“ବଚପନ କା ପ୍ୟାର” ଗୀତ ଗାଇଥିବା ସହଦେଵଙ୍କୁ ଗିଫ୍ଟରେ ମିଳିଲା ୨୩ ଲକ୍ଷର କାର! କଣ ସତରେ, ଦେଖନ୍ତୁ ଭିଡିଓ

ପୂର୍ଵ କିଛି ଦିନ ହେବ ଏକ ଗୀତ ସୋସିଆଲ ମିଡ଼ିଆରେ ବହୁତ ମାତ୍ରାରେ ଶୁଣିବାକୁ ମିଳୁଛି। ଏହା କୌଣସି ବଲିଉଡ଼ ବା ହଲିଉଡ଼ ଗୀତ ନୁହେଁ ଏହା ବଚପନ କା ପ୍ୟାର ଅଟେ। ଆମେ କହୁଛୁ ସୁକମାର ସହଦେଵଙ୍କ କଥା ଯିଏ ଏହି ଗୀତ ଗାଇ ଇଣ୍ଟରନେଟରେ ଧମାଲ କରିଥିଲେ ଓ ରାତାରାତି ପ୍ରସିଦ୍ଧ ହୋଇଯାଇଥିଲେ। ଏବେ ଏମଜିର ସୋରୁମ ଖୁସି ହୋଇ ତାଙ୍କୁ ୨୧ ହଜାର ଟଙ୍କାର ଚେକଦେଇଛି। ଏମଜି ସହଦେଵଙ୍କୁ ଏହି ସୁନ୍ଦର ଗୀତଟି ଗାଇଥିବାରୁ ସମ୍ମାନିତ କରିଥିଲେ କିନ୍ତୁ ସୋସିଆଲ ମିଡ଼ିଆରେ ସହଦେଵଙ୍କୁ ୨୩ ଲକ୍ଷ ଟଙ୍କାର କାର ଦିଆହୋଇଥିବା କଥା କୁହାଯାଉଛି ଯାହା ମିଛ ଅଟେ। କିନ୍ତୁ ଯେବେ ନ୍ୟୁଜ ରିପୋର୍ଟର ଏମଜି ମୋଟର୍ସର ପ୍ରବକ୍ତାଙ୍କ ସହ କଥା ହୋଇଥିଲେ ସେ କହିଥିଲେ ଏବେ ଏକ ଭିଡ଼ିଓ ଭାଇରାଲ ହେଉଛି ଯେଉଁଥିରେ ଲୋକ ସହଦେବଙ୍କୁ ଗାଡି ଉପହାର ଦିଆଯାଉଥିବା କଥା କହିଛନ୍ତି। ଏମଜି ଏହା ମଧ୍ୟ କହିଛନ୍ତି ଆମେ ସହଦେଵଙ୍କୁ କୌଣସି ଗାଡି ଦେଇନାହୁଁ ବରଂ ଏକ ୨୧ ହଜାର ଟଙ୍କାର ଚେକ ଦେଇଛୁ। ଏମଜି ଆଗକୁ କହିଛନ୍ତି ସୋସିଆଲ ମିଡ଼ିଆରେ ଏକ ଛୋଟ କ୍ଲିପ ଭାଇରାଲ କରାଯାଇଛି ଯାହା ଖୁବ ଭାଇରାଲ ହେଉଛି।

ବଚପନ କା ପ୍ୟାର ଗୀତକୁ ଏବେ ଇଣ୍ଟରନେଟରେ ବହୁତ ପସନ୍ଦ କରାଯାଉଛି ଓ ଏହା ଉପରେ ଅନେକ ପ୍ରକାର ମେମ୍ସ କରାଯାଇ ରିଲ ତିଆରି କରାଯାଉଛି। ଅନେକ ସେଲିବ୍ରେଟି ମଧ୍ୟ ସହଦେଵ ଗାଇଥିବା ଗୀତ ଉପରର ରିଲ କରିଛନ୍ତି। ରାପର ଓ ସିଙ୍ଗର ବାଦସାହା ଏବେ ସହଦେଵଙ୍କ ଦିରଦୋଙ୍କ ସହିତ “ବଚପନ କା ପ୍ୟାର” ଗୀତ ନେଇକି ଆସୁଛନ୍ତି। ଯାହାର ସୁଟିଙ୍ଗ ଶେଷ ହୋଇଯାଇଛି ଓ ଏହି ଗୀତ ୧୧ ଅଗଷ୍ଟକୁ ରିଲିଜ ହେବ ଏବଂ ଏହି ଗୀତରେ ଆସ୍ତା ଗିଲ ମଧ୍ୟ ଅଛନ୍ତି।

ଏହା ପୂର୍ବରୁ ବଲିଉଡ଼ ସିଙ୍ଗର ବାଦସାହା ସହଦେବଙ୍କ ସହିତ ଭିଡ଼ିଓ କଲରେ କଥା ହୋଇଥିଲେ ଓ ତାଙ୍କ ସହ ଭେଟ ପାଇଁ ତାଙ୍କୁ ଚଣ୍ଡୀଗଡ଼ ଡକାଇଥିଲେ। ସହଦେଵଙ୍କ ଏହି ଗୀତରେ ବଲିଉଡ଼ ସେଲିବ୍ରେଟିତ ମୋହିତ ହେଲେ ତା ସହିତ ସୁବେର ମୁଖ୍ୟମନ୍ତ୍ରୀ ଭୁପେସ ବଘେଲ ମଧ୍ୟ ଏହି ଗୀତରେ ମୋହିତ ହୋଇଗଲେଣି। ବିତିଯାଇଥିବା ମଙ୍ଗଳବାରକୁ ବଘେଲ ସହଦେଵଙ୍କୁ ଭେଟିଥିଲେ ଓ ସେହି ଗୀତ ବୋଲିବାକୁ କହିଥିଲେ। ଏହି ଭିଡ଼ିଓକୁ ନିଜେ ଭୁପେସ ବଘେଲ ସୋସିଆଲ ମିଡ଼ିଆରେ ସେୟାର କରିଥିଲେ। ଭିଡ଼ିଓକୁ ସେୟାର କରି ବଘେଲ ଲେଖିଥିଲେ ବିଚପନ କା ପ୍ୟାର ବହୁତ ସୁନ୍ଦର!

କହିରଖିବୁକି ସହଦେଵଙ୍କ ବାପା ଜଣେ କୃଷକ ଅଟନ୍ତି ଓ ତାଙ୍କ ଘରେ ଟିଭି ,ମୋବାଇଲ କିଛି ନାହିଁ। ଅନ୍ୟଜଣେ ପିଲାର ମୋବାଇଲକୁ ଏହି ଗୀତ ଶୁଣି ସେ ସ୍କୁଲରେ ଏହି ଗୀତ ଗାଇଥିଲେ ଯାହା ଆଜି ତାଙ୍କ ପାଇଁ ଏକ ବଡ଼ ଗିଫ୍ଟ ହୋଇ ଫେରିଆସିଛି। ଜୀବନ ବଦଳିବାକୁ ସମୟ ଲାଗିନଥାଏ ବାସ ଜୀବନଙ୍କୁ ବିତାଇବାର ଅଛି। ଅଳ୍ପ ଦିନ ତଳେ ଏକ ଇଣ୍ଟରଭିଉରେ ସହଦେଵ କହିଥିଲେ ସେ ବଡ଼ ହୋଇ ଜଣେ ସିଙ୍ଗର ହେବାକୁ ଚାହୁଁଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *