ଅନୁଭବୀ ଦୃତ ବୋଲର ଭୁବନେଶ୍ୱର କୁମାରଙ୍କୁ ଏହି ମାସର ଶେଷରେ ଆରମ୍ଭ ହେବାକୁ ଥିବା ବିଜୟ ହଜାରେ ଟ୍ରଫି ଟୁର୍ଣ୍ଣାମେଣ୍ଟ ପାଇଁ ଉତ୍ତର ପ୍ରଦେଶ କ୍ରିକେଟ ଦଳର ଅଧିନାୟକତ୍ୱ କରାଯାଇଛି। ଅନ୍ୟ ପଟରେ ସୁରେଶ ରାଇନାଙ୍କୁ ଦଳରେ ନିଆ ଯାଇନାହିଁ। ଉତ୍ତର ପ୍ରଦେଶ କ୍ରିକେଟ ସଂଘର ପ୍ରବକ୍ତା କହିଲେ କି ଆଗାମୀ ୨୦ ଫେବୃଆରୀରୁ ବାଙ୍ଗାଲୋରରେ ଆରମ୍ଭ ହେବାକୁ ଯାଉଅଛି ଏକ ଦିବସୀୟ ମୁକାବିଲା ଟୁର୍ଣ୍ଣାମେଣ୍ଟର ପାଇଁ କରଣ ଶର୍ମାଙ୍କୁ ଉପଅଧିନାୟକତ୍ୱର ଭାର ଦିଆଯାଇଅଛି ବୋଲି ଜଣା ଯାଇଛି। ଗୌରତଲବ ଅଟେ କି ସୟଦ ମୁସ୍ତାକ ଅଲ୍ଲୀ ଟୁର୍ଣ୍ଣାମେଣ୍ଟରେ ଉତ୍ତର ପ୍ରଦେଶର ବହୁତ ଖରାପ ପ୍ରଦର୍ଶନ ପରେ ଦଳର ଭାର ପ୍ରିୟମ ଗର୍ଗଙ୍କ ଠାରୁ ନେଇ ଅନୁଭବୀ ଭୁବନେଶ୍ୱରଙ୍କୁ ଦିଆଯାଇଛି।

ଦଳ ଏହି ପ୍ରକାରର ଅଟେ: ଭୁବନେଶ୍ୱର କୁମାର(ଅଧିନାୟକ),କରଣ ଶର୍ମା(ଉପଅଧିନାୟକ),ପ୍ରିୟମ ଗର୍ଗ,ଅକ୍ଷଦୀପ ନାଥ,ରୀଙ୍କୁ ସିଂହ, ସମୀର ଚୌଧୁରୀ, ମାଧବ କୋୖସିକ, ଅଭିଷେକ ଗୋସ୍ୱାମୀ,ସମର୍ଥ ସିଂହ,ଅଲମାସ ସୌକତ, ଉପେନ୍ଦ୍ର ଯାଦବ, ଆରୀୟନ ଜୁୟାଲ, କାର୍ତ୍ତିକ ତ୍ୟାଗୀ, ଶିବମ ମାବି,ମୋହସିନ ଖାନ,ଅକୀବ ଖାନ, ସୋନୁ ସଇନି,ପୂର୍ଣ୍ଣାଙ୍କ ତ୍ୟାଗୀ,ଯୋଗେନ୍ଦ୍ର ଦୋଏଲା,ଜସମେର ଧନକେର,ମୁନିନ୍ଦ୍ର ମୌର୍ଯ୍ୟ ଓ ଶିବମ ଶର୍ମା।
ଶ୍ରେୟସ ଅୟର କରିବେ ମୁମ୍ବାଇର ଅଧିନାୟକତ୍ୱ:
ଭାରତୀୟ ବ୍ୟାଟ୍ସମ୍ୟାନ୍ ଶ୍ରେୟସ ଅୟରଙ୍କୁ ମୁମ୍ବାଇ ଦଳର ଅଧିନାୟକ କରାଯାଇଛି ଯିଏ କାନ୍ଧରେ ଆଘାତ କାରଣରୁ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ଖେଳି ପାରି ନଥିଲେ। ମୁମ୍ବାଇ କ୍ରିକେଟ ସଂଘ ଘରୋଇ ୫୦ ଓଭରର ଚାମ୍ପିୟାନଶିପ ପାଇଁ ୨୨ଜଣ ସଦସିୟର ଦଳର ଘୋଷଣା କରିଛି। ଭାରତୀୟ ଓପନର ବ୍ୟାଟ୍ସମ୍ୟାନ୍ ପୃଥୀ ସଙ୍କୁ ମୁମ୍ବାଇର ଉପଅଧିନାୟକ କରାଯାଇଛି।

ବଡୋଦାର ନେତୃତ୍ୱ କରିବେ କ୍ରୁନାଲ ପାଣ୍ଡ୍ୟା:
ଭାରତୀୟ ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା ବଡୋଦା ଦଳର ଅଧିନାୟକତ୍ୱ କରିବେ। କ୍ରୁନାଲ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଆରମ୍ଭରେ ବଡୋଦାର ନେତୃତ୍ୱ କରିଥିଲେ କିନ୍ତୁ ତାଙ୍କ ପିତାଙ୍କର ମୃତ୍ୟୁ କାରଣରୁ ଟୁର୍ଣ୍ଣାମେଣ୍ଟର ବୟୋବବୁଲ ମଧ୍ୟରେ ହିଁ ଯିବାକୁ ପଡିଥିଲା। ବଡୋଦା ଘରୋଇ ୫୦ ଓଭର ଚାମ୍ପିୟାନଶିପ ପାଇଁ ୨୨ଜଣ ସଦଶ୍ୟଙ୍କର ଦଳର ବାଛିଛି। ଦଳରେ ଓପନର ବ୍ୟାଟ୍ସମ୍ୟାନ୍ କେଦାର ଦେଵଧର ସାମିଲ ଅଛନ୍ତି,ଯାହାଙ୍କୁ ଉପଅଧିନାୟକ କରାଯାଇଛି। ଦେବଧର ମୁସ୍ତାକ ଅଲ୍ଲୀ ଟ୍ରଫିରେ ଭଲ ପ୍ରଦର୍ଶନ ସହିତ ଫାଇନାଲରେ ଦଳର ନେତୃତ୍ୱ କରିଥିଲେ, ଯେଉଁଥିରେ ଦଳକୁ ତାମିଲନାଡୁ ଠାରୁ ପରାଜୟର ସାମ୍ନା କରିବାକୁ ପଡିଥିଲା।

ବିସିସିଆଇ ବିଜୟ ହଜାରେ ଟ୍ରଫିର ଏକ ଦିବସିୟ ଟୁର୍ଣ୍ଣାମେଣ୍ଟର ଆୟୋଜନ ୨୦ ଫେବୃଆରୀରୁ ୧୪ ମାର୍ଚ୍ଚ ପର୍ଯ୍ୟନ୍ତ କରିବ,ଯାହା ୫ଟି ସହର ସହିତ ତାମିଲନାଡୁର ବିଭିନ୍ନ ପଡ଼ିଆରେ ଜୈବ ସୁରକ୍ଷିତ ପରିବେଶରେ ଖେଳାଯିବ। ଟୁର୍ଣ୍ଣାମେଣ୍ଟ ପାଇଁ ଖେଳାଳିଙ୍କୁ ୧୩ ଫେବୃଆରୀକୁ ବୟୋବବଲରେ ଆସିବାକୁ ହେବ ଯାହାପରେ ତାଙ୍କୁ ୩ ଥର କୋଭିଡ-୧୯ ଯାଞ୍ଚ କରି ଯିବାକୁ ପଡ଼ିବ। ବିସିସିଆଇ ସଚିବ ଜୟ ଶାହ ଗତ ସପ୍ତାହର କାର୍ଯ୍ୟକ୍ରମର ଘୋଷଣା କଲେ ଯେଉଁଥିରେ ୬ଟି ସ୍ଥାନ ମଧ୍ୟରୁ ୫ଟି ର ଉଲ୍ଲେଖ କଲେ। ଏହି ୫ଟି ସହର ସୁରଟ,ଇଂଦୋର,ବାଙ୍ଗାଲୋର,କୋଲକାତା, ଜୟପୁର ଅଟେ। ଯେବେକି ପ୍ଲେଟ ଗ୍ରୁପର ୮ଟି ଦଳ ତାମିଲନାଡୁର ଅଲଗା ଗ୍ରାଉଣ୍ଡରେ ନିଜ ମ୍ୟାଚ ଖେଳିବାର ନଜର ଆସିବେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।