ଦିନେ BCCI ପାଖରେ ନଥିଲା ଯଥେଷ୍ଟ ଟଙ୍କା, ସାହାଯ୍ୟର ହାତ ବଢ଼ାଇଥିଲେ ଲତା ମଙ୍ଗେସକର, ପଢନ୍ତୁ ପୁରା ଖବର

ବ୍ୟରୋ ରିପୋର୍ଟ: ସ୍ୱର କୋକିଳା ଲତା ମଙ୍ଗେସ୍କର ଇହଧାମ ତ୍ୟାଗ କରିଛନ୍ତି। ତାଙ୍କର ୯୨ ବର୍ଷ ବୟସରେ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଦେହାନ୍ତ ହେଇଯାଇଛି। ତେବେ ସେ ଏହି ହସ୍ପିଟାଲରେ ପୂର୍ବ ପ୍ରାୟ ୧ ମାସରୁ ଆଡ଼ମିଟ ଥିଲେ। ଲତା କ୍ରିକେଟର ବହୁତ ବଡ଼ ଫ୍ୟାନ ଥିଲେ ଆଉ ସର୍ବଦା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ କ୍ରିକେଟ ବାବଦରେ ଅନେକ ଟ୍ୱିଟ ହେଉଥାଏ। ଏହା ଆଗରୁ ୧୯୮୩ ମସିହାରେ ଯେବେ ଭାରତୀୟ ଟିମ ପ୍ରଥମ ଥର ପାଇଁ ବିଶ୍ୱକପ ଜିତି ଭାରତ ଫେରିଥିଲେ ତ ଭାରତୀୟ କ୍ରିକେଟ ବୋର୍ଡ ପାଖରେ ତାଙ୍କୁ ଦେବାକୁ ଟଙ୍କା ନଥିଲା। ଏହି ସମୟରେ ଲତାଜି ଆଗକୁ ସାହାଯ୍ୟ କରିବା ପାଇଁ ଆସିଥିଲେ।

Google

ଲତା ମଙ୍ଗେସ୍କରଙ୍କୁ ୮ ଜାନୁଆରୀ ଠାରୁ ହି କୋଭିଡ ତଥା ନିମୁନିଆ ହେବା କାରଣରୁ ହସ୍ପିଟାଲରେ ଭର୍ତ୍ତି କରା ଯାଇଥିଲା। ତାଙ୍କୁ ବହୁତ ଥର ଆଇସିୟୁ ୱାର୍ଡକୁ ଶିଫ୍ଟ କରା ଯାଉଥିଲା ମାତ୍ର ଆଜି ସକାଳୁ ତାଙ୍କ ଅବସ୍ଥା ଟିକେ ଖରାପ ହେଇ ଯାଇଥିଲା ଆଉ ତାଙ୍କୁ ଲାଇଫ ସପୋର୍ଟ ଟେପରେ ରଖା ଯାଇଥିଲା। ତାଙ୍କ ଚିକିତ୍ସା କରୁଥିବା ଡାକ୍ତର ପ୍ରତିତ ସମଧାନୀ ଆଉ ତାଙ୍କ ଟିମ ଲଗାତାର ସ୍ୱର କୋକିଳାଙ୍କର ଚିକିତ୍ସା କରୁଥିଲେ।

କ୍ରିକେଟ ଫ୍ୟାନ ଲତା ମଙ୍ଗେସ୍କର ୧୯୮୩ ମସିହାରେ ବିସିସିଆଇର ସାହାଯ୍ୟ କରିଥିଲେ। ଆଜିର ସମୟରେ ଦୁନିଆର ସବୁଠୁ ବଡ଼ ତଥା ସବୁଠୁ ଧନୀ କ୍ରିକେଟ ବୋର୍ଡ ପାଖରେ କେବେ ତାଙ୍କ ପ୍ଲେୟର ମାନଙ୍କ ପାଇଁ ମଧ୍ୟ ଟଙ୍କା ଦେବାକୁ ଟଙ୍କା ନଥିଲା। ଏହି ସମୟରେ ଲତା ଦିଦି ଆଗକୁ ଆସିଥିଲେ। ବିସିସିଆଇର ତତ୍କାଳୀନ ଅଧ୍ୟକ୍ଷ ଏନକେପି ସାଲବେ ସେହି ସମୟରେ ଖେଳାଳି ମାନଙ୍କୁ ଉପହାର ଦେବାକୁ ଚାହୁଁଥିଲେ ମାତ୍ର ତାଙ୍କ ପାଖରେ ଅର୍ଥ ନଥିଲା।

 

ସାଲବେ ଏହିକାମ ପାଇଁ ଲତା ଦିଦିଙ୍କୁ କହିଲେ ଆଉ ଲତା ଦିଦିଙ୍କ ତତ୍ତ୍ୱାବଧାନରେ ଦିଲ୍ଲୀର ଇଣ୍ଡିରାଗାନ୍ଧୀ ଷ୍ଟାଡିଅମରେ ଏକ କଂସର୍ଟ ଆୟୋଜନ କରା ଯାଇଥିଲା। ଏହି କଂସର୍ଟ ବହୁତ ହିଟ ରହିଲା ଆଉ ପ୍ରାୟ ୨୦ଲକ୍ଷ ଟଙ୍କା ରୋଜଗାର ହେଇଥିଲା। ତେବେ ଏହି ଟଙ୍କା ଖେଳାଳି ମାନଙ୍କୁ ମିଳିଥିଲା ଆଉ ଲତା ଦିଦି ଏହି କଂସର୍ଟ ପାଇଁ ଟଂକାଟେ ମଧ୍ୟ ଫିସ ନେଇ ନଥିଲେ। ତେବେ ସାଲବେ କୁହନ୍ତି କି ଜୀବନ ସାରା ଲତାଜିଙ୍କ ପାଇଁ ଏକ ସିଟ ରିଜର୍ଭ ରହିବ ଆଉ ସେ ଯେତେବେଲେ ବି କ୍ରିକେଟ ଦେଖିବାକୁ ଚାହିଁବେ ସେ ମାଗଣାରେ ଦେଖିପାରିବେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *