ଭିକ ମାଗି କରୁଥିଲେ ଜୀବନଯାପନ । ଏବେ ୧୫୦ ଲୋକଙ୍କୁ ଦେଲେ ରୋଜଗାର, ୩୮କୋଟିର ଅଛି ଟର୍ନଓଭର ।

ଗରିବୀ ଭଳି ସମସ୍ୟା ଯେଉଁ ମନୁଷ୍ୟର ଜୀବନରେ ଆସେ ,ତାର ପୁରା ଜୀବନ ସଂଘର୍ଷରେ ବିତିଥାଏ। ଗରିବୀ ଏକ ଏମିତି ସମସ୍ୟା ଯାହାର ଅଭାବରେ ଆମର ପିଲାବେଳ ମଧ୍ୟ ହଜିଯାଏ। ଯଦି ଆପଣଙ୍କ ପାଖରେ କିଛି କରିବାର ଦୃଢ଼ ଇଚ୍ଛା ରହିଥାଏ,ତେବେ ଆପଣଂକୁ ଆଗକୁ ବଢ଼ିବାରେ ଓ ନୂଆ କୀର୍ତ୍ତିମାନ କରିବାରେ କେହି ଅଟକେଇ ପାରିବେ ନାହିଁ। ଆଜି ଆମେ ଆପଣଙ୍କୁ ଏମିତି ଏକ ଲୋକ ବିଷୟରେ କହିବୁ ଯିଏ ଗରିବୀ ଭଳି ସମସ୍ୟାକୁ ଦୁର କରି ଜୀବନରେ ଏକ ନୂଆ କୀର୍ତ୍ତିମାନ ହାସିଲ କଲେ। ସେ ତାଙ୍କ ସଂଘର୍ଷରେ କେବଳ ନିଜର ଗରିବୀ ଦୁର କରିନାହାଁନ୍ତି ବରଂ ଏକ ବଡ କମ୍ପାନୀ ଖୋଲି କେତେକେ ଲୋକଙ୍କୁ ରୋଜଗାର ମଧ୍ୟ ଦେଇଛନ୍ତି।

Google
ଭିକ ମାଗି ବଞ୍ଚୁଥିଲେ:

ଏହି କାହାଣୀ ହେଉଛି ବାଙ୍ଗାଲୋରର ଏକ ଛୋଟ ଗାଁରେ ଜନ୍ମ ନେଇଥିବା ରେଣୁକା ଆରାଧ୍ୟଙ୍କର। ରେଣୁକାଙ୍କ ପିତା ଜଣେ ପୂଜାରୀ ଥିଲେ,ଯାହାଙ୍କ ଏକମାତ୍ର ଆୟ ଏହି ପୂଜାରୁ ମିଳୁଥିଲା। ତାଙ୍କ ପରିବାରର କିଛି ଖାସ ସମ୍ପତି ନଥିଲା।କେବଳ ୧ ଏକର ଜମି ଥିଲା,ଯାହା ଉପରେ କିଛି ଚାଷ ମଧ୍ୟ କରି ହଉନଥିଲା। ରେଣୁକାଙ୍କ ତିନି ଭାଇ ଭଉଣୀ ଥିଲେ। ସେ ତାଙ୍କ ତିନି ଭାଇ ଭଉଣୀ ମଧ୍ୟରୁ ସବୁଠାରୁ ସାନ ଥିଲେ।ରେଣୁକାଙ୍କ ପରିବାର ଏତେ ଗରିବ ଥିଲେ ଯେ ସେ ଭିକ ମାଗି ଚଳୁଥିଲେ। ଛୋଟ ବୟସ ରେ ସେ ଯେବେ ସ୍କୁଲରୁ ପଢି ଘରକୁ ଫେରୁଥିଲେ,ନିଜ ପିତାଙ୍କ ସହ ମିଶି ଭିକ୍ଷା କରୁଥିଲେ।

ଭିକ ମାଗିବାପରେ ତାଙ୍କୁ ଯେତେ ଚାଉଳ ଓ ସାମଗ୍ରୀ ମିଳୁଥିଲା,ସେଥିରେ ପରିବାର କଷ୍ଟେ ମଷ୍ଟେ ଚାଲୁଥିଲା।ରେଣୁକାଙ୍କ ବଡ ଭାଇ ପଢିବା ପାଇଁ ବାଙ୍ଗାଲୋର ଚାଲିଗଲେ,ହେଲେ ରେଣୁକା ତାଙ୍କ ପରିବାର ସହ ରହିବାକୁ ନିଷ୍ପତ୍ତି ନେଲେ। କେବଳ ଏତିକି ନୁହେଁ କେବଳ ୧୨ ବର୍ଷ ବୟସରେ ସେ ଘର ସହାୟକ ଉପରେ ଚାକିରୀ ମଧ୍ୟ କରିଥିଲେ।

ହାଇସ୍କୁଲରେ ପଢିବାପାଇଁ ଶିକ୍ଷକ ଭରିଥିଲେ ଫିସ:

ସ୍କୁଲରୁ ଧୀରେ ଧୀରେ ପଢି ସେ ହାଇସ୍କୁଲରେ ପହଁଚିଲେ ୧୦ମ ପଢିବା ପାଇଁ ତାଙ୍କ ବାପା ତାଙ୍କୁ ଚିକପେଟରେ ପଠାଇଦେଲେ। ଆଡ଼ମିଶନ ପାଇଁ ତାଙ୍କର ଏଥିପାଇଁ ପଇସା ନଥିଲା। ହେଲେ ଏଥିରେ ତାଙ୍କୁ ଜଣେ ଶିକ୍ଷକ ସାହାଯ୍ୟ କରିଥିଲେ। ଫିସ ଦେବା ବଦଳରେ ଶିକ୍ଷକ ତାଙ୍କ ଦ୍ୱାରା ଘର କାମ କରାଉଥିଲେ। ପଢିବା ସମୟରେ ହିଁ ତାଙ୍କ ବାପା ମୃତ୍ୟୁ ବରଣ କଲେ। ପିତାଙ୍କ ମୃତ୍ୟୁ ପରେ ରେଣୁକା ଉପରେ ମା ଓ ଭଉଣୀଙ୍କ ଯତ୍ନ ନେବାର ପଡିଲା। ଯାହାପାଇଁ ସେ ତାଙ୍କ ଗାଁ ପୁଣି ଫେରିଆସିଲେ।

Google
ବଡ ଭାଇ ପରିବାର ସମସ୍ୟା ବୁଝିଲେ ନାହିଁ:

ତାଙ୍କ ବଡ ଭାଇ ପଢିବା ପାଇଁ ବାହାରକୁ ଚାଲିଯାଇଥିଲେ।ସେ ଯେବେ ଫେରିଲେ ନିଜ ପରିବାରର ଭାର ନେଲେ ନାହିଁ ଓ ବିବାହ କରି ଘରଠୁ ଦୂରରେ ରହିଲେ। ତାଙ୍କ ପରିବାର ଏକୁଟିଆ ହୋଇଗଲା ଓ ଘରର ଖର୍ଚ୍ଚ ଠିକସେ ହୋଇପାରିଲା ନାହିଁ। ଯାହାପରେ ରେଣୁକା ଆରଧ୍ୟା ଘରକୁ ଫେରିବା ପରେ ତାଙ୍କ ପାଠ ଛାଡିଥିଲେ।

ସଂଘର୍ଷ ଦିନରେ ଝାଡୁପୋଛା କାମ ମଧ୍ୟ କରିଛନ୍ତି:

ମାତ୍ର ୧୫ ବର୍ଷ ବୟସରେ ସେ ଏକ କାରଖାନାରେ କାମ କରିବା ମଧ୍ୟ ଆରମ୍ଭ କରିଦେଇଥିଲେ।ଦିନରେ ବାହାରେ କାମ କରୁଥିଲେ ଓ ରାତିରେ ସିକୁରୀଟି ଗାର୍ଡ ରୂପରେ କାମ କରୁଥିଲେ। କେବଳ ଏତିକି ନୁହେଁ ସେ ପ୍ରିଣ୍ଟିଂ ସେକ୍ଟରରେ ଝାଡୁପୋଛ କାମ ମଧ୍ୟ କରୁଥିଲେ। ସେଠାରେ ଲୋକ ତାଙ୍କ କାମରେ ଖୁସି ହୋଇ ତାଙ୍କୁ ପ୍ରିଣ୍ଟିଂ ଓ ଆପ୍ ପାଇଁ କାମ କରିବାକୁ ମୋୖକା ମଧ୍ୟ ଦେଇଥିଲେ।

ଏହାପରେ ସେ ବ୍ୟାଗ ଓ ସୁଟକେସ ତିଆରି କରୁଥିବା କମ୍ପାନୀ ତରଫରୁ ମଧ୍ୟ କାମ କଲେ। ଧୀରେ ଧୀରେ ସେ କମ୍ପାନୀର ସେଲସ ମ୍ୟାନ ମଧ୍ୟ ହୋଇଗଲେ। ସେ ସୁଟ୍କେସ ଓ ବ୍ୟାଗ କୁ ସହରକୁ ଯାଇ ବିକିବା ଆରମ୍ଭ କଲେ।ହେଲେ ଏଥିରେ ତାଙ୍କର କ୍ଷତି ହୋଇଥିଲା। ପରେ ସେ ସିକ୍ୟୁରୀଟି ପୋଷ୍ଟରେ ପୁଣି କାମ କରିବାକୁ ପଡିଥିଲା।

Google

ଏହି ସିକ୍ୟୁରୀଟି କାମ କରିବା ସହ ସେ ଡ୍ରାଇଭିଂ କାମ ମଧ୍ୟ ଆରମ୍ଭ କରିଥଲେ।ସେ ୨୦ ବର୍ଷ ବୟସରେ ପୁଷ୍ପାଙ୍କୁ ବିବାହ କରିଥିଲେ ଓ ଉଭୟ ପରେ କମ୍ପାନୀରେ କାମ କରୁଥିଲେ ଓ ନଡ଼ିଆ ମଧ୍ୟ ବିକୁଥିଲେ। ନିଜ ରୋଜଗାର ପଇସାରେ ସେ ଏକ ମୁଦି ମଧ୍ୟ କିଣିଥିଲେ। ତାକୁ ବିକି ସେ ନିଜର ଡ୍ରାଇଭିଂ ଲାଇସେନ୍ସ ତିଆରି କରିଥିଲେ।ରେଣୁକା ଏକ ଇଣ୍ଟରର୍ଭିୟୁ ଜରିଆରେ କହିଥିଲେ କି ଟ୍ୟାକ୍ସି ଅପରେଟର ସତୀଶ ରେଡ୍ଡୀ ତାଙ୍କୁ ଗାଡି ଚଲେଇବାର ଟ୍ରେନିଂ ଦେଇଥିଲେ ଓ ଆତ୍ମବିଶ୍ୱାସ ଦେଇ ତାଙ୍କ ସହ ୨ ବର୍ଷ କାମ କରିଥିଲେ।

କମ୍ପାନୀ ତାଙ୍କୁ ଏଠାରେ ସୁଯୋଗ ଦେବାକୁ ମନାକରିଦେଇଥିଲେ:

ଏହାପରେ ସେ ଡେଡ଼ବଡି ଟ୍ରାନ୍ସପୋର୍ଟରେ କମ୍ପାନୀରେ କାମ ଆରମ୍ଭ କରିଥିଲେ। ସେ ୪ ବର୍ଷରେ ୩୦୦ ବଡ଼ିର ଟ୍ରାନ୍ସପୋର୍ଟ କରିଥିଲେ। ସେ କହିଥିଲେ କି -“ଏହି କାମ ସେ ଡ୍ରାଇଭର ଭାବେ କରି ବହୁତ ଖୁସି ହୋଇଥିଲେ।”ଯେବେ ଭାଇ କାମ କରୁଥିଲେ ତାଙ୍କୁ ଏକ କମ୍ପାନିକୁ ଯିବାର ଥିଲା ଯେଉଁଠି ତାଙ୍କୁ ଏଣ୍ଟ୍ରି ପାଇଁ ମନା କରିଦିଆଗଲା। ସେହିଦିନ ତାଙ୍କୁ ଖରାପ ଲାଗିଥିଲା। ସେ ତାପରେ ଭାବିଲେ ଏକ ଏମିତି କମ୍ପାନୀ ଆରମ୍ଭ ହେବ ଯେଉଁଥିରେ ସବୁ କାମରେ ସମ୍ମାନ ମିଳିବ।

ଭାଇ ମଧ୍ୟ କଲେ ନାହିଁ ସାହାଯ୍ୟ:

ନିଜ ଭାଇ ଠାରୁ ସାହାଯ୍ୟ ମାଗିବା ପାଇଁ ସେ ୨୦୦୦ ଲୋନରେ କାର ନେବାପାଇଁ ଗରେଣ୍ଟର ହେବାକୁ କହିଲେ,ହେଲେ ତାଙ୍କ ଭାଇ ସିଧା ମନାକରିଦେଇଥିଲେ।ଏହାପରେ ସେ ନିଜ ପଇସାରେ ଏକ ଗାଡି କିଣିଥିଲେ।ଧୀରେ ଧୀରେ ସେ ୬ ଟି ଟ୍ୟାକ୍ସି କିଣିଦେଲେ। ଯେଉଁଥିରେ ୧୨ ଡ୍ରାଇଭର କାମ କରୁଥିଲେ। ୧୨ଘଣ୍ଟାର ସିପଟରେ ସେ କେତେଥର ସହରରେ ଗାଡି ଚଳେଇଛନ୍ତି।

Google
“ଇଣ୍ଡିଆନ ସିଟି ଟ୍ୟାକ୍ସି”କମ୍ପାନୀକୁ କିଣିନେଲେ:

ସେ ଶୁଣିଲେ କି ଇଣ୍ଡିଆନ ସିଟି ଟ୍ୟାକ୍ସି ମାନ୍ଦା ଚାଲୁଛି। ୨୦୦୬ ରେ ସେ ତାଙ୍କର ସବୁ ଗାଡି ସେଲ କରିଦେଇ ସେହି କମ୍ପାନୀକୁ କିଣିଦେଲେ। ସେ ସବୁ କ୍ୟାବକୁ ପ୍ରବାସୀ କ୍ୟାବରେ ରେଜିଷ୍ଟ୍ରର କଲେ। ଧୀରେ ଧୀରେ ତାଙ୍କର ଏହି କ୍ୟାବ ଆଗକୁ ବଢ଼ିଲା ଓ ୩୦ କ୍ୟାବରୁ ଆରମ୍ଭ ହେଲା ଯାହାକି ୩୦୦ ରେ ପହଞ୍ଚିଗଲା।

୩୮ କୋଟିର ଟର୍ନଓଭର:

ତାଙ୍କ ପାଖରେ ବଡ ବଡ କ୍ଲାଇଣ୍ଟ ଥିଲେ। ଯେଉଁଥିରେ ୱାଲମାଟ,ଆକାମାଇ,ଲିଂକେଦିନ ଭଳି ବଡ ବଡ ନାମ ମଧ୍ୟ ସାମିଲ ଅଛି। ୨୦୧୮ ପର୍ଯ୍ୟନ୍ତ ତାଙ୍କର ଏହି କମ୍ପାନୀ ଚିନି ଓ ହାଇଦ୍ରାବାଦରେ ପହଁଚିଥିଲା।ରେଣୁକା ଆରଧ୍ୟା ନିଜ କଷ୍ଟ ଓ ଶ୍ରମ ବଲରେ ଏହି କମ୍ପାନୀ ଠିଆ କରିଥିଲେ। ଯେଉଁଥିରେ ସେ ୧୫୦ ଲୋକଙ୍କୁ ରୋଜଗାର ଦେଇଥିଲେ। ତାଙ୍କର ଏହି କମ୍ପାନୀର ଟର୍ନ ଓଭର ୩୮ କୋଟି ବର୍ଷୀୟ ତାଙ୍କର ଲକ୍ଷ୍ୟ ଏହାକୁ ୧୦୦ କୋଟି କରିବା ପାଇଁ ରହିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *