ବ୍ୟୁରୋ ରିପୋର୍ଟ: ଆଇପିଏଲ ୨୦୨୨ ଶେଷ ହେବାକୁ ଯାଉଛି,କାରଣ ଏହି ସିଜନରେ ଏବେ ପର୍ଯ୍ୟନ୍ତ ୬୬ ମ୍ୟାଚ ଖେଳାଯାଇସାରିଲାଣି। ଏହି ସିଜନର ଆଉ ଚାରିଟି ହିଁ ଲିଗ ରାଉଣ୍ଡ ମ୍ୟାଚ ବାକିଅଛି। ଏହା ମଧ୍ୟରେ ଆଇପିଏଲର ୧୬ ତମ ସିଜନକୁ ନେଇ ବିସିସିଆଇ ପ୍ରମୁଖ ଘୋଷଣା କରିଛି। ବିସିସିଆଇ ଆଇପିଏଲ ୨୦୨୩ର ମ୍ୟାଚ ଆରମ୍ଭର ଟାଇମିଙ୍ଗରେ ପରିବର୍ତ୍ତନ କରିଛି। ଆଗରୁ ଦିନରେ ହେଉଥିବା ମ୍ୟାଚ ୩.୩୦ ରୁ ଆରମ୍ଭ ହେଉଥିଲା ଓ ରାତି ମ୍ୟାଚ ୭.୩୦ରୁ ଆରମ୍ଭ ହେଉଥିଲା। କିନ୍ତୁ ଏବେ ଏଥିରେ ପରିବର୍ତ୍ତନ କରାଯାଇଛି।

କ୍ରିକବଜର ଖବର ଅନୁସାରେ ବିସିସିଆଇ ସଂଭାବିତ ବ୍ରୋର୍ଡକାଷ୍ଟକୁ ଅବଗତ କରାଇଛିକି ବର୍ଷ ୨୦୨୩ରେ ଡବଲହେଡର ମ୍ୟାଚ ଦିନ ମ୍ୟାଚ ୪ ରୁ ଆରମ୍ଭ ହେବ ଓ ରାତି ମ୍ୟାଚ ୮ ରୁ ଆରମ୍ଭ ହେବ। ବିସିସିଆଇ ଏହା ମଧ୍ୟ କହିଛନ୍ତି ଡ଼ବଲ ହେଡର ମ୍ୟାଚ କମ ହେବ। ବୋର୍ଡ ଏହି ସୂଚନା ଆଇପିଏଲ ପ୍ରସାରଣ ଅଧିକାରୀ କିଣିଥିବା ଇଛୁକ ପାର୍ଟିଙ୍କୁ ସଂବୋଧିକ କରିଦେଇଛି।
ଆଇପିଏଲ ଇତିହାସରେ ଏହା ପ୍ରଥମ ଥର ନୁହେଁ ଯେବେ ମ୍ୟାଚ ୪ ଟାରୁ ଓ ୮ଟାରୁ ଆରମ୍ଭ ହେବ।ଆଗରୁ ମଧ୍ୟ ଏହି ସମୟରେ ମ୍ୟାଚ ହେଉଥିଲା। ପୂର୍ଵ ୧୦ ବର୍ଷ ଆଇପିଏଲ ସିଜନ ଦେଖିବାତ ଏହି ସମୟରେ ଆଇପିଏଲ ହେଉଥିଲା। ଏହା ସେବେ ପର୍ଯ୍ୟନ୍ତ ଚାଲିଥିଲା ସେବେ ପର୍ଯ୍ୟନ୍ତ ଷ୍ଟାର ସ୍ପୋର୍ଟସ ଦ୍ଵାରା ଆଇପିଏଲ ବ୍ରୋର୍ଡକାଷ୍ଟିଙ୍ଗ ରାଇଟ କିଣିବା ପରେ ସେ ବିସିସିଆଇକୁ ସମୟରେ ପରିବର୍ତ୍ତନ ପାଇଁ ଅପିଲ କରିଥିଲା। ଯାହା ପରେ ମ୍ୟାଚର ଟାଇମିଙ୍ଗରେ ପରିବର୍ତ୍ତନ କରାଯାଇଥିଲା। ଷ୍ଟାର ସ୍ପୋର୍ଟସ ୨୦୧୮ରେ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ପ୍ରସରଣ ଅଧିକାର କିଣିଥିଲା।
୧୨ ଜୁନକୁ ହେବ ନିଲାମୀ:

ଆଇପିଏଲ ୨୦୨୨ଶେଷ ହେବାପରେ ୧୨ ଜୁନକୁ ଆଗାମୀ ପାଞ୍ଚବର୍ଷ (୨୦୨୩-୨୦୨୭)ପାଇଁ ପ୍ରସାରଣ ପାଇଁ ନିଲାମୀ ହେବ। ଦାମ ଲଗାଇବା ପାଇଁ ଅଧା ଡ଼ର୍ଜରୁ ଅଧିକ କମ୍ପାନୀ ବିଡ଼ କିଣିଛନ୍ତି।ପ୍ରସାରଣ ଅଧିକାର କିଣିବା ପାଇଁ ଷ୍ଟାର ଇଣ୍ଡିଆ,ଭିଆକମ ୧୮,ଅମେଜନ,ଜି, ଡ୍ରିମ ଇଲେଭେନ, ଦକ୍ଷିଣ ଆଫ୍ରିକାର ସୁପର ସ୍ପୋର୍ଟସର ଚ୍ୟାନେଲ,ଓ ୟୁକେରେ ସ୍ପୋର୍ଟସ ଚ୍ୟାଲେନ ସାମିଲ ଅଛନ୍ତି। ଏହା ସହ ଗୁଗୁଲ ମଧ୍ୟ ଏଥିରେ ସାମିଲ ରହିଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।