ଗୁଜୁରାଟ ର ମୋରବି ସହରରେ ରହୁଥିବା ବଚୁଦାଦା ଏକ ଢ଼ାବା ଚଳାନ୍ତି ଯାହାର ନାମ “ବଚୁଦାଦାର ଢ଼ାବା”। ସକାଳ ୧୧ରୁ ସେଠାରେ ଭିଡ଼ ଲାଗିଥାଏ କାରଣ ପୂର୍ଵ ୪୦ ବର୍ଷ ହେବ ବଚୁଦାଦା ବହୁତ କମ ପଇସାରେ ପେଟପୁରା ଖାଇବା ଦେଇଥାନ୍ତି। କେବଳ ଏତିକି ନୁହେଁ ଯାହା ପାଖରେ ପଇସା ନାହିଁ ସେ ବି ଏଠାରେ ମାଗଣାରେ ଖାଇବା ଖାଇଥାନ୍ତି। ୭୨ ବର୍ଷର ବଚୁଦାଦା ଏକାକୀ ହିଁ ଢ଼ାବା ଚଳାଇଥାନ୍ତି। ତାଙ୍କ ଢ଼ାବାକୁ ପ୍ରତିଦିନ ୧୦୦-୧୫୦ ଲୋକ ଆସିଥାନ୍ତି।

୧୦ ଟଙ୍କା ଦେଲେବି ଖୁସିଖୁସି ନେଇଥାନ୍ତି:-
ବଚୁଦାଦା ମୋରବିର ରଙ୍ଗପୁର ଗ୍ରାମର ରହିବା ଵାଲା ଅଟନ୍ତି ଓ ସେ ୩୦-୪୦ ବର୍ଷ ହେବ ମୋରବିରେ ରହୁଛନ୍ତି।ସେ ମୋରବି ସହରର ଷ୍ଟେସନ ପାଖରେ ଏକ ଛୋଟ ଘରେ ରହିଥାନ୍ତି ଓ ସେଇ ପାଖରେ ତାଙ୍କ ଢ଼ାବା ଅଛି। ଢ଼ାବା ବହୁତ ଛୋଟ ଅଟେ କିନ୍ତୁ ଆଜି ଢ଼ାବାର ନାମ ବହୁତ ବଡ଼ ହୋଇଯାଇଛି ,ସେହିପରି ଖାଇବାର ପୁରା ଥାଳିର ଦାମ ୪୦ ଟଙ୍କା ଏହା ନାମ ମାତ୍ର। କାରଣ ଯଦି କାହା ପାଖରେ କମ ପଇସା ଥାଏ ସେ ମାତ୍ର ୧୦-୨୦ ଟଙ୍କା ଦେଲେ ମଧ୍ୟ ବଚୁଦାଦା ତାହାକୁ ଖୁସି ଖୁସି ନେଇଥାନ୍ତି। ଯାହା ପାଖରେ ଜମାବି ପଇସା ନାହିଁ ସେ ମାଗଣାରେ ମଧ୍ୟ ଖାଇପାରିବ।
ଇଚ୍ଛା କେବଳ ଗରିବ ଲୋକଙ୍କ ପେଟ ଭରିବା ଅଟେ:-
ବଚୁଦାଦା କହିଛନ୍ତି ସେ ଥାଳିର ମୂଲ୍ୟ ଏଥିପାଇଁ ୪୦ ରଖିଛନ୍ତି ଯାହା ଦ୍ୱାରା ଖର୍ଚ୍ଚ ସହଜରେ ହୋଇପାରିବ।ଏଥିପାଇଁ ତ ସେ ଆଜି ପର୍ଯ୍ୟନ୍ତ ଏକ ଛୋଟିଆ ଘରେ ରହୁଛନ୍ତି। ବଚୁଦାଦାଙ୍କ ଇଚ୍ଛା କେବଳ ଗରିବ ଲୋକଙ୍କ ପେଟ ଭରିବା ଅଟେ। କେବଳ ଏତିକି ନୁହେଁ ତାଙ୍କ ଥାଳିରେ ତିନୋଟି ସ୍ୱାଦିଷ୍ଟ ତରକାରୀ, ରୁଟି,ଭାତ, ଡାଲି, ପାମ୍ପଡ଼ ଓ ଛାଛ ସାମିଲ ଅଛି। ଯାହା ଆଜିକାଲି ଏକ ସାମାନ୍ୟ ହୋଟେଲରେ ମଧ୍ୟ ୧୦୦ ଟଙ୍କା ଅଟେ।ତାଙ୍କ ଢ଼ାବା ଯେଉଁ ସ୍ଥାନରେ ଅଛି ତାହା ପାଖ ଗ୍ରାମରେ ଅନେକ ଗରିବ ଲୋକ ରହିଥାନ୍ତି ଯାହା ଦ୍ଵାରା ପ୍ରତିଦିନ ୧୦-୧୫ ଗରିବଙ୍କ ପେଟ ପୁରିଯାଇଥାଏ।

ତାଙ୍କ ପାଇଁ ସବୁଠୁ ବଡ଼ କଥା ହେଉଛି ବଚୁଦାଦାଙ୍କ ସ୍ଵଭାଵ ଓ ତାଙ୍କର ଗରିବ ଲୋକଙ୍କ ପ୍ରତି ଭଲପାଇବା। ସେ କହିଥାନ୍ତି କି ତାଙ୍କ ଢ଼ାବାକୁ ଆସିବା ପରେ କେହି ଯେପରି ଭୋକରେ ନଯାଉ। ବଚୁଦାଦାଙ୍କ ପରିବାରରେ ଏକ ଝିଅ କେବଳ ଥିଲା ଯାହାର ବିବାହ ହୋଇସାରିଛି ଓ ସେ ଏବେ ଶଶୁର ଘରେ ଅଛି। ୧୦ ମାସ ହେବ ପତ୍ନୀ ମଧ୍ୟ ମରିଯାଇଛନ୍ତି। ପୂର୍ବରୁ ପତ୍ନୀ ଓ ଝିଅ ମଧ୍ୟ ଢ଼ାବରେ କାମ କରୁଥିଲେ କିନ୍ତୁ ଏବେ ବଚୁଦାଦା ଏକାକୀ ହିଁ ଢ଼ାବା ସମ୍ଭାଳୁଛନ୍ତି।
ମୋରବେର ଯୁବକମାନେ ବଚୁଦାଦାଙ୍କ ଭିଡ଼ିଓ ୟୁଟୁବରେ ସେୟାର କରିଛନ୍ତି:-
ମୋରବେ ସହରରେ ରହୁଥିବା କମଲେସ ମୋଦି ନାମକ ଜଣେ ଯୁବକ ବଚୁଦାଦାଙ୍କ ଭିଡ଼ିଓ ୟୁଟୁବରେ ଅପଲୋଡ଼ କରିଥିଲା। ସେହି ଭିଡ଼ିଓ ରାତାରାତି ସୋସିଆଲ ମିଡିଆରେ ଭାଇରାଲ ହୋଇଗଲା। ବଚୁଦାଦାଙ୍କୁ ଢ଼ାବାରେ ଗ୍ରାହକ ବଢିବାକୁ ଲାଗିଲେ।ପ୍ରଥମେ ୩୦-୪୦ ଜଣ ଲୋକ ଆସୁଥିଲେ। ଏବେ ୧୫୦ ରୁ ଉର୍ଦ୍ଧ ଲୋକ ଆସୁଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।