ଅଷ୍ଟ୍ରେଲିଆ କ୍ରିକେଟ ଦଳର ପୂର୍ବ ଅଧିନାୟକ ଷ୍ଟିଭ ସ୍ମିଥ ୧୫ ଫେବୃୟାରୀ ୨୦୨୧କୁ ସିଡନୀର ନର୍ଥ ସିଡନୀ ଓଭାଲ ମଇଦାନରେ ଚୌକା ଛକାର ବର୍ଷା କଲେ। ସେ ଅଷ୍ଟ୍ରେଲିଆ ଘରୋଇ ଦିନିକିଆ କପ ୨୦୨୧ ପ୍ରଥମ ମ୍ୟାଚରେ ନିୟୁ ସାଉଥ ୱେଲସ ତରଫରୁ ଖେଳି ୧୨୪ଟି ବଲରେ ୧୨୭ ରନ କଲେ ଏହା ମଧ୍ୟରେ ସେ ୯ଟି ଚୌକା
ଓ ୬ଟି ଛକା ଲଗାଇଲେ।
ଷ୍ଟିଭ ସ୍ମିଥଙ୍କର ଏହି ପାଳି ଦେଖି ଆଇପିଏଲ ଟିମ ରାଜସ୍ଥାନ ରୟାଲସକୁ ଝଟକା ଲାଗିପାରେ। ଷ୍ଟିଭ ସ୍ମିଥ ଆଇପିଏଲ ୨୦୨୦ରେ ରାଜସ୍ଥାନ ରୟାଲସର ଭାର ସମ୍ଭାଳି ଥିଲେ। ଯଦିଓ,୧୮ ଫେବୃଆରୀକୁ ହେବାକୁ ଥିବା ଆଇପିଏଲ ନିଲାମୀ ପୂର୍ବରୁ ରାଜସ୍ଥାନ ରୟାଲସ ତାଙ୍କ ଠାରୁ ଅଧିନାୟକତ୍ୱ ଛଡାଇ ନେଲେ ଓ ତାଙ୍କୁ ନିଲାମୀ ପାଇଁ ରିଲିଜ କରିଦେଇଥିଲେ। ରାଜସ୍ଥାନ ରୟାଲସ ତାଙ୍କ ଜାଗାରେ ସଞ୍ଜୁ ଶ୍ୟାମସନଙ୍କୁ ନିଜ ଦଳର ଅଧିନାୟକ କରିଛନ୍ତି। ଆଇପିଏଲ ୨୦୨୧ର ନିଲାମୀରେ ଷ୍ଟିଭ ସ୍ମିଥଙ୍କୁ ହରଭଜନ ସିଂହ,କେଦାର ଯାଦବ ଓ ଗ୍ଲେନ ମ୍ୟାକ୍ସୱେଲଙ୍କ ସହ ସବୁଠାରୁ ଅଧିକ ମୂଳ ମୂଲ୍ୟ ଅର୍ଥାତ ୨କୋଟି ଟଙ୍କା ମୂଲ୍ୟ ବର୍ଗର ତାଲିକାରେ ରଖା ଯାଇଅଛି।
ଏହି ମ୍ୟାଚର କଥା କହିବା ତେବେ ନିୟୁ ସାଉଥ ୱେଲସ ଭିକ୍ଟୋରିଆକୁ ୫୯ ରନରେ ହରାଇଦେଇଛି। ଷ୍ଟିଭ ସ୍ମିଥ ପ୍ଲେୟାର ଅଫ ଦ ମ୍ୟାଚ ବଛା ଗଲେ। ଭିକ୍ଟୋରିଆର ଅଧିନାୟକ ପିଟର ହେଡ ସ୍କମ୍ବ ଟସ ଜିତିଲେ ଓ ବୋଲିଂର ନିର୍ଣ୍ଣୟ କଲେ। ନିୟୁ ସାଉଥ ୱେଲସର ଅଧିନାୟକତ୍ୱ ପେଟ କମିନ୍ସ କଲେ।
Abbott strolls down and nonchalantly hits Holland for a biggie!
Watch the #MarshCup: https://t.co/8fUnUFPLOr pic.twitter.com/JEqSQjAlD9
— cricket.com.au (@cricketcomau) February 15, 2021
ଆଗ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ନିୟୁ ସାଉଥ ୱେଲସ ୫୦ ଓଭରରେ ୯ ୱିକେଟରେ ୩୧୮ ରନ କଲେ। ଲକ୍ଷ୍ୟ ପିଛା କରି ଓହ୍ଲାଇଥିବା ଭିକ୍ଟୋରିଆର ଦଳ ୪୬.୧ ଓଭରରେ ୨୫୯ ରନରେ ଅଲଆଉଟ ହୋଇଗଲେ। ନିୟୁ ସାଉଥ ୱେଲସ ତରଫରୁ ଜେମ୍ସ ପେଟିନସନ,ଉୟିଲ ସଦର ଲ୍ୟାଣ୍ଡ,ଜେକ ଇମବାସ ଓ ହୋଲେଣ୍ଡେ ୨-୨ ୱିକେଟ ଅକ୍ତିଆର କରିଥିଲେ।
ଷ୍ଟିଭ ସ୍ମିଥ ଛକା ତ ଏପରି ଜୋରରେ ଲଗାଇଲେ କି ବଲ ସୀମା ରେଖାର ବାହାରକୁ ଚାଲିଗଲା। ନିୟୁ ସାଉଥ ୱେଲସର ଆରମ୍ଭ ଭଲ ରହିନଥିଲା । ସେ ୩୦ ରନରେ ହିଁ ୩ଟି ୱିକେଟ ହରାଇଦେଇଥିଲେ। ଏହା ପରେ ସ୍ମିଥ କଟିରସ ପେଟରସନଙ୍କ ସହ ଚତୁର୍ଥ ୱିକେଟ ପାଇଁ ୪୩ ରନର ଭାଗିଦାରୀ କଲେ। ଦଳର ସ୍କୋର ଯେବେ ୭୩ ରନ ଥିଲା,କଟିରସଙ୍କୁ ହୋଲେଣ୍ଡେ ନିଜର ଶିକାର କରିନେଲେ।ସ୍ମିଥ ଏକ ପଟକୁ ସମ୍ଭାଳି ଥିଲେ। ସେ ଓଲିଭର ଡେବିସଙ୍କ ସହ ପଞ୍ଚମ ୱିକେଟ ପାଇଁ ୮୯ ରନର ପାର୍ଟନରସିପ କଲେ।ଓଲିଭର ଡେବିସ ଜେକ ଇମ୍ବାସଙ୍କର ବଲରେ ୫୭ ରନ କରି ଆଉଟ ହେଲେ। ଇମ୍ବାସ ନିଜ ପାଳି ମଧ୍ୟରେ ୪ଟି ଚୌକା ଓ ୩ଟି ଛକା ଲଗାଇଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।