ବାଂଲାଦେଶ କ୍ରିକେଟରଙ୍କୁ ଜୀବନରୁ ମାରିଦେବା ପାଇଁ ଆସିଲା ଧମକ, କାଳୀପୂଜାରେ ସାମିଲ ହେବାରୁ ମିଳିଲା ଧମକ ।

Bangladesh star all-rounder Shakib Al Hasan Gets death threats Over Attending Hindu Ceremony, Shakib Al Hasan, Cricket, Bangladesh, Kolkata, Nitidina

ନଭେମ୍ବର 12 ରେ ଏକ ହିନ୍ଦୁ ଦେବୀଙ୍କୁ ସମର୍ପିତ କୋଲକାତାରେ ଏକ ସମାରୋହରେ ଯୋଗଦେବା ପରେ 33 ବର୍ଷୀୟା ବାଂଲାଦେଶର କ୍ରିକେଟର ଅଲରାଉଣ୍ଡର ଶାକିବ ଅଲ ହସନଙ୍କୁ ଫେସବୁକରେ ଜୀବନରୁ ମାରିଦେବାର ଧମକ ଦିଆଯାଇଛି । ଶାକିବ ଅଲ ହସନ କଲିକତାରେ କାଳୀପୂଜା କରିବା ପାଇଁ ପହଞ୍ଚିଥିଲେ ଓ ଏହି କାରଣରୁ ତାଙ୍କୁ ଜୀବନରୁ ମାରିଦେବା କଥା କୁହାଯାଇଥିଲା । ମୋହସିନ ତାଲୁକାତାର ନାମକ ଜଣେ ବ୍ୟକ୍ତି ନିଜର ଫେସବୁକ ଏକାଉଣ୍ଟରେ ଲାଇଭ ଭିଡିଓ କରୁଥିବା ସମୟରେ ଶକିବ ଅଲ ହସନଙ୍କୁ ଜୀବନରୁ ମାରିଦେବେ ବୋଲି ଧମକ ଦେଇଥିଲେ । ତାଙ୍କୁ ଧମକ ଦେବା ପରେ ବାଂଲାଦେଶ ତାରକା ଅଲରାଉଣ୍ଡର ଶାକିବ ଅଲ ହାସନଙ୍କୁ ଏକ ସଶସ୍ତ୍ର ଅଙ୍ଗରକ୍ଷୀ ଦିଆଯାଇଛି ।

Shakib Al Hasan Gets Armed Bodyguard After Threats Over Attending Hindu Ceremony
Google

ନିଜର ପରିଚୟ ବିଷୟରେ କହି ମୋହସିନ କହିଲେକି ଯଦି ତାଙ୍କୁ ଏହି ଖେଳାଳିଙ୍କର ଜୀବନ ନେବାକୁ ଢାକା ଯିବାକୁ ପଡେ ତେବେ ସେ ନିଶ୍ଚୟ ଯିବେ । ଶକିବଙ୍କ ଉପରେ ଫିକ୍ସିଙ୍ଗ ମାମଲା ଯୋଗୁଁ ପ୍ରତିବନ୍ଧକ ଲାଗିଥିଲା । ଏହା ୨୯ ଅକ୍ଟୋବରରେ ଶେଷ ହୋଇଛି । ଜୀବନରୁ ମାରିଦେବାର ଧମକ ଦେଇଥିବା ବ୍ୟକ୍ତି ଶକିବ ଅଲ ହସନଙ୍କ ଉପରେ ଈର୍ଷାନିନ୍ଦା ଆରୋପ ଲଗାଇଛନ୍ତି । ଦିନିଆ ଆନ୍ତର୍ଜାତୀୟ ସ୍ତରରେ ଶାକିବ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦର ଶୀର୍ଷ ମାନ୍ୟତା ବିଶିଷ୍ଟ ଅଲରାଉଣ୍ଡର ।

ବାଂଲାଦେଶର ସିଲହଟ ସହରର ମୋହସିନ ତାଲୁକଦାର ଏହି ଧମକ ଦେଇଥିଲେ । ମୋହସିନ ତାଲୁକଦାର କହିଲେକି ଶକିବଙ୍କର ହରକତ ମୁସଲିମମାନଙ୍କୁ ଅପମାନ କରିଛି । ମୋହସିନ କହିଲେକି ଶକିବଙ୍କୁ ଯଦି ମାରିବା ପାଇଁ ଢାକା ଯିବାକୁ ପଡେ ତେବେ ସେ ନିଶ୍ଚୟ ଯିବେ । ଏହାପରେ ଶକିବ-ଅଲ ହସନ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି କ୍ଷମା ମାଗିଛନ୍ତି । ଧାର୍ମିକ ଭାବନାକୁ ଆଘାତ ଦେଇଥିବାରୁ ସୋସିଆଲ ମିଡିଆରେ ଶାକିବଙ୍କୁ ଧମକ ଦେଇଥିବା ବ୍ୟକ୍ତିଙ୍କୁ ମଙ୍ଗଳବାର ପୋଲିସ ଗିରଫ କରିଛି ।

ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଏକ ଭିଡିଓରେ ଶକିବ କହିଲେକି,’ ଏକ ଗର୍ବିତ ମୁସଲମାନ ରୂପରେ ମୁଁ ଆପଣ ସମସ୍ତଙ୍କୁ କ୍ଷମା ମାଗୁଛି, ଯଦି ମୁଁ ଆପଣମାନଙ୍କର ଭାବନାକୁ ଆଘାତ ପହଞ୍ଚାଇଛି ।’ ଶକିବ ଅଲ ହସନ କହିଲେକି ସେ ପୂଜାର କାର୍ଯ୍ୟକ୍ରମକୁ ଉଦଘାଟନ କରୁନଥିଲେ । ମୁଁ କେବଳ କାର୍ଯ୍ୟକ୍ରମରେ ଭାଗ ନେଇଥିଲି । ଯଦି ଆପଣର ନିମନ୍ତ୍ରଣ କାର୍ଡ ଦେଖିବେ ତେବେ ଆପଣଙ୍କୁ ଜଣାପଡିଯିବ । ପଶ୍ଚିମବଙ୍ଗର ମନ୍ତ୍ରୀ ଶ୍ରୀ ଫରହଦ ହାକିମ ନାମକ ଜଣେ ମନ୍ତ୍ରୀ ମୋର ଯିବା ପୂର୍ବରୁ ସେ ଉଦଘାଟନ କରିସାରିଥିଲେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *