ବାବା କା ଢ଼ାବାର ମାଲିକ କାନ୍ତା ପ୍ରସାଦ ଦାନରେ ମିଳିଥିବା ପଇସାରେ ମାଲବୀୟ ନଗରରେ ନୂଆ ରେଷ୍ଟୁରାଣ୍ଟ ଖୋଲିଛନ୍ତି ବୋଲି ଜଣା ଯାଇଛି। ଚର୍ଚ୍ଚାରେ ଆସିଥିବା କାନ୍ତା ପ୍ରସାଦ ୟୁଟୁବର ଗୌରବ ବାସନଙ୍କ ଉପରେ ଠକେଇର ଆରୋପ କରିଥିଲେ। ଯାହା ପରେ ସୋସିଆଲ ମିଡିଆରେ କାନ୍ତା ପ୍ରସାଦଙ୍କୁ ବହୁତ ଟ୍ରୋଲ କରାଯାଇଥିଲା। ଏହା ପରେ ସେ ଗୌରବଙ୍କ ଉପରେ ଜୀବନରୁ ମାରିଦେବାର ଆରୋପ କରିଥିଲେ। ଏହି ସବୁ ବିବାଦ ପରେ କାନ୍ତା ପ୍ରସାଦ ନୂଆ ରେଷ୍ଟୁରାଣ୍ଟ ଖୋଲିଛନ୍ତି ବୋଲି ଜଣା।

ଏବେ ଦେଖିବାକୁ ବାକି ରହିଲା ଗୌରବ ବାସନ ତାଙ୍କର ଆମନ୍ତ୍ରଣକୁ ସ୍ୱୀକାର କରୁଛନ୍ତି ନା ନାହିଁ।
ବାବା କା ଢ଼ାବା ର ଖୋଲିଲା ନୂଆ ରେଷ୍ଟୁରାଣ୍ଟ:
ୟୁଟୁବର ଗୌରବ ବାସନଙ୍କ ଉପରେ ପଇସା ଠକେଇର ଅଭିଯୋଗ କରିଥିବା କାନ୍ତା ପ୍ରସାଦ ଦାନରେ ମିଳିଥିବା ପଇସାରେ ମାଲବୀୟ ନଗରରେ ନୂଆ ରେଷ୍ଟୁରାଣ୍ଟ ଖୋଲିଛନ୍ତି। ଏହା ସହିତ ତାଙ୍କର ପୁରୁଣା ଢ଼ାବା ଯାହା ପାଇଁ ସେ ସୋସିଆଲ ମିଡିଆରେ ପହଁଚିଥିଲେ ତାହା ସେହିଭଳି ଚାଲିବ ବୋଲି ବାବା କହିଛନ୍ତି। ଓପନିଙ୍ଗ ଦିନ ମିଡିଆରେ କଥାବାର୍ତ୍ତା ସମୟରେ କାନ୍ତା ପ୍ରସାଦ କହିଥିଲେ କି ସେ ଗୌରବଙ୍କ ଉପରେ ରାଗିନାହାଁନ୍ତି।
କାନ୍ତା ଚାହୁଁଛନ୍ତି ଗୌରବ ତାଙ୍କ ରେଷ୍ଟୁରାଣ୍ଟକୁ ଖାଇବା ପାଇଁ ଆସନ୍ତୁ ଯଦି ସେ ଆସିବେ ସେ ବହୁତ ଖୁସି ହେବେ। ସେ କହିଛନ୍ତି ତାଙ୍କୁ ଆମ ରେଷ୍ଟୁରାଣ୍ଟରେ ସ୍ୱାଗତ। ଏହା ସହିତ ରେଷ୍ଟୁରାଣ୍ଟର ଓପନିଙ୍ଗ ସମୟରେ ତାଙ୍କ ଆଖିରେ ଲୁହ ଆସିଗଲା। ଏହା ସହିତ ସେ ଲୋକଙ୍କୁ ଓ ସୋସିଆଲ ମିଡ଼ିଆକୁ ତାଙ୍କୁ ଏହି ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ଧନ୍ୟବାଦ ମଧ୍ୟ କହିଛନ୍ତି।

କହିରଖିବୁ ୟୁଟୁବର ଗୌରବ ବାସନ ତାଙ୍କ ଢ଼ାବାକୁ ଯାଇଥିଲେ ଓ ଭିଡ଼ିଓ କରି ଲୋକଙ୍କୁ ତାଙ୍କୁ ସହାୟତା କରିବା ପାଇଁ କହିଥିଲେ। ଏହା ପରେ କାନ୍ତା ପ୍ରସାଦ ରାତା ରାତି ପ୍ରସିଦ୍ଧ ହୋଇଗଲେ ଓ ତାଙ୍କୁ ଲକ୍ଷ ଲକ୍ଷ ଟଙ୍କାର ସହାୟତା ମିଳିଲା। ସେହି ପଇସା ଦ୍ଵାରା ସେ ଏକ ନୂଆ ରେଷ୍ଟୁରାଣ୍ଟ ଓପନ କରିଛନ୍ତି।
ଅଳ୍ପ ଦିନ ତଳେ ମିଳିଥିଲା ଧମକ:
ଅଳ୍ପ ଦିନ ତଳେ କାନ୍ତା ପ୍ରସାଦ ଗୌରବ ବାସନ ତାଙ୍କୁ ମାରିବା ପାଇଁ ଚାହୁଁଛନ୍ତି ବୋଲି ଅଭିଯୋଗ କରିବା ସହିତ ଥାନାରେ ମାମଲା ଦାଖଲ କରିଥିଲେ। ସେ କହିଥିଲେ ତାଙ୍କୁ ଏହି ଧମକ ଫୋନରେ ମିଳିଥିଲା। ଏହା ସହିତ ଫୋନରେ କଥା ହେଉଥିବା ବ୍ୟକ୍ତି ନିଜକୁ ଗୌରବ ବାସନଙ୍କ ଭାଇ କହିଥିଲା।

ସେ ଏହା ଉପରେ ଏକ ବୟାନ ଜାରିକରି କହିଛନ୍ତି,”ଆମକୁ ପ୍ରସଙ୍ଗ ଉପରେ କିଛି କହିବାର ନାହିଁ। ଆମେ ଡ଼ରିକି ଯିବୁ ନାହିଁ। ଯେବେ ପର୍ଯ୍ୟନ୍ତ ଆମ ମୃତ୍ୟୁ ଲେଖାଯାଇନାହି ସେବେ ପର୍ଯ୍ୟନ୍ତ ଆମକୁ କେହି ମାରିପାରିବେ ନାହିଁ। ଅଭିଯୋଗ କରିବା ପରେ ଆମକୁ ଆଉ କୌଣସି ଧମକ ମିଳିନାହିଁ। ଦୁଇ ଥର ଧମକ ମିଳିଥିଲା ଥରେ କୁହାଯାଇଥିଲାକି ଆମେ ତମ ଦୋକାନ ଜାଳି ଦେବୁ ଆଉ ଥରେ କୁହାଯାଇଥିଲାକି ତମକୁ ଜୀବନରୁ ମାରି ଦେବୁ”।
କହିରଖିବୁ ତାଙ୍କ ନୂଆ ରେଷ୍ଟୁରାଣ୍ଟର ନାମ ମଧ୍ୟ ବାବାକା ଢ଼ାବା ଅଟେ। ନୂଆ ରେଷ୍ଟୁରାଣ୍ଟରେ ଚାଇନିସ ଖାଦ୍ୟ ମଧ୍ୟ ଦେଖିବାକୁ ମିଳିବ। ତାଙ୍କ ରେଷ୍ଟୁରାଣ୍ଟର ମେନୁ ଦୁଇଦିନ ପରେ ଯାଇ ଆସିବ। ଏହି ରେଷ୍ଟୁରାଣ୍ଟରେ ତିନିଜଣ ଲୋକଙ୍କୁ ରଖାଯାଇଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।