ବିସିସିଆଇ ୪୦୦ ମ୍ୟାଚ ଅଧିକାରୀଙ୍କୁ ଏ ପର୍ଯ୍ୟନ୍ତ ଦେଇନି ଟଙ୍କା! ଜାଣନ୍ତୁ କଣ ଅଟେ ସତ!

ଭାରତୀୟ କ୍ରିକେଟ ବୋର୍ଡ ବିସିସିଆଇ ଛ ମାସ ମଧ୍ୟରେ ଦ୍ଵତୀୟ ଥର ଆଇପିଏଲ କରିବାକୁ ଯାଉଛି। ଏହା ମଧ୍ୟରେ ଏକ ବଡ ଖବର ଆସି ପହଞ୍ଚିଛି କି ୪୦୦ ରୁ ଅଧିକ ଅମ୍ପାୟାର,ମ୍ୟାଚ ଅଫିସିଆଲସ,ସ୍କୋରର୍ସ,ଭିଡିଓ ଏନାଲିଷ୍ଟଙ୍କ ପଇସା ବିସିସିଆଇ ପାଖରେ ବକାୟା ରହିଛି।ଏଥିରେ ଏମିତି ମ୍ୟାଚ ଅଧିକାରୀ ଅଛନ୍ତି ଯିଏ ଏକ ବର୍ଷ ହେବ ବିସିସିଆଇ ଠାରୁ ପଇସା ପ୍ରାପ୍ତ କରି ନାହାନ୍ତି। ଏହାଛଡା ବିସିସିଆଇ ଘରୋଇ କ୍ରିକେଟକୁ ମଧ୍ୟ ପଇସା ଦେଇନାହିଁ।

Google

କୋରନା ମହମାରୀକୁ ଲକ୍ଷ୍ୟ କରି ବିସିସିଆଇ କହିଥିଲା କି ରଣଜୀ କ୍ରିକେଟରଙ୍କୁ ଟଙ୍କା ଦିଆଯିବ। ଭାରତୀୟ ଘରୋଇ କ୍ରିକେଟ ସିରିଜ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ଜାନୁୟାରୀରେ ହୋଇଥିଲା। ଏହା ପରେ ବିଜୟ ହଜାରେ ଟ୍ରଫି ଓ ମହିଳା ଦିନିକିଆ ଟୁର୍ଣ୍ଣାମେଣ୍ଟ ହୋଇଥିଲା। ହେଲେ ପର୍ଯ୍ୟନ୍ତ ରଣଜୀ ପ୍ଲେୟାରସ ତାଙ୍କ ପଇସା ପାଇ ନାହାଁନ୍ତି।

ଖବର ମୁତାବକ ବିସିସିଆଇ ଅମ୍ପାୟାର ଓ ମ୍ୟାଚ ଅଧିକାରୀଙ୍କ ବିଲ ଜମା କରିବାକୁ କହିଥିଲା। ଯାହା ତିନି ଦିନରୁ ଅଧିକ ହୋଇ ନଥିଲା। ଏହି କ୍ଷେତ୍ରରେ ଜଣେ ଅଧିକାରୀ କହିଲେ କି ଟୁର୍ଣ୍ଣାମେଣ୍ଟ ଶେଷ ହେବାର ୧୫ ଦିନ ପରେ ମ୍ୟାଚ ପଇସା ମିଳେ,ହେଲେ ଏଥର ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ସରିବାର ୨ ମାସ ପରେ ମଧ୍ୟ ପଇସା ମିଳିପାରିନାହିଁ।

Google

ବୁଝାପଡୁଥିଲା କି ବିସିସିଆଇ ପାଖରେ କ୍ରିକେଟ ସଞ୍ଚାଳନ ଜେନେରାଲ ମ୍ୟାନେଜର ନ ଥିଲେ ସେଥିପାଇଁ ଡେରି ହେଉଥିଲା। ପୂର୍ବ ବର୍ଷ ସବା କରିମ ଇସ୍ତଫା ଦେଇଥିଲେ ଓ ଏହି ପଦ ଏ ପର୍ଯ୍ୟନ୍ତ ଖାଲି ଅଛି। ଏକ ଅନ୍ୟ ମହା ପ୍ରବନ୍ଧକ କେ ବିପି ରାଜ ଯେଉଁ ଅମ୍ପାୟାର ଓ ମ୍ୟାଚ ଅଧିକାରୀଙ୍କ ମାମଲାକୁ ଦେଖନ୍ତି,ତାଙ୍କୁ ପୂର୍ବ ଡିସେମ୍ବରରେ ନିଜ ପଦରୁ ହଟିବାକୁ ପଡିଥିଲା। ଏହି ପଇସା ତାଙ୍କୁ କଷ୍ଟ ଦେଉଛି ଯେଉଁମାନେ କେବଳ ବିସିସିଆଇ ଟଙ୍କା ଉପରେ ନିର୍ଭର କରନ୍ତି। ଏମାନଙ୍କ ମଧ୍ୟରୁ କେତେକଙ୍କୁ ପୂର୍ବ ମାର୍ଚ୍ଚ ମାସରୁ ପଇସା ମିଳିପାରିନାହିଁ ।

Google

ବିସିସିଆଇର ସଲାମ ବୈଠକ ଗତ ଡିସେମ୍ବର ମାସରେ ହୋଇଥିଲା। ଯେଉଁଥିରେ ସହମତି ମିଳିଥିଲା କି ଅଧିକାରୀଙ୍କ ଏକ ୱାର୍କିଂ ଗ୍ରୁପ ହେବ। ଯାହା ଖେଳାଳି,ମ୍ୟାଚ ଅଧିକାରୀ ଓ କ୍ରିକେଟ ସହ ଜଡିତ ଅନ୍ୟ କଥା ଉପରେ ନଜର ରଖିବ।ଏଜିମକୁ ଶେଷ ହେବା ତିନି ମାସରୁ ଅଧିକ ହୋଇ ଗଲାଣି ହେଲେ ଏ ପର୍ଯ୍ୟନ୍ତ କୌଣସି ୱର୍କିଂ ଗ୍ରୁପ ହୋଇନି।ଆଇପିଏଲରେ ପୂର୍ବ ବର୍ଷ ବିସିସିଆଇ ୪୦୦୦ କୋଟି ଟଙ୍କା କମେଇଥିଲା। ଏହା ପରେ ମଧ୍ୟ ଘରୋଇ କ୍ରିକେଟକୁ କୌଣସି ଟଙ୍କା ମିଳିନି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *