IPL ୨୦୨୧: ଆର୍ଚ୍ଚରଙ୍କ ପରେ ରାଜସ୍ଥାନ ରୟାଲ୍ସକୁ ଲାଗିଲା ଆଉ ଏକ ବଡ଼ ଝଟକା, ଆଇପିଏଲରୁ ବାହାରିଲେ ଏହି ଧୂଆଁଧାର ଖେଳାଳି।

ରାଜସ୍ଥାନ ରୟାଲ୍ସ ପାଇଁ ବର୍ତ୍ତମାନର ଆଇପିଏଲ ସଂସ୍କରଣରେ ଆଉ ଏକ ଖରାପ ନ୍ୟୁଜ ଆସିପହଁଚିଛି। ଟିମର ଅଲରାଉଣ୍ଡର ବେନ ଷ୍ଟୋକସ ହାତରେ ଫ୍ରେକ୍ଚର ହେବା କାରଣରୁ ଆଇପିଏଲରୁ ବାହାର ହୋଇଯାଇଛନ୍ତି। ଏହା ପୂର୍ଵରୁ ସର୍ଜରି ପାଇଁ ଟିମର ମୁଖ୍ୟ ପ୍ରେସ ବୋଲର ଜୋଫ୍ରା ଆର୍ଚ୍ଚର ଆରମ୍ଭ ମ୍ୟାଚ ମାନଙ୍କରୁ ବାହାର ହୋଇଯାଇଥିଲେ। ରାଜସ୍ଥାନ ରୟାଲ୍ସକୁ ଆଇପିଏଲ ୨୦୨୧ରେ ନିଜର ପ୍ରଥମ ମ୍ୟାଚରେ ପଞ୍ଜାବ କିଙ୍ଗସ ହାତରୁ ପରାଜୟ ମିଳିଛି।

Google

ବ୍ରିଟେନର ନ୍ୟୁଜ ପେପର ଇଣ୍ଡିପେଣ୍ଡେଣ୍ଟର ଖବର ଅନୁସାରେ କ୍ରିସ ଗେଲଙ୍କ କ୍ୟାଚ ଧରିବା ସମୟରେ ତାଙ୍କ ହାତରେ ଆଘାତ ଲାଗିଥିଲା। ସେ ଲଙ୍ଗଅନରୁ ଦୌଡ଼ି କ୍ରିସ ଗେଲଙ୍କ କ୍ୟାଚ ଧରିଥିଲେ। ସେଠି ସେ ପଡିଯାଇଥିଲେ ଓ ତାଙ୍କୁ ଆଘାତ ଲାଗିଥିଲା। ଏହା ପରେ ମଧ୍ୟ ସେହି ମ୍ୟାଚ ଖେଳିଥିଲେ। ବ୍ୟାଟିଙ୍ଗ କରିବା ସମୟରେ ସେ ବିନା ରନରେ ପାରିର ମାତ୍ର ତିନୋଟି ବଲ ଖେଳି ମହମ୍ମଦ ସାମୀଙ୍କ ବଲରେ ଆଉଟ ହୋଇ ପାଭିଲିୟନ ଫେରିଯାଇଥିଲେ।

ନ୍ୟୁଜ ଅନୁସାରେ ବେନ ଷ୍ଟୋକସ ଏବେ ପର୍ଯ୍ୟନ୍ତ ଏକ ସପ୍ତାହ ଇଣ୍ଡିଆରେ ରହିବେ। ଇଂଲିଶ ବୋର୍ଡ ଓ ରାଜସ୍ଥାନ ବୋର୍ଡ ମଧ୍ୟରେ ଆଘାତକୁ ନେଇ କଥାବାର୍ତ୍ତା ଚାଲିଛି। ଗୁରୁବାରକୁ ଷ୍ଟୋକସଙ୍କ ଏକ୍ସରେ କରାଯିବ ଏହା ପରେ ସଠିକ ଖବର ମିଳିବ। ଏହା ପରେ ଯାଇ ଇଂଲିଶ ବୋର୍ଡ ତାଙ୍କୁ ନେଇ କୌଣସି ଫଇସଲା ନେବ। ଭାରତ ବିରୁଦ୍ଧରେ ସିରିଜରେ ପ୍ରେସ ବୋଲର ଜୋଫ୍ରା ଆର୍ଚ୍ଚରଙ୍କୁ ମଧ୍ୟ ଆଘାତ ଲାଗିଥିଲା। ଏହି ବର୍ଷ ଟି-୨୦ ବିଶ୍ୱକପ ହେବ ତେଣୁ ଇଂଲିଶ ବୋର୍ଡ ଷ୍ଟୋକସଙ୍କୁ ନେଇ କିଛି ବି ରିସ୍କ ନେଇପାରିବ ନାହିଁ।

ରାଜସ୍ଥାନ ରୟାଲ୍ସର ଡାଇରେକ୍ଟର ଓ ପୂର୍ଵ ଶ୍ରୀଲଙ୍କାର ମହାନ ଖେଳାଳି କୁମାର ସାଙ୍ଗାକାରା ଅଳ୍ପ ଦିନ ତଳେ କହିଛନ୍ତି ଆର୍ଚ୍ଚରଙ୍କ ସୁସ୍ଥ ହେବାକୁ ନେଇ ଇଂଲଣ୍ଡ କ୍ରିକେଟ ବୋର୍ଡ ସବୁବେଳେ ତାଙ୍କ ସହ ସମ୍ପର୍କରେ ଅଛି। ସେ କହିଲେ କି ଆମେ ଆଇପିଏଲରେ ଏହିପରି ଜିନିଷକୁ ଠିକ ଦୃଷ୍ଟିରେ ଦେଖିନଥାଉ। ଆମେ ଜୋଫ୍ରା ଆର୍ଚ୍ଚରଙ୍କ ଆବଶ୍ୟକତାକୁ ବୁଝିଥାଉ ଓ ଆମେ ଏହି କଥା ବୁଝୁଥାଉ କି ଜୋଫ୍ରା କେବଳ ଆମ ଟିମ ପାଇଁ ନୁହେଁ ସେ ଇଂଲଣ୍ଡ ଟିମ ପାଇଁ ମଧ୍ୟ ମହତ୍ତ୍ୱପୂର୍ଣ୍ଣ ଅଟନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *