“ବାବା କା ଢାବା”ର ମାଲିକ କାନ୍ତା ପ୍ରସାଦଙ୍କ ଆତ୍ମହତ୍ୟାର ଚେଷ୍ଟା, ସୋସିଆଲ ମିଡିଆରେ ମଚିଲା ହଲଚଲ ଦେଖନ୍ତୁ ଭିଡିଓ

Baba ka Dhaba

ସୋସିଆଲ ମିଡ଼ିଆର ପ୍ରତ୍ୟେକ ଦିନ ଅନେକ ଘଟଣା ଭାଇରାଲ ହୋଇଯାଇଥାଏ। କିଛି ଘଟଣା ଲୋକଙ୍କ ଭାଗ୍ୟ ବଦଳାଇଦେଇଥାଏ ତ ଆଉକିଛି ଲୋକଙ୍କୁ ଅସୁବିଧାରେ ପକାଇଦେଇଥାଏ। ସେହି ପରି ପୂର୍ବ ବର୍ଷ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲେ “ବାବା କା ଢାବା”ର ମାଲିକ କାନ୍ତା ପ୍ରସାଦ। ତାଙ୍କ ଅସୁବିଧା ଜଣେ ୟୁଟୁବର ସୋସିଆଲ ମିଡ଼ିଆରେ ଦେଖାଇବା ଦ୍ଵାରା ଲୋକଙ୍କ ସହାୟତାରେ ତାଙ୍କ ଭାଗ୍ୟ ବଦଳିଯାଇଥିଲା କିନ୍ତୁ ଆପଣଙ୍କୁ କହିରଖିବୁ ଏବେ କାନ୍ତା ପ୍ରସାଦ ଜୀବନ ହାରିବା ପାଇଁ ଉଦ୍ୟମ କରୁଥିଲେ। ତାଙ୍କ ଢ଼ାବା ଦିଲ୍ଲୀର ମାଲବୀୟ ନଗରରେ ଅଛି। କଣ ଏପରି ହେଇଥିଲା କେଜାଣି ସେ ନିଶା ସେବନ ପରେ ଅଧିକ ନିଦ ବଟିକା ଖାଇଦେଇଥିଲେ।

Baba ka Dhaba owner Kanta Prasad attempts suicide, admitted to hospital
Google

ଏହା ପରେ ପରିବାର ଲୋକ ତାଙ୍କୁ ମେଡିକାଲ ନେଇଥିଲେ ଓ ଏବେ ସେ ଠିକ ଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ ତାଙ୍କୁ ନୂଆ ବ୍ୟବସାୟ ଦ୍ଵାରା ବହୁତ କ୍ଷତି ସହିବାକୁ ପଡିଥିଲା ଯେଉଁଥିପାଇଁ ସେ ଏପରି କରିଥିବା ଜଣାପଡିଛି। ତାଙ୍କ ପତ୍ନୀ ବାଦାମୀ ଦେବୀ ମଧ୍ୟ କହିଛନ୍ତି ଏପରି ସେ କଣ ପାଇଁ କରିଛନ୍ତି ମତେ ଜଣାନାହିଁ। ଆମେ ସବୁ ବାହାରେ ବସିଥିଲୁ ତାହା ମଧ୍ୟରେ ସେ ଏପରି କାଣ୍ଡ ଘଟାଇଛନ୍ତି। ତାଙ୍କ ସ୍ୱାସ୍ଥ୍ୟ ପୂର୍ଵ ଅପେକ୍ଷା ଭଲ ଥିବା ଡାକ୍ତର କହିଛନ୍ତି କିନ୍ତୁ ସେ ବର୍ତ୍ତମାନ ଭେଣ୍ଟିଲେଟରରେ ଅଛନ୍ତି। ଏହି ଖବର ଏବେ ଭାଇରଲ ହେଉଛି ବୋଲି ଜଣା ଯାଉଛି।

ଏପରି କରିବା ପୂର୍ବରୁ ସେ ନିଶା ଗ୍ରସ୍ତ ଅବସ୍ଥାରେ ଥିବା ଜଣାପଡିଛି। ଏହି ଖବର ପାଇବା ପରେ ପୋଲିସ ଘଟଣାସ୍ଥାନରେ ପହଁଚି ଯାଞ୍ଚ କରିଥିଲା କାନ୍ତାଙ୍କ ପୁଅ କରଣ ମଧ୍ୟ କହିଛନ୍ତିକି ବାପା ମଦ ପିଇବା ପରେ ଅଧିକ ନିଦ ବଟିକା ଖାଇବା ଦ୍ଵାରା ଏପରି ହୋଇଛି। କାନ୍ତା ପ୍ରସାଦ ପ୍ରଥମେ ସାହାଯ୍ୟ କରିଥିବା ୟୁଟୁବର ଗୌରବ ବାସନଙ୍କ ନାମରେ ତାଙ୍କ ପଇସା ଠକିନେଇଥିବା ଅଭିଯୋଗ କରିଥିଲେ କିନ୍ତୁ ଅଳ୍ପ ଦିନ ତଳେ ସେ ଗୌରଭଙ୍କୁ କ୍ଷମା ମାଗୁଥିବାର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *