ବିସିସିଆଇ କଲା ବଡ଼ ଫଇସଲା ,୧୦ ଟି ଟିମ ସହ ହେବ IPL , ଏହି ସହରରୁ ଆସିବ ନୂଆ ଟିମ।

ଏବେ ଏବେ ହିଁ ବିସିସିଆଇ ନିଜର ୮୯ତମ ବର୍ଷୀୟ ମୀଟିଂ କରିଛନ୍ତି ଆଉ ସେହି ମିଟିଂରେ ଆଗାମୀ ବର୍ଷ ଅର୍ଥାତ ୨୦୨୧-୨୨ ରେ ହେବାକୁ ଥିବା ଆଇପିଏଲରେ ଅଧିକ ଟିମ ଖେଳିବା ପାଇଁ ନିଷ୍ପତ୍ତି କରା ଯାଇଛି। ଏହି ମିଟିଂ ଅହମ୍ମଦାବାଦର ମୋଟେରା ଷ୍ଟାଡିଅମରେ ହେଇଛି ଆଉ ଏହି ମିଟିଂରେ ଆଇସିସି ର ଅଧ୍ୟକ୍ଷ ସୌରଭ ଗାଙ୍ଗୁଳିଙ୍କୁ ଡ଼ାଇରେକ୍ଟର ଆଉ ରାଜୀବ ଶୁକ୍ଳାଙ୍କୁ ଉପାଧ୍ୟକ୍ଷ କରିବାର ନିଷ୍ପତ୍ତି ନେଇଛନ୍ତି।

Google
IPL ର ନୂଆ ଟିମ ଏହି ସହରର ହୋଇପାରେ:

ଏବେ ଆଗ ବର୍ଷ ପାଇଁ ଆଇପିଏଲରେ ଆହୁରି ଟିମ ସାମିଲ ହେବାକୁ ଥିବା ଟିମ ମାନଙ୍କ ଭିତରେ ଅହମ୍ମଦାବାଦର ନାମ ସର୍ବାଗ୍ରେ ଅଛି। ଏହା ସହିତ ଅନ୍ୟ ଟିମ ମାନଙ୍କ ଭିତରେ ପୁନେ, ଲକ୍ଷଣଉ ଆଦି ଅନ୍ୟତ୍ତମ ଅଟେ। ଆଉ ଅହମ୍ମଦାବାଦରେ ୧ଲକ୍ଷ ୧୦ହଜାର ଲୋକସଂଖ୍ୟା ରଖିପାରୁଥିବା ଏକ ବୃହତ ଷ୍ଟାଡିଅମ ବନା ଯାଇଛି। ଏଠାରେ ମ୍ୟାଚ ହେଲେ ପଇସା କମେଇର ଅଧିକ ସୁଯୋଗ ଅଛି।

୧: ସୌରଭ ଗାଙ୍ଗୁଲି ଆଇସିସିରେ ନିଜର ଡ଼ାଇରେକ୍ଟର ପଦବୀରେ ଉପନୀତ ରହିବେ ଆଉ ତାଙ୍କ ଅନୁପସ୍ଥିତିରେ ଉପାଧ୍ୟକ୍ଷ ଜୟ ଶାହା ତାଙ୍କର କାମ କରିବେ।

୨: ବିସିସିଆଇ ଆନ୍ତର୍ଜାତୀୟ ଅଲିମ୍ପିକ କମିଟି ସହ କ୍ଳାରିଫିକେସନ କରିବା ପରେ ୨୦୨୮ ରେ ହେବାକୁ ଥିବା ଅଲିମ୍ପିକରେ କ୍ରିକେଟକୁ ସାମିଲ କରିବାର ଆଇସିସିର ନିର୍ଣ୍ଣୟ କୁ ସମର୍ଥନ କରିବ।

Google

୩: ଶାହା ଆଇସିସିରେ ଭାରତର ରିପ୍ରେଜେଣ୍ଟଟିଭ ହେବେ ଆଉ ସେ ଭାରତୀୟ ବୋର୍ଡର ନେତୃତ୍ତ୍ୱ କରିବେ।

୪: ଜାନୁଆରୀରେ ସଏଦ ମୁସ୍ତାକ୍ଷ ଅଲି ଟ୍ରଫି ଘରୋଇ ଟୁର୍ଣ୍ଣାମେଣ୍ଟ ହେବା ପରେ ଭାରତରେ ସମସ୍ତ ଟୁର୍ଣ୍ଣାମେଣ୍ଟ କରାଯିବ।

୫: ବୋର୍ଡରେ ଅମ୍ପାୟାର ଆଉ ମ୍ୟାଚ ରେଫେରି ମାନଙ୍କର ଅବସର ନେବାର ବୟସକୁ ୫୫ ରୁ ବଢ଼ାଇକରି ୬୦ କରା ଯାଇଛି।

୬: ରାଜୀବ ଶୁକ୍ଳାଙ୍କୁ ଔପଚାରିକ ଉପାୟରେ ବୋର୍ଡର ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ମାହିମ ଚୌଧୁରୀଙ୍କ ପରେ ଏହି ପଦବୀ ଖାଲି ରହିଥିଲା।

୭: ବିସିସିଆଇ ସେକ୍ରେଟାରୀ ଜୟ ସାହା ଆଉ କୋଷାଧ୍ୟକ୍ଷ ଅରୁଣ ଧୂମଲ କେନ୍ଦ୍ର ସରକାରଙ୍କ ସହ ଆଇସିସି ଟି-୨୦ ବିଶ୍ୱ କପ ତଥା ୨୦୨୩ର ଏକ ଦିବସୀୟ ବିଶ୍ୱକପକୁ ନେଇ ଦେବାକୁ ଥିବା ଟ୍ୟାକ୍ସ ଉପରେ କଥା କହିଛନ୍ତି।

୮:ରିପୋର୍ଟ ହିସାବରେ କ୍ରିକେଟର ମାନଙ୍କର ଇନ୍ସୁରାନ୍ସର ଦାମ ୫ ଲକ୍ଷ ରୁ ୨୦ ଲକ୍ଷ କରା ଯାଇଛି।

ଏହିମାନେ ହେଇ ପାରନ୍ତି ନୂତନ ଟିମ କିଣୁଥିବା ଲୋକ:

୧: ପ୍ରଥମ ନମ୍ବର ରେ ଅଛନ୍ତି ଅଦାନୀ ଗ୍ରୁପର ଗୌତମ ଅଦାନୀ।

Google

୨: ଆରପିଜି ଗ୍ରୁପର ମାଲିକ ସଞ୍ଜୟ ଗୋୟନିକା ଦ୍ୱିତୀୟ ନମ୍ବରରେ ଅଛନ୍ତି। ଗୋୟନିକା ଆଇପିଏଲର ଟିମ ପୁନେ ସୁପର ଜାଏଂଟସ ଙ୍କର ମାଲିକ ରହି ସାରିଛନ୍ତି।

୩: ସାଉଥର ସୁପର ଷ୍ଟାର ମୋହନ ଲାଲ ବି ଆଇପିଏଲର ନୂଆ ଟିମ କିଣିବାରେ ଉତ୍ସୁକ ଅଛନ୍ତି ବୋଲି ସୂଚନା ଆସିଛି। ମୋହନ ଲାଲ ସୁପର ଷ୍ଟାର ହେବା ସମେତ ଏକ ବିଜିନେସମ୍ୟାନ ବି ଅଟନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *