IPL ୨୦୨୧ ପୂର୍ବରୁରୁ ଧୋନି ଦେଖାଗଲେ ଖତରନାକ ଫର୍ମରେ, ମାରିଲେ ୧୧୪ ମିଟରର ଛକା,ଦେଖନ୍ତୁ ଭିଡିଓ।

ମହେନ୍ଦ୍ର ସିଂହ ଧୋନି ଆଇପିଏଲରେ ସବୁଠୁ ସଫଳ ଅଧିନାୟକଙ୍କ ମଧ୍ୟରେ ଗଣାଯାଆନ୍ତି। ଏହା ସହ ତାଙ୍କୁ ବିଶ୍ୱର ସର୍ବଶ୍ରେଷ୍ଠ ଫିନିସର ମାନାଯାଏ। ଏହାର କାରଣ ଅଟେକି ସେ ମ୍ୟାଚ ଶେଷ ସମୟରେ ବଡ଼ ବଡ଼ ଶର୍ଟ ଖେଳି ମ୍ୟାଚ ଜିତାଇଥାନ୍ତି। ଧୋନି ଅନ୍ତରାଷ୍ଟ୍ରୀୟ ଖେଳରୁ ସନ୍ୟାସ ନେଇଛନ୍ତି ସତ କିନ୍ତୁ ଆଜିବି ଯେବେ ସେ ବ୍ୟାଟ ଧରିଥାନ୍ତି ବୋଲରର ମନରେ ଡର ସୃଷ୍ଟି ହୋଇଥାଏ। ସେ ଆଇପିଏଲରେ ଖେଳୁଛନ୍ତି ଓ ଆସୁଥିବା ସଂସ୍କରଣ ପାଇଁ ଅଭ୍ୟାସ ମଧ୍ୟ କରୁଛନ୍ତି।

Google

ଧୋନି ଏହି ସମୟରେ ଚେନ୍ନାଇର ପ୍ରି ସିଜନ କ୍ୟାମ୍ପରେ ପି ଚିଦାମ୍ବରମ ଷ୍ଟାଡିୟମରେରେ ଜୋରଦାର ଅଭ୍ୟାସ କରୁଛନ୍ତି। ଧୋନି ଏହି କ୍ୟାମ୍ପରେ ନିଜର ପୁରୁଣା ଲୟକୁ ହାସଲ କରିବା ପାଇଁ ଲାଗିଛନ୍ତି। ସେ ଭଲସେ ନିଜ ବ୍ୟାଟିଙ୍ଗକୁ ପରିବର୍ତ୍ତନ କରୁଛନ୍ତି। ତାଙ୍କର ବ୍ୟାଟିଙ୍ଗ ଭିଡ଼ିଓ ପ୍ରାୟତଃ ଆସିଥାଏ ଏହିଭଳି ଏକ ଭିଡ଼ିଓ ଶନିବାରକୁ ଆସିଥିଲା ଯାହାକୁ ଦେଖି ବୋଲରଙ୍କୁ ଡର ସୃଷ୍ଟି ହୋଇଥିବ।

ଅଭ୍ୟାସରେ ଲଗାଇଲେ ୧୧୪ ମିଟରର ଛକା:

ଧୋନିଙ୍କର ଏହି ଯେଉଁ ଭିଡ଼ିଓ ସାମ୍ନାକୁ ଆସିଛି ସେଥିରେ ସେ ଲେଗ ସ୍ପିନକୁ ବଡ଼ ଛକା ମାରିଥିବା ଦେଖାଯାଉଛି। ସେ ଆଗକୁ ବଢି ବଲକୁ ଷ୍ଟାଣ୍ଡକୁ ପଠାଇଦିଅନ୍ତି। ଚେନ୍ନାଇ ସୁପର କିଙ୍ଗସ ଏହି ଭିଡିଓକୁ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରି ଲେଖିଛନ୍ତି ୧୦୯, ୧୧୪ ମିଟରର ଛକା। ଧୋନିଙ୍କ ସେହି ବଲ ଯେବେ ଷ୍ଟାଣ୍ଡରେ ବାଜିଲା ଏକ ଶବ୍ଦ ଆସିଲା।

ଆଇପିଏଲ ୨୦୨୦ ରେ ଚେନ୍ନାଇ କରିଥିଲା ନିରାଶ:

ଆଇପିଏଲ ୨୦୨୦ରେ ଚେନ୍ନାଇର ପ୍ରଦର୍ଶନ ହାଲ୍କା ରହିଥିଲା। ଟିମ ପ୍ରଥମଥର ଆଇପିଏଲରେ ପ୍ଲେଅଫ ଖେଳିପାରିନଥିଲା। ସେ ଆଠଟି ଟିମର ଅଙ୍କ ତାଲିକାରେ ସପ୍ତମ ସ୍ଥାନରେ ରହିଥିଲା। ମହେନ୍ଦ୍ର ସିଂହ ଧୋନିଙ୍କ ଖେଳ ମଧ୍ୟ ଖରାପ ରହିଥିଲା। କାରଣ ସେ ପୂର୍ଵ ଭଳି ବଡ଼ ଶର୍ଟ ଲଗାଇପାରୁନଥିଲେ ଓ ରନରେଟକୁ ମଧ୍ୟ ପୂର୍ଵ ଅଧିକ କରିପାରୁନଥିଲେ। ସେଥିପାଇଁ ଟିମ ଏଥର ସମୟ ପୂର୍ବରୁ ତୟାରୀ ଆରମ୍ଭ କରିଦେଇଛି। ଟିମର ଏହି କ୍ୟାମ୍ପରେ ଧୋନିଙ୍କ ଛଡା ଅନେକ ଅନୁଭବୀ ଖେଳାଳି ସାମିଲ ହୋଇଛନ୍ତି। ଅମ୍ବାତି ରାଇଡୁ, ଋତୁରାଜ ଗାୟକବାଡ଼, ଏନ ଜଗଦିସନ, ସାଇ କିଶୋର, କରଣ ଶର୍ମା, ସି ହରି ନିଶାନ୍ତ ଏହି କ୍ୟାମ୍ପରେ ସାମିଲ ହୋଇଛନ୍ତି ବୋଲି ଜଣା ଯାଇଛି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *