IPL ୨୦୨୧: ପ୍ରଥମ ମ୍ୟାଚରେ ଚମ୍ପିୟାନ ମୁମ୍ବାଇକୁ ହରାଇଲା ବାଙ୍ଗାଲୋର, ଏହି ଦୁଇ ଷ୍ଟାର ଖେଳାଳି MI ହାତରୁ ଛଡ଼ାଇ ନେଲେ ମ୍ୟାଚ।

ବିରାଟ କୋହଲିଙ୍କ ଦଳ ଆରସିବି ୧୪ ତମ ସଂସ୍କରଣର ପ୍ରଥମ ମ୍ୟାଚ ବିଜୟ ସହ ଆରମ୍ଭ କରିଛି। ପୂର୍ବ ବର୍ଷର ବିଜେତା ମୁମ୍ବାଇକୁ ୨ ୱିକେଟରେ ହରାଇଛି। ଆରସିବିର ପ୍ଲେୟର ଏବି ଡିଭିଲିୟର୍ସ ପୁଣି ଦେଖେଇଲେ ଯେ କଣ ପାଇଁ ତାଙ୍କୁ ମ୍ୟାଚ ୱିନର ବୋଲି କୁହାଯାଏ। ଡିଭିଲିୟର୍ସ ୫ ନମ୍ବରରେ ବ୍ୟାଟିଂ କରିବାକୁ ଆସି ୨୭ ବଲରେ ୪ଟି ଚୌକା ଏବଂ ଦୁଇଟି ଛକା ସହ ୪୮ ରନ କରି ବିଜୟର ମୁଖ୍ୟ ଭୂମିକା ଗ୍ରହଣ କଲେ। ଶେଷ ଓଭରର ଚତୁର୍ଥ ବଲରେ ସେ ରନ ଆଉଟ ହୋଇଯାଇଥିଲେ।

Google

୧୬୦ ରନର ଲକ୍ଷ୍ୟ କରୁଥିବା ଆରସିବି ୧୦୬ ରନର ନିଜର ୫ୱିକେଟ ହରେଇଦେଇଥିଲା। ଏହା ପରେ ଏବି ଡିଭିଲିୟର୍ସ ମ୍ୟାଚ ୱିନିଂ ଏପରି ଖେଳି ମ୍ୟାଚ ଜିତାଇଦେଲେ। ତାଙ୍କ ଛଡା ଗ୍ଲେନ ମାକ୍ସୱେଲ ୩୯ ଏବଂ କ୍ୟାପଟେନ କୋହଲି ୩୩ ରନ ବନେଇଥିଲେ।

ଟସ ଜିତି ବୋଲିଂ କରିବାକୁ କୋହଲି ନିର୍ଣ୍ଣୟ ନେଇଥିଲେ। ହରସଲ ପଟେଲ ମ୍ୟାଚ ୱିନିଂ ବୋଲିଂ କରିଥିଲେ। ହରସଲ ପଟେଲ ୨୭ ରନ ଦେଇ ୫ ଟି ୱିକେଟ ଅକ୍ତିଆର କରିଥିଲେ। ମୁମ୍ବାଇ ବିରୁଦ୍ଧରେ ଏହା କେଉଁ ବି ବୋଲରର ଭଲ ପଦର୍ଶନ ଅଟେ।

Google

ମୁମ୍ବାଇ ପକ୍ଷରୁ କ୍ରିସ ଲିନ ୩୫ ବଲରେ ୪ଟି ଚଉକା ଏବଂ ୩ଟି ଛକା ସହ ୪୯ ରନ ବନେଇଥିଲେ। ଏହା ଛଡା ସୂର୍ଯ୍ୟ କୁମାର ଯାଦବ ୨୩ ବଲରେ ୩୧, ରୋହିତ ଶର୍ମା ୧୫ ବଲରେ ୧୯ ବନେଇଥିଲେ। ରୋହିତ ରନ ଆଉଟ ହେବା ପରେ ସୂର୍ଯ୍ୟ କୁମାର ଯାଦବ କ୍ରିଜକୁ ଆସି କିଛି ଭଲ ସର୍ଟ ମାରିଥିଲେ। ସୂର୍ଯ୍ୟ କୁମାର ଯାଦବ ୩୧ ରେ ଯେମିଶନଙ୍କ ବଲରେ ଆଉଟ ହୋଇଥିଲେ।

Google

ଏହା ଛଡା ହାର୍ଦିକ ପାଣ୍ଡ୍ୟା ୧୦ ବଲରେ ୧୩,ଇଶାନ କିଷାନ ୧୯ ବଲରେ ୨୮ ତାହାପରେ କ୍ରୁନାଲ ପାଣ୍ଡ୍ୟା ୭ ଏବଂ ପୋଲର୍ଡ଼ ୭ କରି ଆଉଟ ହୋଇଥିଲେ। ପ୍ରଥମ ମ୍ୟାଚ ମୁମ୍ବାଇ ପକ୍ଷରୁ ଖେଳୁଥିବା ଯୁବ ଖେଳାଳି ମାର୍କୋ ଜେନସନ ହରସଲ ପଟେଲଙ୍କୁ ହାଟ୍ରିକ ନେବାକୁ ଦେଇନଥିଲେ ହେଲେ ତା ପର ବଲରେ ଆଉଟ ହୋଇଯାଇଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *