ଆଇପିଏଲ୍ ଆୟୋଜନକୁ ନେଇ ଆସିଲା ନୂଆ ଖବର, ଜାଣନ୍ତୁ ।

ଆଇପିଏଲ୍ ଆୟୋଜନକୁ ନେଇ ଆସିଲା ନୂଆ ଖବର, ଜାଣନ୍ତୁ, bcci president ganguly said ipl may organized with empty stadium, IPL 2020, Cricket, Sourav Ganguly, IPL, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Save Tree, Save Life, Extended Lockdown

ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଆୟୋଜନ ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ସୂଚନା ଦେଇଛନ୍ତି । ବିଶ୍ୱର ଏହି ଶ୍ରେଷ୍ଠ ଟି୨୦ ଲିଗ୍‌ ଫାଙ୍କା ଷ୍ଟାଡିୟମରେ ଆୟୋଜନ ହୋଇପାରେ ବୋଲି ସେ କହିଛନ୍ତି । କୋଭିଡ୍‌-୧୯ ମହାମାରୀ ସତ୍ତ୍ୱେ ଆଇପିଏଲ୍‌ ଆୟୋଜନ କରିବାକୁ ସବୁ ପ୍ରକାର ବିକଳ୍ପ ନେଇ ଆଲୋଚନା ହୋଇଛି ।

ଏହି ମହାମାରୀ କାରଣରୁ ଆଇପିଏଲ୍‌କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଥିଲା । ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ବୋର୍ଡ ବୈଠକ ପରେ ସବୁ ରାଜ୍ୟ ବୋର୍ଡଗୁଡିକୁ ଏ ସଂକ୍ରାନ୍ତରେ ଚିଠି ଲେଖା ଯାଇ ଅବଗତ କରାଯାଇଛି । କରୋନା ଭାଇରସ୍‌ର ଆତଙ୍କ ସତ୍ତ୍ୱେ ଆଇପିଏଲ୍‌ ଆୟୋଜନ ନେଇ ଗାଙ୍ଗୁଲି ବେଶ୍‌ ନିଶ୍ଚିତ ଅଛନ୍ତି । ଏହି ଭାଇରସ୍‌ରେ ଏପର୍ଯ୍ୟନ୍ତ ଭାରତରେ ୮,୦୦୦ ଲୋକ ପ୍ରାଣ ହରାଇଲେଣି ।

bcci president ganguly said ipl may organized with empty stadium
Google

ଚଳିତବର୍ଷ ଆଇପିଏଲ୍‌ ଆୟୋଜନ ନେଇ ଆମେ ସବୁ ପ୍ରକାର ବିକଳ୍ପ ନେଇ ଚିନ୍ତା କରିଛୁ । ଯଦି ଆବଶ୍ୟକ ହୁଏ ଏହି ମେଗା ଇଭେଣ୍ଟକୁ ଫାଙ୍କା ଷ୍ଟାଡିୟମରେ ଆୟୋଜନ କରିବାକୁ ପ୍ରୟାସ କରିବୁ ବୋଲି ଗାଙ୍ଗୁଲି କହିଛନ୍ତି । ଆଇପିଏଲ୍‌ ଆୟୋଜନ କରିବାକୁ ପ୍ରଶଂସକ, ଖେଳାଳି, ଫ୍ରାଞ୍ଚାଇଜ୍‌, ପ୍ରସାରଣକାରୀ ସଂସ୍ଥା, ପ୍ରାୟୋଜକ ଓ ଅନ୍ୟ ହିତଗ୍ରାହୀମାନେ ଆଗ୍ରହୀ ଅଛନ୍ତି ବୋଲି ସେ କହିଛନ୍ତି । କିଛିଦିନ ତଳେ କେତେଜଣ ଦେଶୀ ଓ ବିଦେଶୀ କ୍ରିକେଟର ଆଇପିଏଲ୍‌ ଆୟୋଜନ କରିବା ନେଇ ବେଶ୍‌ ଉତ୍ସାହିତ ଥିବା କଥା କହିଥିଲେ ।

ଖାଲି ଷ୍ଟାଡିୟମରେ ଆୟୋଜନ ହୋଇପାରେ ଆଇପିଏଲ୍‌

ଆଗାମୀ କିଛିଦିନ ମଧ୍ୟରେ ବିସିସିଆଇ ପରବର୍ତ୍ତୀ ପଦକ୍ଷେପ ନେବ ଓ ଆମେ ଏ ନେଇ ଆଶାବାଦୀ ଅଛୁ ବୋଲି ଗାଙ୍ଗୁଲି କହିଛନ୍ତି । ଆସନ୍ତା ଅକ୍ଟୋବର- ନଭେମ୍ବରରେ ଅଷ୍ଟ୍ରେଲିଆରେ ଟି୨୦ ବିଶ୍ୱକପ୍‌ ଆୟୋଜନ ହେବା କାର୍ଯ୍ୟକ୍ରମ ରହିଛି । ତେବେ ଏହାକୁ ଘୁଞ୍ଚାଇ ଦିଆଗଲେ ଏହି ସମୟରେ ଆଇପିଏଲ୍‌ ଆୟୋଜନ ହେବା ନେଇ ଚର୍ଚ୍ଚା ହେଉଛି । ତେବେ ଆଇସିସି ବିଶ୍ୱକପ୍‌ ସଂକ୍ରାନ୍ତରେ ଆସନ୍ତାମାସରେ ନିଷ୍ପତ୍ତି ନେବ ବୋଲି ଆଶା କରାଯାଉଛି ।

 

ଏଥିସହିତ ଘରୋଇ କାର୍ଯ୍ୟସୂଚୀ ନେଇ ମଧ୍ୟ ବୋର୍ଡ କାର୍ଯ୍ୟ କରୁଛି । ରଣଜୀ ଟ୍ରଫି, ଦୁଲୀପ ଟ୍ରଫି ଓ ବିଜୟ ହଜାରେ ଟ୍ରଫି ଆୟୋଜନ ନେଇ ବିସିସିଆଇ ପ୍ରୟାସ ଜାରି ରଖିଛି ବୋଲି ଗାଙ୍ଗୁଲି କହିଛନ୍ତି । ଆସନ୍ତା କେତୋଟି ସପ୍ତାହରେ ବିସିସିଆଇ ଏସଂକ୍ରାନ୍ତରେ ସମ୍ପୂର୍ଣ୍ଣ ବିବରଣୀ ଦେବ ବୋଲି ସେ କହିଛନ୍ତି । ସବୁ ରାଜ୍ୟ ୟୁନିଟଗୁଡିକରେ କ୍ରିକେଟକୁ ପୁଣି ଆରମ୍ଭ କରିବାକୁ ବୋର୍ଡ ଏକ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁର (ଏସ୍‌ଓପି) ପ୍ରସ୍ତୁତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ।

bcci president ganguly said ipl may organized with empty stadium
Google

ସବୁ ସଦସ୍ୟଙ୍କୁ ପାଣ୍ଠି ଦାନ କରିବାକୁ ବିସିସିଆଇ ପ୍ରୟାସ ଜାରି ରଖିଛି ବୋଲି ସେ କହିଛନ୍ତି । ଯେଉଁ ଆସୋସିଏଶନଗୁଡିକ ଏ ନେଇ ସବୁ ଔପଚାରିକତା ପୂରଣ କରିଛନ୍ତି ସେଗୁଡିକୁ ପାଣ୍ଠି ପ୍ରଦାନ କରାଯାଇସାରିଛି । ଅନ୍ୟ ଆସୋସିଏଶନଗୁଡିକ ପ୍ରାସଙ୍ଗିକ ଦସ୍ତାବିଜ୍‌ ପ୍ରଦାନ କଲେ ସେଗୁଡିକୁ ଅର୍ଥ ପ୍ରଦାନ କରାଯିବ ବୋଲି କୁହାଯାଇଛି । ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ, ଏହି ପୋଷ୍ଟକୁ ଅଧିକ ଅଧିକ ସେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *