ଦିଲ୍ଲୀ ଏୟାରପୋର୍ଟରେ ଇଣ୍ଡିଗୋର ବିମାନ ପୁନେ ପାଇଁ ଉଡିବା ପାଇଁ ପ୍ରସ୍ତୁତ ହେବାର ଠିକ ପୂର୍ବରୁ ଅଚାନକ ଭୟାନକ ପରିସ୍ଥିତି ସୃଷ୍ଟି ହେଲା। ଉଡିବାର ଠିକ ପୂର୍ବରୁ ଜଣେ ଯାତ୍ରୀ ପାଟି କରି କହିଲା ମୁଁ କରୋନା ପଜେଟିଭ ଅଟେ। ଏହା ପରେ ପାଇଲଟକୁ ବିମାନ ପାକିଂଗ ବେଶକୁ ପୁନଃ ନେବାକୁ ପଡିଲା। ଯାତ୍ରୀ ଜଣଙ୍କର ଏହି କଥା ଶୁଣି ଅନ୍ୟ ଯାତ୍ରୀ ମାନେ ମଧ୍ୟ ଚିଲାଇବାକୁ ଲାଗିଲେ।

ଇଣ୍ଡିଗୋ ୬ଇ-୨୮୬ ବିମାନ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଏୟାର ପୋର୍ଟରୁ ପୁନେ ପାଇଁ ଯିବାକୁ ବାହାରିବା ସମୟରେ ଜଣେ ବ୍ୟକ୍ତିଙ୍କ ମୋବାଇଲକୁ ତାଙ୍କ କରୋନା ରିପୋର୍ଟ ଆସିଗଲା।ସେ ପାଟିକରି କହିଲା କି ମୁଁ କରୋନା ପଜେଟିଭ। ଏହା ଶୁଣି ଲୋକ ଡରିଗଲେ ଓ ଅନେକ ଯାତ୍ରୀ ବିମାନରୁ ଓହ୍ଲାଇବାକୁ ଲାଗିଲେ।
ଯାତ୍ରୀ ଜଣଙ୍କ ଗୋଟେ ଦିନ ପୂର୍ବରୁ ହିଁ କରୋନା ଟେଷ୍ଟ କରିଥିଲେ ଓ ତାଙ୍କ ରିପୋର୍ଟ ଆସିନଥିଲା। ଏହା ଜଣାପଡିବା ପରେ ବିମାନକୁ ଖାଲି କରାଗଲା ଓ ସାନିଟାଇଜ କରାଗଲା। ସଂକ୍ରମିତ ଯାତ୍ରୀଜଣଙ୍କୁ ମେଡ଼ିକାଲ ପଠାଗଲା ଓ ପୁଣି ବିମାନ ପୁନେକୁ ଗଲା। ଯାତ୍ରୀମାନଙ୍କୁ ପିପିଇ କୀଟ ଦିଆଗଲା ଓ କୁହାଗଲା କି ଯାତ୍ରା ସମୟରେ ଏହାକୁ ପିନ୍ଧିରଖନ୍ତୁ।

କହିରଖିବୁକି କରୋନା ମହାମାରିର ସବୁଠୁ ଅଧିକ ପ୍ରସାର ଅନ୍ତରାଷ୍ଟ୍ରୀୟ ଗମନାଗମନ ଓ ବିମାନରୁ ହିଁ ହୋଇଛି।ଲକଡାଉନ ସମୟରେ ସର୍ଵପ୍ରଥମେ ବିମାନ ସେବା ହିଁ ବନ୍ଦ କରିଦିଆଯାଇଥିଲା। ଏବେ କରୋନାର ଭାକ୍ସିନ ଆସିଯାଇଛି ଏହା ପରେ ମଧ୍ୟ ସରକାର ଲୋକଙ୍କୁ ଅନୁରୋଧ କରିଛନ୍ତିକି ଦୂରତା ରଖାକରନ୍ତୁ ଓ ମାସ୍କ ପିନ୍ଧନ୍ତୁ।
ଅନେକ ରାଜ୍ୟରେ କରୋନା ସଂକ୍ରମଣ ପୁଣି ବଢିବାରେ ଲାଗିଛି। ରାଜଧାନୀ ଦିଲ୍ଲୀରେ ୨୪ ଘଣ୍ଟାରେ ୩୨୪ ନୂଆ ମାମଲା ସାମ୍ନାକୁ ଆସିଛି। ଯେବେକି ୩ ଜଣଙ୍କ ମୃତ୍ୟୁ ହୋଇଛି। ଦିଲ୍ଲୀରେ ଏବେ ପାଞ୍ଚଟି ରାଜ୍ୟରୁ ଆସିଥିବା ଲୋକଙ୍କ ପାଇଁ କରୋନା ରିପୋର୍ଟ ଆଣିବା ବାଧ୍ୟତାମୂଳକ ହୋଇଯାଇଛି। କେରଳ ଓ ମହାରାଷ୍ଟ୍ରରେ ପୁଣି ସଂକ୍ରମଣ ସଂଖ୍ୟା ବଢୁଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।