ବ୍ୟୁରୋ ରିପୋର୍ଟ: ଚଳିତ ବର୍ଷ ଆଇପିଏଲ କାରଣରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳା ଯାଉଥିବା ଟେଷ୍ଟ ମ୍ୟାଚ ସ୍ଥଗିତ କରିବାକୁ ପଡ଼ିଥିଲା କିନ୍ତୁ ଯେହେତୁ ଏବେ ଆଇପିଏଲ ସରିବାକୁ ଆସିଲାଣି ତେଣୁ ବିସିସିଆଇ ତାର ଦଳ ପୁନର୍ବାର ଘୋଷଣା କରିଛି। ଏହି ଦଳରେ ରୋହିତ ଶର୍ମା ଅଧିନାୟକ ଏବଂ କେ ଏଲ ରାହୁଲ ଉପ ଅଧିନାୟକ ଭାବେ ସ୍ଥାନ ପାଇଛନ୍ତି। ଏମାନଙ୍କ ଛଡା ଦଳରେ ଶୁଭମନ ଗିଲ, ବିରାଟ କୋହଲି, ହନୁମା ବିହାରୀ, ଚେତେଶ୍ଵର ପୂଜାରା,ଶ୍ରେୟସ ଆୟର,ରିସବ ପନ୍ତ,କେ ଏସ ଭାରତ,ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ର ଅଶ୍ଵିନୀ, ମହମ୍ମଦ ସିରଜ, ସାର୍ଦୁଲ ଠାକୁର,ମହମ୍ମଦ ସାମୀ, ଯସପ୍ରିତ ବୁମରାହ,ଉମେଶ ଯାଦବ ଏବଂ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ସ୍ଥାନ ମିଳିଛି। ଦଳ ଭଲ ମଝଭୁତ ଅଛି। ଦଳରେ ଭଲ ଭଲ ଖେଳାଳି ସ୍ଥାନ ପାଇଛନ୍ତି।
#TeamIndia Test squad for the fifth rescheduled Test against England 👇👇#ENGvIND pic.twitter.com/USMRe0kj1i
— BCCI (@BCCI) May 22, 2022
ତେବେ ଏହି ଦଳ ଘୋଷଣା ପରେ ବହୁତ ଲୋକଙ୍କ ମୁହଁରେ ଏହି ଗୋଟିଏ ପ୍ରଶ୍ନ କି ଅଜିଙ୍କ୍ୟ ରାହାଣେ ଦଳରୁ କଣ ପାଇଁ ବାଦ ପଡ଼ିଲେ। ରାହାଣେ ଏବଂ ପୁଜରା ଦୁଇ ଜଣ ଏକ ସମୟରେ ଦଳରୁ ବାଦ ପଡ଼ିଥିଲେ ଯେଉଁଠି ରାହାଣେ ଭାରତରେ ରହି ଆଇପିଏଲ ପାଇଁ ପ୍ରସ୍ତୁତ କଲେ ସେହି ସମୟରେ ପୂଯାରା ଇଂଲଣ୍ଡ ଗ୍ରସ୍ତରେ ଯାଇ ୮୦୦ ରୁ ବି ଅଧିକ ରନ ସଂଗ୍ରହ କରିଥିଲେ। ଚଳିତ ବର୍ଷ ଆଇପିଏଲ ମଧ୍ୟ ରାହାଣେଙ୍କ ପାଇଁ ଭଲ ଭାବରେ ବିତିଲା ନାହିଁ।
ତେଣୁ ତାଙ୍କୁ ଏହି ଟେଷ୍ଟ ଦଳରେ ସ୍ଥାନ ମିଳିଲା ନାହିଁ ଏବଂ ପୂଜାରା ସମ୍ମାନ ପୂର୍ବକ ନିଜ ସ୍ଥାନ ଫେରି ପାଇଲେ।
ରବୀନ୍ଦ୍ର ଜାଡେଜା କିଛି ସମୟ ପୂର୍ବରୁ ଆହତ ଥିଲେ କିନ୍ତୁ ସେ ଏବେ ସୁସ୍ଥ ହୋଇ ଦଳକୁ ପୁନର୍ବାର ଫେରିବାରୁ ଏହା ବହୁତ ଭଲ ଖବର ବୋଲି କୁହାଯାଏ। ରବିଚନ୍ଦ୍ରନ ଅଶ୍ଵିନୀ ଏକ ବିକଳ୍ପ ଭାବରେ ଏବଂ ଆବଶ୍ୟକତା ପଡିଲେ ମ୍ୟାଚ ଖେଳିବେ ବୋଲି କୁହା ଯାଉଛି।
🚨 NEWS 🚨: India’s squad for @Paytm T20I series against South Africa and squad for 5th Test against England announced. #TeamIndia
More Details 🔽https://t.co/XNJ41Mhh8D
— BCCI (@BCCI) May 22, 2022
ଏହି ଦଳରେ ଅଲରାଉଣ୍ଡର ଭାବରେ ସାର୍ଦୁଲ ଠାକୁର ନଜର ଆସିବେ କିନ୍ତୁ ହାର୍ଦିକ ପାଣ୍ଡ୍ୟାଙ୍କୁ କଣ ପାଇଁ ସ୍ଥାନ ମିଳିନି ଏହା ସମସ୍ତଙ୍କ ପ୍ରଶ୍ନ ଥିବ। ପାଣ୍ଡ୍ୟା ଆହତ ଥିବା କାରଣରୁ ଆଇପିଏଲରେ ସମ୍ପୂର୍ଣ୍ଣ ଭାବରେ ପ୍ରଦର୍ଶନ କରୁ ନାହାନ୍ତି।ତେଣୁ ତାଙ୍କୁ ବର୍ତ୍ତମାନ ସମୟରେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପର୍ଯ୍ୟନ୍ତ କେବଳ ଏକ ଦିବସୀୟ ଏବଂ ଟି-୨୦ ମ୍ୟାଚ ଖେଳିବା ଉଚିତ ବୋଲି ବହୁତ କ୍ରୀଡାବିତ କହିଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର , ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।