ବଡ଼ ଖବର: ବ୍ୟାଙ୍କରୁ ଲୋନ ଆଣିଥିଲେ ମରିଗଲା ପରେ କିଏ ସୁଝିବ ଟଙ୍କା? ଜାଣି ନିଅନ୍ତୁ ନୂଆ ନିୟମ

ଲୋନ କରିବା କୌଣସି ଖୁସିର କଥା ହୋଇନଥାଏ କୌଣସି ଲୋକ ଚାହିଁନଥାଏ ଲୋନ କରିବା ପାଇଁ। ସେ କୌଣସି ଅସୁବିଧା ବା ଆବଶ୍ୟକତା ପାଇଁ ହିଁ ଲୋନ କରିବା ପାଇଁ ବାଧ୍ୟ ହୋଇଥାଏ। କେହି ଘର ପାଇଁ, କିଏ ବ୍ୟବସାୟ ପାଇଁ ତ କେହି ଗାଡ଼ି କିଣିବା ପାଇଁ ବ୍ୟାଙ୍କରୁ ଲୋନ ଆଣିଥାନ୍ତି। ଆପଣଙ୍କ ମନରେ ଏହି ପ୍ରଶ୍ନ ନିଶ୍ଚୟ କେବେ ନା କେବେ ଆସିଥିବ କି ଯଦି ଲୋନ ଆଣିଥିବା ବ୍ୟକ୍ତି ମରିଯିବ ତେବେ ପଇସା ବ୍ୟାଙ୍କ କିପରି ଆଦାୟ କରିଥାଏ। ଆପଣଙ୍କୁ କହିରଖିବୁ ଲୋନ ଅନେକ ପ୍ରକାର ଅଛି କିଛି ଲୋନ ଏପରି ଅଛି ଯେଉଁଥିରେ ପରିବାର ଲୋକଙ୍କୁ ଲୋନ ସୁଝିବାକୁ ପଡିଥାଏ।

Google

ଏହା ବିଷୟରେ ଜାଣିବା ପାଇଁ ହେଲେ ପ୍ରଥମେ ଲୋନ ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ଜାଣିବା ଆବଶ୍ୟକ। କାରଣ ଲୋନ ସବୁ ସମାନ ହୋଇନଥାଏ। ସୂଚନା ଅନୁସାରେ ଲୋନକୁ ଦୁଇ ଭାଗରେ ବଣ୍ଟାଯାଇଛି ଯଥା ସୁରକ୍ଷିତ ଲୋନ ଓ ଅସୁରକ୍ଷିତ ଲୋନ। ଏହା ମଧ୍ୟ କହିରଖିବୁ ସୁରକ୍ଷିତ ଲୋନରେ ଗାଡି କିଣା ଲୋନ ଓ ଘର ଲୋନ ଥିବାବେଳେ ଅସୁରକ୍ଷିତ ଲୋନରେ କୌଣସି ବ୍ୟକ୍ତିର ନିଜସ୍ୱ ଲୋନ ଯେପରି କ୍ରେଡିଟ କାର୍ଡ ଇଏମଆଇ ରହିଥାଏ।

ତେବେ ପ୍ରଥମେ ଜାଣିରଖନ୍ତୁ ସୁରକ୍ଷିତ ଲୋନରେ କଣ ରହିଛି ପଲିସି। ଏହି ଲୋନ ଘର ଲୋନ ଓ ଗାଡି ଲୋନରେ ଅନ୍ତର୍ଭୁକ୍ତ।ଯଦି କୌଣସି ଲୋକ ଘର ଲୋନ କରିଥାଏ ଓ ଲୋନ ସୁଝିବା ପୂର୍ବରୁ ମରିଯାଇଥାଏ ତେବେ ବ୍ୟାଙ୍କ ତାଙ୍କ ଘର ଲୋକଙ୍କୁ ଲୋନ ସୁଝିବାକୁ କହିଥାଏ ଯଦି ସେମାନେ ମନାକରନ୍ତି ତେବେ ସେହି ଘରକୁ ନିଲାମୀ କରି ବ୍ୟାଙ୍କ ପଇସା ଆଦାୟ କରେ। ସେହି ପରି ଗାଡି ଲୋନରେ ମଧ୍ୟ ହୋଇଥାଏ ଯଦି ଗାଡି ଲୋନ କରିଥିବା ଲୋକ ମରିଯାଇଥାଏ ତେବେ ସେହି ଗାଡିକୁ ନିଲାମୀ କରି ବ୍ୟାଙ୍କ ତାର ଲୋନ ଆଦାୟ କରେ।

Google

ଏବେ ଜାଣିବା ଅସୁରକ୍ଷିତ ଲୋନର ପଲିସି। ଏହି ଲୋନ ସୁରକ୍ଷିତ ଲୋନ ପରି ହୋଇଥାଏ ଏହି ଲୋକ କ୍ରେଡିଟ କାର୍ଡ ଦ୍ଵାରା କରାଯାଉଥିବା ଲୋନ ଅଟେ। ଯଦି ଏହି ଲୋନ କରିଥିବା ବ୍ୟକ୍ତି ମରିଯାଏ ତେବେ ବ୍ୟାଙ୍କ ଘରଲୋକଙ୍କୁ ପଇସା ଦେବାପାଇଁ କହିପାରିବନାହିଁ। ଏପରି ପରିସ୍ଥିତିରେ ବ୍ୟାଙ୍କ ପଇସା ପାଇପାରିନଥାଏ ସେ ଏହାକୁ ଏନପିଏ ଆକାଉଣ୍ଟରେ ରଖିଥାନ୍ତି।

ଏହାକୁ ସେୟାର କରନ୍ତୁ। ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *