ମେଲବର୍ଣ କ୍ରିକେଟ ଗ୍ରାଉଣ୍ଡରେ ଐତିହାସିକ ଜୀତ ପରେ ଭାରତର ନଜର ଏବେ ସିଡ୍ନୀ ଟେଷ୍ଟ ମ୍ୟାଚ ଉପରେ ଅଛି। ଏହି ଠାରେ ସେମାନେ ପୁନର୍ବାର ଘରୋଇ ଅଷ୍ଟ୍ରେଲିଆ ଟିମକୁ ହରେଇବା ପରେ ସିରିଜରେ ନିଜର ସ୍ଥିତି ମଜବୁତ କରିବାକୁ ଚାହାନ୍ତି। ଭାରତର ସ୍ଥିତି ଏବେ ଏଥିପାଇଁ ମଜବୁତ ଅଛି କାରଣ ଏବେ ଭାରତର ପ୍ଲେୟିଙ୍ଗ ୧୧ ରେ ରୋହିତ ଶର୍ମା ଯୋଡି ହୋଇ ସାରିଛନ୍ତି। ବୁଧବାର ଦିନ ରୋହିତ ଶର୍ମା ଟିମ ଇଣ୍ଡିଆର ହୋଟେଲ ରୁମରେ ପହଁଚିଲେ। ରୋହିତ ଶର୍ମା କ୍ବାରେଣ୍ଟାଇନ ରେ ଥିଲେ ଆଉ ପ୍ରଥମ ଦୁଇଟି ଟେଷ୍ଟ ସେ ଖେଳିପାରିନଥିଲେ କାରଣ ସେ ଆଘାତ ପ୍ରାପ୍ତ ଥିଲେ। ମାତ୍ର ଏବେ ରୋହିତ ଶର୍ମା ପୁରା ଫିଟ ଅଛନ୍ତି ଆଉ ସେ ସିଡ୍ନୀ ଟେଷ୍ଟ ମ୍ୟାଚ ପାଇଁ ଟ୍ରେନିଂ ଆରମ୍ଭ କରି ସାରିଛନ୍ତି।

ରୋହିତ ଶର୍ମା ଆରମ୍ଭ କଲେ ଜୋରଦାର ଟ୍ରେନିଂ:
ରୋହିତ ଶର୍ମା ସିଡ୍ନୀ ଟେଷ୍ଟ ପାଇଁ ନିଜର ଟ୍ରେନିଂ ଆରମ୍ଭ କରି ସାରିଛନ୍ତି। ବିସିସିଆଇ ତାଙ୍କର ସୋସିଆଲ ମିଡିଆ ଆକାଉଣ୍ଟରେ ତାଙ୍କର ଟ୍ରେନିଂର ଏକ ଫୋଟୋ ସେୟାର କଲେ ଆଉ ଜବରଦସ୍ତ କ୍ୟାପ୍ସନ ଲେଖିଲେ ” ଏବେ ଇଞ୍ଜିନ ଆରମ୍ଭ ହେଇ ସାରିଛି ଆଉ ଆଗକୁ କଣ ହେବାକୁ ଯାଉଛି ତାହାର ଏକ ଝଲକ ଦେଖିବାକୁ ମିଳୁଛି।” ଆପଣଙ୍କୁ କହି ରଖୁଛୁ କି ରୋହିତ ଶର୍ମା ସିଡ୍ନୀ ଟେଷ୍ଟରେ ଦେଖିବାକୁ ମିଳି ପାରନ୍ତି। ଆମର ଦୁଇ ଜଣ ବ୍ୟାଟ୍ସମ୍ୟାନ ମୟଙ୍କ ଅଗ୍ରୱାଲ ଆଉ ହନୁମା ବିହାରୀ ପଛ ଦୁଇଟି ମ୍ୟାଚରେ ଭଲ ପ୍ରଦର୍ଶନ କରି ନାହାନ୍ତି। ତେଣୁ ଏହି ଦୁଇ ଜଣଙ୍କ ଜାଗାରେ ରୋହିତଙ୍କୁ ସୁଯୋଗ ମିଳିପାରେ।
The engine is just getting started and here is a quick glimpse of what lies ahead. #TeamIndia #AUSvIND pic.twitter.com/3UdwpQO7KY
— BCCI (@BCCI) December 31, 2020
ରୋହିତ ଏବେ ଜବରଦସ୍ତ ଫର୍ମରେ ଅଛନ୍ତି:
ରୋହିତ ଶର୍ମା ଏଯାଏ ୩୨ଟି ଟେଷ୍ଟ ରେ ୪୬.୫୪ ହାର ରେ ପ୍ରାୟ ୨୧୪୧ ରନ ବନେଇଛନ୍ତି। ଏହା ଭିତରେ ୬ଟି ଶତକ ବି ସାମିଲ ଅଛି। ରୋହିତ ପୂର୍ବ ବର୍ଷ ୫ଟି ଟେଷ୍ଟ ମ୍ୟାଚରେ ୯୨.୬୬ ହାରରେ ପ୍ରାୟ ୫୫୬ ରନ ବନେଇ ଥିଲେ। ଅବଶ୍ୟ ଅଷ୍ଟ୍ରେଲିଆ ବିପକ୍ଷରେ ତାଙ୍କର ରେକର୍ଡ ଭଲ ନୁହଁ। ସେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରାୟ ପାଞ୍ଚଟି ଟେଷ୍ଟ ତାଙ୍କରି ହିଁ ମାଟିରେ ଖେଳିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷରେ ରୋହିତ ଶର୍ମା ୫ଟି ମ୍ୟାଚରେ ୩୧ ହାରରେ ୨୭୯ ରନ ବନେଇଛନ୍ତି।
ଏହା ଭିତରେ ତାଙ୍କ ବ୍ୟାଟରୁ ମାତ୍ର ଦୁଇଟି ଅର୍ଧଶତକ ବାହାରିଛି। ମାତ୍ର ଅଷ୍ଟ୍ରେଲିଆ ବିପକ୍ଷରେ ରୋହିତ ଙ୍କର ଅନୁଭବ ଆମ ଟିମ ପାଇଁ କାମରେ ଆସିପାରେ। ଏବେ ବାସ ଦେଖିବାର ଅଛି କି ରୋହିତ ସିଡ୍ନୀରେ କି କମାଲ ଦେଖାଉଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।