ଶୀତଋତୁ ଆସିଯାଇଛି ଓ ଏହି ଦିନରେ ଥଣ୍ଡା ଓ ଜ୍ୱରରୁ ନିଜକୁ ରକ୍ଷା କରିବା ପାଇଁ ଓ ସବୁଜ ପନିପରିବା ଖାଇବା ବହୁତ ଲାଭଦାୟକ। ଶୀତକାଳୀନ ଶାଗ ଏକ ସୁସ୍ଥ ଆହାର ରୂପରେ ବହୁତ ଆବଶ୍ୟକ ଅଟେ। ଏହାର ଉପଯୋଗ ଅନେକ କାମ ପାଇଁ କରାଯାଇଥାଏ। ସାଧାରଣତଃ ଦେଖାଯାଇଥାଏ କି ଲୋକ ପାଳକ ଓ ମେଥି ଭଳି ଶାଗ ଖାଇଥାନ୍ତି କିନ୍ତୁ ବଥୂଆ ଶାଗ ଖାଇନଥାନ୍ତି। ଯେବେକି ବଥୂଆର ପତ୍ରରେ ଅନେକ ପୋଷଣ ତତ୍ୱ ପୁରୀରହିଥାଏ।ଯାହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ବଥୂଆ ଆବଶ୍ୟକ ଆଣ୍ଟିଅକ୍ସିଡେଣ୍ଟରେ ଭରପୁର ହୋଇଥାଏ । ଏହା ଭିଟାମିନ ଏ, ସି ଓ ବି ର ଖଣି ହୋଇଥାଏ। ଏହାର ପତ୍ର ଆମିନୋ ଏସିଡର ଏକ ସ୍ରୋତ ଅଟେ। ବଥୂଆ ଦ୍ଵାରା ଅନେକ ଫାଇଦା ହୋଇଥାଏ। ଆସନ୍ତୁ ଜାଣିବା ଏହା ଦ୍ଵାରା କଣ ସବୁ ଫାଇଦା ହୋଇଥାଏ।

ବଥୂଆର ଫାଇଦା:-
ବଥୂଆର ପତ୍ର ପୁରା ଶାଗ ଭଳି ଦେଖାଯାଇଥାଏ କିନ୍ତୁ ସ୍ୱାଦ ପୁରା ଅଲଗା ହୋଇଥାଏ। ବଥୂଆର ପତ୍ର ଭିଟାମିନ ଏ, ବି, ଓ ସି କମ୍ପ୍ଲେକ୍ସ ଯେପରି ନିୟଆସିନ, ରେବୋପବ୍ଲିନ ବା ଭିଟାମିନ ବି୨, ନିୟାମିନ ବା ଭିଟାମିନ ବି୧, ରେ ଭରପୁର ହୋଇଥାଏ। ଏଥିରେ କ୍ୟାଲସିଯମ, ଫସଫରସ, ଲୋହା ଆଦି ଖଣିଜ ତତ୍ୱ ରହିଥାଏ। ଏହା ଓମେଗା ୩ ଓ ଓମେଗା ୬ ରେ ଭରପୁର ହୋଇଥାଏ।
ଲିଭରର ରକ୍ଷା କରିଥାଏ:-
ବଥୂଆ ଆମ ଲିଭରର ସୁରକ୍ଷାରେ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହା ରକ୍ତରେ ଲିଭର ଏନଯାଇମ କମ କରିଥାଏ। ନିଜ ଲିଭରକୁ ବଞ୍ଚାଇବା ଓ ନିଜକୁ ସୁସ୍ଥ ରଖିବା ପାଇଁ ନିୟମିତ ରୂପରେ ବଥୂଆ ଶାଗ ଖାଆନ୍ତୁ।
କୋଶିକା ମାନଙ୍କୁ ପ୍ରସ୍ତୁତ କରେ:-
ଅମିନୋ ଏସିଡରେ ଭରପୁର ବଥୂଆର ପତ୍ର ଖାଇବା ଦ୍ଵାରା ଶରୀରରେ ଅମିନୋ ଏସିଡର କମି ହୋଇନଥାଏ। ଅମିନୋ ଏସିଡ ଆମ ଶରୀରରେ କୋଶିକା ମାନଙ୍କୁ ପ୍ରସ୍ତୁତ କରିବା ସହିତ ମରାମତି ମଧ୍ୟ କରିଥାଏ।
ଫାଇବରରେ ଭରପୁର:-
ବଥୂଆ ଏକ ଶୀତଦିନର ସବୁଜ ଶାଗ ଅଟେ। ଏହାର ସେବନ ଯଦି କୌଣସି ବ୍ୟକ୍ତି ପାଚନ ସମସ୍ୟା ଅଛି ତେବେ ଏହାକୁ ସେବନ କରିବା ଦ୍ୱାରା ଶରୀରରେ ଫାଇବରର କମି ଦୂର ହୋଇଥାଏ।
କ୍ୟାଲୋରି କମାଇଥାଏ:-
ଅନ୍ୟ ସବୁଜ ପନିପରିବା ଭଳି ବଥୂଆ ମଧ୍ୟ କମ କ୍ୟାଲୋରୀ ଅଟେ। ଯଦି କୌଣସି ବ୍ୟକ୍ତି ନିଜ ଓଜନ ନିୟନ୍ତ୍ରଣ କରିବାକୁ ଚାହୁଁଛି ତେବେ ଏହାର ସେବନ କରିପାରିବ। ୟୁଏସଡିଏର ତଥ୍ୟ ଅନୁସାରେ ବଥୂଆର ୧୦୦ ଗ୍ରାମରେ ମାତ୍ର ୪୩ କ୍ୟାଲୋରୀ ରହିଛି।
କୁଣ୍ଡିଆ କମ କରେ:-
କେବେ କେବେ ଝାଳ, ପ୍ରଦୂଷଣ, ଆମ ତ୍ୱଚାରେ କୁଣ୍ଡିଆ କରାଉଥିବା ପୋଷାକ ପିନ୍ଧିବା ଦ୍ଵାରା ଶରୀରରେ କୁଣ୍ଡିଆ ଆରମ୍ଭ ହୋଇଥାଏ ଯାହା କାରଣରୁ ଶରୀରରେ ଦାଗ ହୋଇଯାଇଥାଏ ଓ ରକ୍ତ ମଧ୍ୟ ବାହାରିବା ଆରମ୍ଭ କରିଥାଏ।ବଥୂଆ ଏକ ଆଣ୍ଟିପ୍ରୋଟିକ ଏଜେଣ୍ଟ ଅଟେ ଯାହା କୁଣ୍ଡିଆକୁ ନିୟନ୍ତ୍ରଣ କରିଥାଏ।

କୋଷ୍ଟକାଠିନ୍ୟର ଚିକିତ୍ସା:-
ବଥୂଆ କୋଷ୍ଟକାଠିନ୍ୟର ଚିକିତ୍ସା ପାଇଁ ପାରମ୍ପାରିକ ରୂପରେ ବ୍ୟବହାର ହୋଇଥାଏ। ଏହା ଅର୍ସ ପାଇଁ ମଧ୍ୟ ବ୍ୟବହାର ହୋଇଥାଏ। ଏହା ବ୍ୟବହାରର କାରଣ ଅଟେ ଏହାର ଅଧିକ ଫାଇବର ଗୁଣ।ଅଧିକ ଫାଇଫର ପେଟ ସଫା କରିବାରେ ସାହାଯ୍ୟ କରିଥାଏ। ଏହା ଅନ୍ତରୁ ଅଧିକ ପାଣି ଶୋଷଣ କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଯାହା ଦ୍ୱାରା ମଳ ନରମ ହୋଇଥାଏ ଓ ସହଜରେ ବାହାରିଥାଏ। ଯେଉଁଲୋକ ନିୟମିତ ରୂପରେ ବଥୂଆ ଖାଇଥାନ୍ତି ସେମାନେ କୋଷ୍ଟକାଠିନ୍ୟର ଅସୁବିଧା ହୋଇନଥାନ୍ତି।
ଏହିପରି ନିୟମିତ ବଥୂଆ ଖାଇବା ଦ୍ଵାରା ଏହା ଅନେକ ରୋଗରୁ ବଞ୍ଚାଇଥାଏ। ଏଥିପାଇଁ ଏହାକୁ ଅବଶ୍ୟ ଖାଆନ୍ତୁ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।