ସ୍ତ୍ରୀଙ୍କ ସହ ହେଲା ଝଗଡା, ସେଥିପାଇଁ ୪୫୦ କିଲୋମିଟର ପାଦରେ ଚାଲିଲେ ସ୍ୱାମୀ । ଜାଣନ୍ତୁ ସମ୍ପୂର୍ଣ ଘଟଣା ।

ପତି-ପତ୍ନୀଙ୍କ ମଧ୍ୟରେ ଝଗଡା ହେବା ସାଧାରଣ କଥା ଅଟେ।କିନ୍ତୁ ଇଟାଲୀରେ ଏକ ଦମ୍ପତିଙ୍କ ମଧ୍ୟରେ କୌଣସି କଥାକୁ ନେଇ ଏପରି ଝଗଡା ହେଲା କି ସ୍ୱାମୀ ନିଜକୁ ଶାନ୍ତ କରିବା ପାଇଁ ୪୫୦କିଲୋମିଟର ଦୂର ପର୍ଯ୍ୟନ୍ତ ପାଦରେ ଚାଲିଲେ।

Google

ଇନ୍ଡ଼ିପେନଡେଣ୍ଟଙ୍କ ରିପୋର୍ଟ ଅନୁସାରେ, ବ୍ୟକ୍ତି ଇଟାଲୀର କୋମା ସହରରେ ରୁହନ୍ତି, ଯାହା ସୁଇଜରଲ୍ୟାଣ୍ଡ ବର୍ଡରର ପାଖାପାଖି ଅଟେ। ୪୮ବର୍ଷୀୟ ଏହି ବ୍ୟକ୍ତି ଇଟାଲୀର କୋମା ସହରରୁ ଫୋନୋ ସହର ପହଁଞ୍ଚିଗଲେ। ଦୁଇ ସହର ମଧ୍ୟରେ ୪୨୬ ଦୂରତା ଅଟେ।

ଯେତେବେଳେ ଏହି ବ୍ୟକ୍ତି ଫୋନୋ ପହଁଚିଲେ ତାପରେ ପାଖାପାଖି ୩୦କିଲୋମିଟର ଚାଲିକରି ଇଡ୍ରିଏଟିକ କୋଷ୍ଟ ପହଞ୍ଚିଲେ ତେବେ ତାଙ୍କୁ ପୋଲିସ ହିପାଜତରେ ନେଇଗଲା ପରେ ସେ ପୋଲିସକୁ ୪୫୦କିଲୋମିଟର ପାଦରେ ଚାଲିବାର ଯେଉଁ କାରଣ କହିଲେ ତାହା କାହାକୁ ବିଶ୍ୱାସ ହେବ ନାହିଁ।

ଏହି ବ୍ୟକ୍ତି ପୋଲିସକୁ କହିଲେ କି କୌଣସି କଥାକୁ ନେଇ ଦୁଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ମତେ ଏତେ ରାଗ ଆସିଲା କି ଜଣା ହିଁ ପଡ଼ିଲାନି କି ମୁଁ କେତେବେଳେ ଏତେ ଦୂର ଆସିଗଲି। ମୁଁ କେବଳ ନିଜକୁ ଶାନ୍ତ କରିବା ପାଇଁ ଘରୁ ପାଦରେ ବାହାରକରିଥିଲି। ଏହା ମଧ୍ୟରେ ଅଜଣା ଲୋକମାନେ ମତେ ଖାଦ୍ୟ ଖୁଆଇଥିଲେ। ଏହି ବ୍ୟକ୍ତି କେବଳ ଏକ ଦିନରେ ପାଖାପାଖି ୬୪କିଲୋମିଟର ପାଦରେ ଚାଲିଥିଲା।

Google

ପୋଲିସ ଏହି ବ୍ୟକ୍ତି ବିଷୟରେ ସୂଚନା ଏକାଠି କରିବା ଆରମ୍ଭ କଲା ଓ ଜଣାପଡିଲା କି ୟାଙ୍କର ସ୍ତ୍ରୀ ଏକ ସପ୍ତାହ ପୂର୍ବରୁ ତାଙ୍କର ନିଖୋଜର ରିପୋର୍ଟ ଦାଖଲ କରାଇଥିଲେ।ଖବର ଅନୁସାରେ ଏହି ବ୍ୟକ୍ତି ଚାଲିଚାଲି ବହୁତ ଥକି ଯାଇଥିଲା ଓ ସେହି ବ୍ୟକ୍ତିଙ୍କର ଶରୀର ଥଣ୍ଡା ପଡିଯାଇଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *