କୋଲକତାକୁ ହରାଇ ଆରସିବି ରଚିଲା ଇତିହାସ। ପ୍ରଥମ ଥର ପାଇଁ ଆଇପିଏଲର କଲା ଏହି କାରନାମା ଯାହା ୧୩ ବର୍ଷ ଧରି କରିବାରେ ଥିଲା ବିଫଳ।

ରବିବାର ଦିନ ଚେନାଇ ମୈଦାନ ଉପରେ ଡିଭିଲିୟର୍ସ ଆଉ ଗ୍ଲେନ ମ୍ୟାକ୍ସୱେଲଙ୍କର ବ୍ୟାଟିଂ ପୁରା କୋଲକାତା ବୋଲର ମାନଙ୍କର ନିଦ ହଜେଇ ଦେଇଛି। ଚେନ୍ନାଇର ଏମ ଚିଦାମ୍ବରମ ଷ୍ଟାଡିଅମର ସେହି କଷ୍ଟ ୱିକେଟ ଉପରେ ମାତ୍ର ୯ ରନରେ ୨ଟି ୱିକେଟ ପଡିଯାଇଥିଲା। ବିରାଟ କୋହଲି ନିଜର ଦ୍ୱିତୀୟ ଓଭରରେ ହିଁ ଆଉଟ ହେଇଯାଇଥିଲେ ଆଉ ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ରଜତ ପାଟିଦାର କିଛି ସମୟ ମଧ୍ୟରେ ହିଁ ବୋଲଡ଼ ହେଇଗଲେ। ଏହାପରେ ମୈଦାନ ଉପରକୁ ଆସିଲେ ଗ୍ଲେନ ମ୍ୟାକ୍ସୱେଲ ଯିଏ କି ଯୁବ ଦେବଦତ୍ତ ପାଡିକଲଙ୍କ ସହ ମିଶି ୮୫ ରନର ପାର୍ଟନରଶିପ କଲେ। ଏହାପରେ ୨୫ ରନର ବ୍ୟକ୍ତିଗତ ସ୍କୋର କରି ପାଡିକଲ ଆଉଟ ହେବା ପରେ କ୍ରିଜକୁ ଆସିଲେ ଏବି ଡିଭିଲିୟର୍ସ।

Google

ଦୁଇଜଣ ହିଁ ଦୁଇ ପାଖରୁ କୋଲକାତା ବୋଲର ମାନଙ୍କ ଉପରେ ଆକ୍ରମଣ କରିବାକୁ ଲାଗିଲେ। ମାକ୍ସୱେଲ ମାତ୍ର ୨୮ ବଲରେ ନିଜର ଅର୍ଦ୍ଧଶତକ ପୁରା କଲେ ଆଉ ୪୯ ବଲରେ ୭୮ ରନର ବ୍ୟକ୍ତିଗତ ସ୍କୋର କରି ପ୍ୟାଅଭିଲିଅନ ଫେରିଗଲେ ମାତ୍ର ଡିଭିଲିୟର୍ସ ଶେଷ ଯାଏ ରହି କେକେଆର ବୋଲର ମାନଙ୍କର ଧୁଲେଇ କରି ଚାଲିଲେ। ମାତ୍ର ୩୪ ବଲରେ ୭୬ ରନ କରିଥିବା ଡିଭିଲିୟର୍ସଙ୍କର ବ୍ୟାଟିଂ ଦ୍ୱାରା ଚେନ୍ନାଇର ସେହି ପିଚ ଉପରେ ଆରସିବି ୨୦୪ ରନର ବିଶାଳ ସ୍କୋର କଲା। ଏହାର ଜବାବରେ କେକେଆର ଭଲ ଆରମ୍ଭ କରିଥିଲା ମାତ୍ର ଲଗାତାର ୱିକେଟ ପଡିବା ଦ୍ୱାରା ମାତ୍ର ୧୬୬ ରନ ହିଁ କରିପାରିଲା। ଏଥି ସହିତ ଆରସିବି ଏହି ୩ୟ ମ୍ୟାଚରେ ବିଜୟ ଲାଭ କରି ପଏଣ୍ଟ ଟେବୁଲରେ ୧ ନମ୍ବରରେ ରହିଲା।

ଏହା ଆଗରୁ ପ୍ରଥମ ମ୍ୟାଚରେ ସେହି ଚେନ୍ନାଇ ମୈଦାନ ଉପରେ ପୂର୍ବ ବର୍ଷର ଡିପେଣ୍ଡିଙ୍ଗ ଚାମ୍ପିୟାନ ମୁମ୍ବାଇ ଇଣ୍ଡିଆନ୍ସକୁ ହରେଇ ଆରସିବି ନିଜର ଆରମ୍ଭ ବହୁତ ଉନ୍ନତ ଭାବେ କରିଥିଲା। ୧୫୯ ରନର ପିଛା କରୁଥିବା ଆରସିବି ଡିଭିଲିୟର୍ସଙ୍କର ୪୯ ବଳରେ ଏହି ସ୍କୋର ଶେଷ ବଲରେ ଚେସ କରିଦେଇଥିଲା। ପ୍ରଥମ ପାରିରେ ହରସଲ ପଟେଲଙ୍କର ୫ୱିକେଟ ଦ୍ୱାରା ମୁମ୍ବାଇ ମାତ୍ର ୧୫୯ ରନରେ ସୀମିତ ରହିଗଲା।

Google

ଦ୍ୱିତୀୟ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଆରସିବି ୧୪୯ ରନ କରିଥିଲା। ମାକ୍ସୱେଲଙ୍କର ୫୯ ରନ ଦ୍ୱାରା ଆରସିବି ଏକ ସମ୍ମାନଜନକ ରନ ଯାଏ ପହଂଚି ପାରିଲା ଆଉ ଏହି ମ୍ୟାଚ ଏକ ସମୟରେ ହାରିଲା ଭଳି ଲାଗୁଥିଲା ମାତ୍ର ପରେ ବିରାଟ କୋହଲିଙ୍କର ଅତି ଚତୁର କ୍ୟାପ୍ଟଏନ୍ସି ତଥା ବୋଲର ମାନଙ୍କର ଉତ୍ତମ ପ୍ରଦର୍ଶନ ଦ୍ୱାରା ବାଙ୍ଗାଲୋର ଏହି ମ୍ୟାଚରେ ଫେରିଥିଲା। ଆଉ ଦ୍ୱିତୀୟ ମ୍ୟାଚ ୬ ରନରେ ଜିତି ଯାଇଥିଲା।

ଏହା ପ୍ରଥମ ଥର ହେଇଛି କି ୧୪ ବର୍ଷର ଆଇପିଏଲ ଭିତରେ ବାଙ୍ଗାଲୋର ନିଜର ପ୍ରଥମ ତିନୋଟି ଯାକ ମ୍ୟାଚ ଜିତି ଯାଇଛି। ଡିଭିଲିୟର୍ସ ତଥା ମ୍ୟାକ୍ସୱେଲଙ୍କର ଭୂମିକା ଦ୍ୱାରା ଏଯାଏ ପହଁଚିଥିବା ଟିମ ଏବର୍ଷ ପ୍ଲେ ଅଫରେ ପହଂଚିବା ଭଳି ଲାଗୁଛି। ଏହା ଆଗରୁ ବି ୨୦୨୦ ମସିହାରେ ଆରସିବି ପ୍ଲେ ଅଫ ଯାଏ ଯାଇଥିଲା ଆଉ ଏବର୍ଷ ବି ଯିବାର ସମ୍ଭାବନା ଅଛି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *