ଓଲିଉଡର ଷ୍ଟାର ଅନୁଭବ ମହାନ୍ତି ଓ ଓଲିଉଡର ବିଉଟି କୁଇନ ବର୍ଷା ପ୍ରିୟଦର୍ଶିନୀଙ୍କ ଜୀବନରେ ଉଠିଛି ଝଡ । ଯାହା ଆପଣଙ୍କୁ ସିନେମାର କାହାଣୀ ଭଳି ଲାଗିବ, ହେଲେ ଏହା କୌଣସି ଫିଲ୍ମର କାହାଣୀ ନୁହେଁ ଏହା ସତ୍ୟ କଥା । ଅନୁଭବଙ୍କ ପତ୍ନୀ ତଥା ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଆଣିଛନ୍ତି ଘରୋଇ ହିଂସା ଓ ମାନସିକ ଅତ୍ୟାଚାର ଭଳି ସାଂଘାତିକ ଅଭିଯୋଗ । ଏଥିପାଇଁ କୋର୍ଟର ଦ୍ୱାରସ୍ଥ ହୋଇ ଭରଣ ପୋଷଣ ଦାବି କରିବା ସହ ସେ ନ୍ୟାୟ ମାଗିଛନ୍ତି । ହେଲେ ଏହି କେସରେ ସାଂସଦ ଅନୁଭବ ମହାନ୍ତି କହିଛନ୍ତି ଯେ, ଏପର୍ଯ୍ୟନ୍ତ ତାଙ୍କୁ କୌଣସି ଲିଗାଲ ନୋଟିସ ଆସି ନାହିଁ ।

ଅନୁଭବ ଅନେକ ଝିଅଙ୍କ ସହ ସମ୍ପର୍କ ରଖିଥିବା ଅଭିଯୋଗ କରିଛନ୍ତି ବର୍ଷା । ବର୍ଷା କହିଛନ୍ତି, ମଦ୍ୟପାନ କରି ଅଶାଳୀନ ବ୍ୟବହାର କରନ୍ତି । ଆତ୍ମହତ୍ୟାର ଧମକ ଦେଇଥିଲେ, ହାତ କାଟି, ଛାତିରେ ଛୁରୀ ଲଗାଇ ବାହା ହେବାକୁ ବାଧ୍ୟ କରିଥିଲେ ଅନୁଭବ ।
ଓଲିଉଡର ସୁପରଷ୍ଟାର ଯୋଡ଼ି ବର୍ଷା-ଅନୁଭବଙ୍କ ଜୀବନ କାହାଣୀରେ ଏଭଳି ଏକ ଝଡ଼ ଉଠିଛି, ଯାହା ଶୁଣିଲେ ହୁଏତ ଲାଗିପାରେ ଏହା କୌଣସି ଫିଲ୍ମର ଦୃଶ୍ୟ, କିନ୍ତୁ ଏହା କୌଣସି କାଳ୍ପନିକ କାହାଣୀ ହୋଇ ରହିନାହିଁ । ଚର୍ଚ୍ଚିତ ଯୋଡ଼ିଙ୍କ ଘରେ ଉଠିଥିବା ଝଡ଼ ଏବେ କୋର୍ଟ-କଚେରୀ ଦେଇ ଏକ ଭିନ୍ନ ମୋଡ଼କୁ ପହଁଚି ସାରିଛି ।
ଓଲିଉଡ କୁଇନ୍ ବର୍ଷା ପ୍ରିୟଦର୍ଶିନୀ ଏବେ ନ୍ୟାୟ ମାଗୁଛନ୍ତି । କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ନାଁରେ ଭରଣପୋଷଣ ମାମଲା ମଧ୍ୟ ରୁଜୁ କରିଛନ୍ତି ପତ୍ନୀ ବର୍ଷା ପ୍ରିୟଦର୍ଶିନୀ । କଟକ SDJM କୋର୍ଟରେ ଘରୋଇ ହିଂସା ଆଇନର ବିଭିନ୍ନ ଧାରାରେ ମାମଲା ରୁଜୁ ହୋଇଛି । ଏଥିସହ ସେ କ୍ଷତିପୂରଣ, ଭରଷପୋଷଣ, ଘରଭଡ଼ା, ଚିକିତ୍ସା ଆଦି ଖର୍ଚ୍ଚ ଦାବି କରିଛନ୍ତି ବର୍ଷା । ଏଥିରେ ସେ ଘରଭଡ଼ା ବାବଦରେ ୨୦ ହଜାର, ମାସିକ ଭରଣପୋଷଣ ପାଇଁ ୫୦ ହଜାର, କ୍ଷତିପୂରଣ ବାବଦରେ ୧୩ କୋଟି, ଚିକିତ୍ସା ଓ ରୋଜଗାର ହରାଇଥିବାରୁ ୨ କୋଟି କ୍ଷତିପୂରଣ ଦାବି କରିଛନ୍ତି ।

ଅନୁଭବ ମହାନ୍ତି ମଦ ପିଇବା ପରେ ହିତାହୀତ ଜ୍ଞାନ ଭୁଲିଯାଆନ୍ତି ।
ଅନୁଭବ ଜଣେ ପେସାଦାର ମଦୁଆ । ମଦ ପିଇବା ପରେ ହିତାହୀତ ଜ୍ଞାନ ଭୁଲିଯାଆନ୍ତି । ସାଙ୍ଗଙ୍କ ସହ ବେଡରୁମରେ ବି ମଦ ପିଇବାକୁ ପଛାଇ ନାହାନ୍ତି ଅନୁଭବ । ପିଟିସନରେ ଅନୁଭବଙ୍କ ବାବଦରେ ଏମିତି ଅନେକ କଥା ଉଲ୍ଲେଖ କରିଛନ୍ତି ଓଲିଉଡ କୁଇନ୍ ବର୍ଷା ପ୍ରିୟଦର୍ଶିନୀ । ମଦ୍ୟ ପାନ କରି ସ୍ୱାଭାବିକ ଅବସ୍ଥାରେ ରୁହନ୍ତି ନାହିଁ ଅନୁଭବ । ରାତି ଶେଷ ପର୍ଯ୍ୟନ୍ତ ମଦ ପିଅନ୍ତି ଅନୁଭବ । ଏମିତି ତାଙ୍କ ସାଙ୍ଗମାନଙ୍କ ସହ ବେଡରୁମରେ ମଦ୍ୟପାନ କରନ୍ତି । ସ୍ତ୍ରୀଙ୍କ ସାମ୍ନାରେ ତାଙ୍କ ଉପସ୍ଥିତିରେ ବାହାର ଲୋକଙ୍କ ସହ ମଦ ପିଅନ୍ତି ।
ମଦ ପିଇବା ପରେ ସେ ହିତାହୀତ ଜ୍ଞାନ ଭୁଲି ଯାଆନ୍ତି ଏବଂ ସାଧାରଣ ଜୀବନ ଠାରୁ ଦୂରେଇ ଯାଆନ୍ତି । ତାଙ୍କ ବାପାମାଆ ମଧ୍ୟ ଏସଂପର୍କରେ ଅବଗତ ଥାନ୍ତି । ବର୍ଷା ଏହାର ବିରୋଧ କଲେ ତାଙ୍କୁ ଖରାପ ଭାଷାରେ ଗାଳିଗୁଳଜ କରିବା ସହ ମାଡ ମାରିଥାନ୍ତି, ବାଡିରେ ବି ପିଟିଥାନ୍ତି । ଦୁହିଁଙ୍କ ସମ୍ମାନ ଏବଂ ଶାଶୁଘର ଓ ବାପଘରର ସମ୍ମାନକୁ ଆଖିଆଗରେ ରଖି ଏହିସବୁ ନିର୍ଯାତନାକୁ ସହିଯାଉଥିଲେ ବୋଲି ବର୍ଷା ପିିଟିସନରେ ଉଲ୍ଲେଖ କରିଛନ୍ତି ।
ଓଡିଆ ଫିଲ୍ମ ଜଗତର ଦୁହେଁ ସୁପରଷ୍ଟାର ହୋଇଥିବାରୁ ସମାଜରେ ଥିବା ତାଙ୍କ ସମ୍ମାନ ପ୍ରତି ସେ ଯଥେଷ୍ଟ ସଚେତନ ରହିଥିଲେ ବୋଲି ସେ ଉଲ୍ଲେଖ କରିଛନ୍ତି । କିନ୍ତୁ ଅନୁଭବ ମହାନ୍ତି ଓ ତାଙ୍କ ପରିବାରଲୋକ ତାଙ୍କୁ ପୋକମାଛି ଭଳି ବ୍ୟବହାର କରନ୍ତି ଏବଂ ସବୁ ବେଳେ ବର୍ଷାଙ୍କୁ ଛୋଟ ଦେଖାଇବା ପାଇଁ ଉଦ୍ୟମ କରିଥାନ୍ତି ବୋଲି ପିଟିସନ୍ରେ ଲେଖାଯାଇଛି ।

୬ ବର୍ଷ ଧରି ସେମାନଙ୍କ ମଧ୍ୟରେ ପ୍ରେମ ସଂପର୍କ ରହିଥିଲା । ତେବେ ବାହାହେବାକୁ ବାଧ୍ୟ କରିଥିଲେ ଅନୁଭବ । ଏମିତିକି ଆତ୍ମହତ୍ୟାର ଧମକ ବି ଦେଇଥିଲେ । ଅନୁଭବଙ୍କୁ ବିବାହ କରିବା ପାଇଁ ଅନେକ ସମୟରେ ବିଭିନ୍ନ କୌଶଳ ଅବଳମ୍ବନ କରୁଥିଲେ । ଆତ୍ମହତ୍ୟା ଉଦ୍ୟମ କରିବା, ନିଜ ହାତ, ଗୋଡ, ଛାତି ଛୁରିରେ କାଟିଦେବା ପରି କାମ କରି ସେ ବିବାହ କରିବାକୁ ବାଧ୍ୟ କରୁଥିଲେ । ଏଭଳି ହରକତ ପରେ ବର୍ଷାଙ୍କ ମାଆ ଅନୁଭବଙ୍କୁ ବିବାହ କରିବାକୁ ରାଜି ହୋଇଥିବା ପିଟିସନରେ ଉଲ୍ଲେଖ ରହିଛି ।
୨୦୧୪ ମସିହା ୮ ଫେବୃୟାରୀରେ ବର୍ଷା ପ୍ରିୟଦର୍ଶିନୀ ଏବଂ ଅନୁଭବ ମହାନ୍ତି ଉଭୟ ପରିବାରର ସହମତିରେ ବିବାହ କରିଥିଲେ । ଏହା ପରେ ଏକାଧିକ ଥର ବର୍ଷା ଓ ଅନୁଭବଙ୍କ ସମ୍ପର୍କକୁ ନେଇ ବିଭିନ୍ନ କଥା ଶୁଣା ଯାଇଥିଲେ ସୁଦ୍ଧା ଆଜି ଭଳି ସ୍ଥିତି ପୂର୍ବରୁ କେବେ ସୃଷ୍ଟି ହୋଇନଥିଲା ।
କଣ କଣ ଅଭିଯୋଗ କରିଛନ୍ତି
ପ୍ରୋଟେକ୍ସନ ଫ୍ରମ ଓମେନ ଡୋମେଷ୍ଟିକ୍ ଭାଓଲେନ୍ସ ଆକ୍ଟ ୨୦୦୫ର ଦଫା ୧୨, ୧୭, ୧୮, ୧୯, ୨୦ ଏବଂ ୨୨ରେ ମକଦ୍ଦମା ରୁଜୁ ହୋଇଛି । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ଅନୁଭବ ମହାନ୍ତିଙ୍କ ବିରୋଧରେ ଅଭିଯୋଗ କରିଛନ୍ତି,
-ମଦ୍ୟପାନ କରି ଅଶାଳୀନ ବ୍ୟବହାର କରୁଥିଲେ
-ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ
-ବହୁ ଝିଅଙ୍କ ସହ ଅନୁଭବଙ୍କର ସମ୍ପର୍କ ରହିଛି
-ଫିଲ୍ମରୁ ଆସୁଥିବା ପାରିଶ୍ରମିକ ଅନୁଭବ ନେଉଥିଲେ
ବନ୍ଧୁଗଣ ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପାଇବା ପାଇଁ ଆମର ଏହି ପୋର୍ଟାଲ କୁ ଫୋଲୋ କରନ୍ତୁ । ଯଦି ଏହି ଖବର ଟି ଆପଣଙ୍କ ମନକୁ ପସନ୍ଦ ଆସିଲା ତେବେ ଏହାକୁ ଲାଇକ କରନ୍ତୁ ଓ ସାଙ୍ଗ ମାନଙ୍କୁ ଶେୟର କରନ୍ତୁ ।