IND VS SL: ଶ୍ରୀଲଙ୍କାକୁ BCCI ଦେଲା ଶେଷ ଚେତାବନୀ! କହିଦେଲେ ଏହି କଥା, ଚାରିଆଡେ ଭାଇରଲ

ଇଣ୍ଡିଆ ଏବେ ଶ୍ରୀଲଙ୍କା ଟୁରରେ ରହିଛି। ସିରିଜର ଆରମ୍ଭ ୧୩ ଜୁଲାଇକୁ ହେବାର ଥିଲା। ହେଲେ ଶ୍ରୀଲଙ୍କାର ୨ ସପୋର୍ଟ ଷ୍ଟାଫ କ-ରୋ-ନା ପଜେଟିଭ ଆସିବାପରେ ଏହାର ସିଡ୍ୟୁଲ ପରିବର୍ତ୍ତନ ହୋଇଥିଲା। ଏବେ ମ୍ୟାଚ ୧୮ ଜୁଲାଇରୁ ଆରମ୍ଭ ହେବ ବୋଲି ଜଣା ଯାଇଛି। ବିସିସିଆଇ ସିରିଜ ଖେଳିବାକୁ ପ୍ରସ୍ତୁତ ଥିଲେ ମଧ୍ୟ ବ୍ୟାକଅପ ଟିମ ପାଇଁ କହିଛି। ଏହି ଗସ୍ତରେ ୩ ଟି ଦିନିକିଆ ଓ ୩ ଟି ଟି-୨୦ ସିରିଜ ରହିଛି।

Google

ବିସିସିଆଇ ସଚିବ ଜୟ ସାହା ଶନିବାରକୁ ମ୍ୟାଚ ରିସିଡ୍ୟୁଲ କଥା କହିଲେ। ବିସିସିଆଇ ଶ୍ରୀଲଙ୍କା ବୋର୍ଡକୁ କହିଛି ଯଦି ଅଧିକ ପ୍ଲେୟାର୍ସ କୋରନା ପଜେଟିଭ ଆସନ୍ତି ତେବେ ବ୍ୟାକଅପ ଟିମ ପ୍ରସ୍ତୁତ କର। ଏହା ମଧ୍ୟରେ ଖବର ଆସିଛି କି ଦୁମ୍ବୁଲାରେ ଏକ ଖେଳାଳି କ-ରୋ-ନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ନେଇ ଶ୍ରୀଲଙ୍କା ବୋର୍ଡ଼ରୁ ଖବର ଆସିନାହିଁ। ଶ୍ରୀଲଙ୍କା ଖେଳାଳିଙ୍କୁ ପ୍ରଥମରୁ ହିଁ ଇଣ୍ଡିଆ ପ୍ଲେୟାର୍ସଙ୍କ ହୋଟେଲରୁ ଅଲଗା କରିଦିଆଯାଇଛି।

ବ୍ୟାଟିଂ କୋଚ ଓ ଡାଟା ଆନାଲିଷ୍ଟ ପଜେଟିଭ:

ଶ୍ରୀଲଙ୍କାର ବ୍ୟାଟିଂ କୋଚ ଗ୍ରାଣ୍ଟ ପ୍ଲାୱାର ଓ ଡାଟା ଆନାଲିଷ୍ଟ ଜିଟି ନିରୋସନ କୋରନା ପଜେଟିଭ ଚିହ୍ନଟ ହୋଇଛନ୍ତି। ଇଂଲଣ୍ଡରୁ ଆସିଥିବା ଶ୍ରୀଲଂକାର ପ୍ଲେୟାର୍ସଙ୍କୁ ଆଉ ଦୁଇ ଦିନ ପାଇଁ ଆଇସୋଲେସନରେ ରଖାଯାଇଛି। ଏହାପରେ ତାଙ୍କର ଆର୍ଟି-ପିଟିଆର ଟେଷ୍ଟ କରାଯିବ। ଏହାପରେ ହିଁ ଏମାନେ ବାଇଓ ବବଲରେ ପ୍ରବେଶ କରିପାରିବେ। ଇଂଲଣ୍ଡ ଖେଳାଳି ୩ ଜଣ ଓ ୪ ଷ୍ଟାଫ ପଜେଟିଭ ଆସିବା ପରେ ପାକିସ୍ତାନ ବିପକ୍ଷ ସିରିଜ ପାଇଁ ପୁରା ଟିମକୁ ବଦଳେଇବାକୁ ପଡିଥିଲା।

Google
ଭାରତ ଓ ଶ୍ରୀଲଙ୍କାର ନୂଆ ସିଡ୍ୟୁଲ ଘୋଷିତ:

ଭାରତ ଓ ଶ୍ରୀଲଙ୍କା ସିରିଜର ନୂଆ ସିଡ୍ୟୁଲ ଘୋଷିତ ହୋଇଛି। ଦିନିକିଆ ସିରିଜର ପ୍ରଥମ ମ୍ୟାଚ ୧୮ ଜୁଲାଇକୁ ହେବ। ଦ୍ଵିତୀୟ ୨୦ ଓ ତୃତୀୟ ୨୩ ରେ ହେବ। ଟି୨୦ ସିରିଜର ପ୍ରଥମ ମ୍ୟାଚ ୨୫,ଦ୍ଵତୀୟ ୨୭ ଓ ତୃତୀୟ ୨୯ରେ ଖେଳାଯିବ। ସବୁ ମ୍ୟାଚ କଲମ୍ବୋରେ ଖେଳାଯିବ। ଟିମ ଇଣ୍ଡିଆର ସିନିୟର ଖେଳାଳି ଏବେ ଇଂଲଣ୍ଡ ଗସ୍ତରେ ଅଛନ୍ତି।ଶିଖର ଧୱନଙ୍କ ନେତୃତ୍ୱରେ ଜୁନିୟର ଟିମ ଶ୍ରୀଲଙ୍କା ଆସିଅଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *