ୟୁଟୁବର ଅଭିଯୋଗକୁ କଲେ ଖଣ୍ଡନ- କହିଲେ ମତେ ବଦନାମ କରାଯାଉଛି:
ଧୋକା ଦେବା ଓ ସାହାଯ୍ୟ ନାମରେ ପଇସା ଠକିଥିବା ଅଭିଯୋଗକୁ ୟୁଟୁବର ଅସ୍ୱୀକାର କରିଛନ୍ତି ଓ କହିଛନ୍ତି ମତେ ବଦନାମ କରାଯାଉଛି । ସେ କହିଛନ୍ତି ମୋ ଆକାଉଣ୍ଟରେ ଯେଉଁ ୨୫ ଲକ୍ଷ ଟଙ୍କା ଆସିଛି କୁହାଯାଉଛି ତାହା ଭୁଲ, ତାଙ୍କୁ ପଚରାଗଲା କେତେ ଟଙ୍କା ଆସିଛି ତ ସେ କହିଲେ ମୋ ପାଖୁ ୩.୭୮ ଲକ୍ଷ ଟଙ୍କା ଆସିଛି ଯେଉଁଥିରେ ପେଟିଏମ ଟଙ୍କା ବି ସାମିଲ ଅଛି । ସେ ଦାବି କରୁଛନ୍ତି କି ସେ ଦୁଇଟି ଚେକ କାନ୍ତା ପ୍ରସାଦଙ୍କୁ ଦେଇଛନ୍ତି । ଗୋଟେ ଚେକ ଗୋଟେ ଲକ୍ଷର ଓ ଅନ୍ୟଟି ୨.୩୩ ଲକ୍ଷର ଅଟେ । ଯେବେକି ସେ ୪୫ ହଜାର ପ୍ରସାଦଙ୍କ ପେଟିଏମ ଆକାଉଣ୍ଟରେ ଦେଇଛନ୍ତି ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।