ଯଦି ଜଣେ ବ୍ୟକ୍ତିର ପରିଶ୍ରମ ସହିତ ତାର ଭାଗ୍ୟ ବି ତା ସାଥ ଦିଏ ତ ବ୍ୟକ୍ତି କେଉଁଠୁ ଉଠିକି କେଉଁଠି ପହଂଚି ଯାଏ । ଏହିପରି ହି ଏକ କାହାଣୀ ଅଛି ଚେନ୍ନାଇର ବାସିନ୍ଦା ଜୟବେଲଙ୍କର । ସେ ଛୋଟ ବେଳରୁ ହିଁ ସଡକ ମାନଙ୍କ ଉପରେ ଭିକ ମାଗି ମାଗିକି ନିଜର ଗୁଜୁରାଣ ମେଣ୍ଟାଉ ଥିଲେ । ତାଙ୍କ ପିତାଙ୍କର ଛାୟା ଛୋଟ ବେଳୁ ହିଁ ତାଙ୍କ ମୁଣ୍ଡରୁ ହଟି ଯାଇଥିଲା । ମାତ୍ର ପରେ ଭାଗ୍ୟ ସାଥ ଦେବାରୁ ସେ ଆଜି ୟୁନାଇଟେଡ଼ କିଙ୍ଗଡ଼ାମର ଏକ ବିଶ୍ୱ ବିଦ୍ୟାଳୟରେ ଶିକ୍ଷା ପ୍ରାପ୍ତ କରିବାକୁ ଯାଉଛନ୍ତି । ତ ଆସନ୍ତୁ ଜାଣିବା ତାଙ୍କ ୟୁନାଇଟେଡ଼ କିଙ୍ଗଡ଼ମ ଯାଏ ଯାତ୍ରା ।

ସଡକରୁ ୟୁନିଭରସିଟିର ଯାତ୍ରା:
ଜୟବେଲ ଯେତେବେଳେ ମାତ୍ର ତିନି ବର୍ଷରେ ଥିଲେ ସେତେବେଳେ ତାଙ୍କ ପିତାଙ୍କର ନିଧନ ହେଇଯାଇ ଥିଲା । ତାଙ୍କ ପିତାଙ୍କର ନିଧନ ପରେ ମାଙ୍କୁ ମଦ୍ୟପାନର ଅଭ୍ୟାସ ଲାଗିଗଲା । ତା ପରେ ତାଙ୍କ ମାତା ତାଙ୍କର ଧ୍ୟାନ ରଖି ପାରିଲେ ନାହିଁ । ଏହି କାରଣରୁ ପିଲାମାନେ ବାଟ ଘାଟରେ ବୁଲିବା ତଥା ଭିକ ମାଗିବା ଇତ୍ୟାଦି କାମରେ ଲାଗିଗଲେ ।
ସ୍ୱୟଂମ ଚାରିଟେବୁଲ ଟ୍ରଷ୍ଟ ର ସଂସ୍ଥାପକ ଉମା ଆଉ ମୁଥୁରାମ ଜୟବେଳ ଙ୍କର ଭାଗ୍ୟ ହି ବଦଳାଇ ଦେଇ ଥିଲେ । ଉମା ଆଉ ମୁଥୁରାମ ତିନି ଭାଇ ଭଉଣୀଙ୍କର ପାଠ ପଢାର ଦାୟିତ୍ତ୍ୱ ନେଲେ । ଆଉ ତାଙ୍କର ସିରଗୁ ମଣ୍ଟେସାରି ସ୍କୁଲରେ ଏଡ଼ମିଶନ କରେଇ ଦେଲେ ।
ସ୍କୁଲରେ ଏଡ଼ମିଶନ ପରେ ଭାଇ ଭଉଣୀ ଜମିକି ପାଠ ପଢା ଆରମ୍ଭ କଲେ । ଜୟବେଳ ନିଜର ଇଣ୍ଟର ପରୀକ୍ଷା ଦେଇ ସାରିବା ପରେ କେମ୍ବ୍ରିଜରେ ପାଠ ପଢିବା ପାଇଁ ପ୍ରବେଶିକା ପରୀକ୍ଷା ଦେଲେ ଆଉ ସଫଳ ବି ହେଲେ ।

ତାଙ୍କୁ କୋର ସହ ଯୋଡ଼ା ଏକ କୋର୍ସ, ଗଲିଣ୍ଡର ୟୁନିଭରସିଟିରେ ଏଡ଼ମିଶନ ମିଳିଲା । ଏହା ସମାପ୍ତ କରିବା ପରେ ସେ ଫିଲିପାଇଁସରେ ବିମାନ ସହ ଯୋଡ଼ା ପାର୍ଟ ଉପରେ କୋର୍ସ ଏନରୋଲ କଲେ ।
ଭିକ ମଗୁଥିବା ପିଲାଙ୍କର ଜୀବନ ବଞ୍ଚେଇବା ଚାହାନ୍ତି ଜୟବେଳ:
ଜୟବେଳ ତାଙ୍କ ପାଠ ପାଇଁ ଲୋନ ଆଣିଥିଲେ ଯାହା ସେ ଚୁକ୍ତି କରିବାକୁ ଚାହାନ୍ତି । ତାଙ୍କ କହିବା କଥା କି ଲୋନ ଚୁକ୍ତି କରିବା ପରେ ସେ ନିଜ ମାଙ୍କ ପାଇଁ ଘର ବନେଇବେ ଆଉ ସେହିପରି ସମସ୍ତ ପିଲାଙ୍କ ପାଇଁ କାମ କରିବେ ଯେଉଁମାନେ ଭିକ ମାଗିକି ପାଠ ପଢୁଛନ୍ତି ।
ତାଙ୍କ କହିବା କଥା କି ସେ ନିଜକୁ ସ୍ୱୟଂ ସଂସ୍ଥାକୁ ସମର୍ପଣ କରିଦେବେ ଆଉ ସେଠାରେ ରହି ପିଲାଙ୍କର ସାହାଯ୍ୟ କରିବେ କାରଣ ଆଜି ସେ ଯାହା ବି ଅଟନ୍ତି ସେହି ସଂସ୍ଥା ପାଇଁ ଅଟନ୍ତି ।
ପ୍ରେରଣାଦାୟକ କାହାଣୀ:
ଚେନ୍ନାଇର ଏହି ସଂସ୍ଥା କେବଳ ଜୟବେଳ ନୁହଁ ବାକି ବହୁତ ସାରା ଗରିବ ପିଲାଙ୍କର ବି ସାହାଯ୍ୟ କରିଛି । ଏହି ସ୍ୱୟଂ ସଂସ୍ଥା ସଡକରେ ଭିକ ମାଗୁଥିବା ପିଲାଙ୍କୁ ନିଜ ସ୍କୁଲରେ ଦାଖିଲ କରିକି ତାଙ୍କ ଭବିଷ୍ୟତ ବନାନ୍ତି ।
ଏହି କାହାଣୀରୁ ଏହା ଜଣା ପଡିଗଲା କି ଯଦି କେହି ନିଜ ଜୀବନରେ ଉଡିବା ପାଇଁ ସାହାସ ଆଉ ସଂଯମତା ରଖୁଥାଏ ତେବେ ସେ ଆକାଶ ଯାଏ ଉଡିପାରେ ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।