‘ବନ୍ଦେ ଉତ୍କଳ ଜନନୀ’ କୁ ମିଳିଲା ରାଜ୍ୟ ସଂଗୀତର ମାନ୍ୟତା । ‘ବନ୍ଦେ ଉତ୍କଳ ଜନନୀ’ ହେଲା ରାଜ୍ୟ ସଂଗୀତ । କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଅମର ସଂଗୀତ ‘ବନ୍ଦେ ଉତ୍କଳ ଜନନୀ’ । କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ବନ୍ଦେ ଉତ୍କଳ ଜନନୀ’ କୁ ରାଜ୍ୟ ସଂଗୀତର ମାନ୍ୟତା ଦିଆ ଗଲା । ରାଜ୍ୟ କ୍ୟାବିନେଟ୍ ବୈଠକରେ ପ୍ରସ୍ତାବକୁ ମିଳିଲା ଅନୁମୋଦନ ।
ଭିଡ଼ିଓ କନଫରେନସିଙ୍ଗ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଅଧକ୍ଷତରେ ବସିଥିଲା ବୈଠକ । ବୈଠକରେ ରାଜ୍ୟ ସଂଗୀତ ସମ୍ପର୍କିତ ଗୋଟିଏ ମାତ୍ର ପ୍ରସ୍ତାବ କୁ ଅନୁମତି ମିଳିଲା । ବୈଠକ ଶେଷରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଅରୁଖଙ୍କ ସୂଚନା ।

‘ବନ୍ଦେ ଉତ୍କଳ ଜନନୀ’ ର ମାନ୍ୟକ୍ରମ:
୧. କାନ୍ତକବିଙ୍କ ସଂପୂର୍ଣ୍ଣ ଗୀତଟି ରାଜ୍ୟ ସଂଗୀତ ଭାବରେ ଗ୍ରହଣ କରାଗଲା ।
୨. ସଂଗୀତ ଗାୟନର ଅନୁମୋଦିତ ସ୍ୱର, ଶୈଳୀ, ରେକର୍ଡିଙ୍ଗ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ଵାରା ପ୍ରସ୍ତୁତ କରାଯିବ ।
୩. ଗାୟନ ଅବଧି, ସ୍ୱର ତଥା ଶୈଳୀ ରେକର୍ଡିଙ୍ଗ ପ୍ରକାରେ ନିର୍ଦ୍ଧାରିତ ହେବ ।
୪. ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ, ବିଧାନସଭା ଅଧିବେଶନରେ ଏହି ସଂଗୀତ ବିନା ବାଦ୍ୟରେ ଗାନ କରାଯିବ ।
୫. ଶିକ୍ଷାନୁଷ୍ଠାନ ତଥା ବିଦ୍ୟାଳୟ ଓ ମହାବିଦ୍ୟାଳୟ, ସଭାସମିତି ଏବଂ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମରେ ବାଦ୍ୟଯନ୍ତ୍ର ସହିତ ଏହାକୁ ଗାନ କରାଯିବ ।
୬. ଉଦଘାଟନୀ, ଉଦଯାପନୀ ଓ ଉଦ୍ବୋଧନୀ ସଂଗୀତ ଭାବେ ଏହାକୁ ଗାନ କରାଯିବ ।
୭. ପୋଲିସ ବ୍ୟାଣ୍ଡ, ବଂଶୀ ଓ ସୀତାର ବାଦ୍ୟଯନ୍ତ୍ରରେ ମଧ୍ୟ୍ୟ ପରିବେଷଣ ହେବ ।
୮. ପ୍ରଚାର ଓ ପ୍ରସାର ପାଇଁ ସୃଜନାତ୍ମକ ପରିବେଷଣ ଉପରେ ଏହି ସଂଗୀତର କଟକଣା ନାହିଁ ।
୯. ବିଦ୍ୟାଳୟ ଓ ମହାବିଦ୍ୟାଳୟର ପାଠ୍ୟକ୍ରମରେ ଏହି ସଂଗୀତକୁ ଅନ୍ତର୍ଭୁକ୍ତ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗକୁ ନିର୍ଦ୍ଧେଶ ।
ରାଜ୍ୟ ସଂଗୀତ ଗାନ ବେଳେ ସମସ୍ତେ ଦଣ୍ଡାୟମାନ ରହିବେ । ବୃଦ୍ଧ, ଭିନ୍ନକ୍ଷମ, ଅସୁସ୍ଥ ଓ ଗର୍ଭବତୀ ନମ୍ର ଭାବରେ ବସି ସମ୍ମାନ ଜଣାଇବେ । ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ, ଏହି ପୋଷ୍ଟକୁ ଅଧିକ ଅଧିକ ସେୟାର କରନ୍ତୁ ।