ଘରେ ମୟୁର ପଙ୍ଖ ରଖିବା ଦ୍ଵାରା ହୋଇଥାଏ ଏହି କେତୋଟି ଲାଭ, ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ।

ବାସ୍ତୁ ଶାସ୍ତ୍ର ଅନୁସାରେ ମୟୁର ପଙ୍ଖ ଘରେ ରଖିବା ଦ୍ଵାରା ଅମଙ୍ଗଳ ଟଳି ଯାଇଥାଏ। ଘରେ ମୟୁର ପଙ୍ଖ ରଖିବା ଦ୍ଵାରା ନକରାତ୍ମକ ଉର୍ଜା ଦୂର ହୋଇଥାଏ ଏବଂ ଘରେ ଖୁସିର ଲହରୀ ଖେଳିଯାଏ। ଆସନ୍ତୁ ଜାଣିବା ମୟୁର ପଙ୍ଖ ଘରେ ରଖିବା ଦ୍ଵାରା କଣ କଣ ଲାଭ ହୋଇଥାଏ।

Google

ପତି-ପତ୍ନୀଙ୍କ ସମ୍ପର୍କରେ ଆସିବ ମଧୁରତା: ଯଦି ବୈବାହିକ ଜୀବନ ଅସୁବିଧା ଦେଇ ଗତି କରୁଛି ତେବେ ନିଶ୍ଚିତ ଭାବେ ବେଡ଼ରୁମରେ ମୟୁର ପଙ୍ଖ ରଖିବା ଆବଶ୍ୟକ ଅଟେ। ଏହା କଲେ ଦୁଇ ଜଣଙ୍କ ଭିତରର ସମ୍ପର୍କ ମଧୁର ହେବ ଏବଂ ଭଲ ପାଇବା ବଢିବ।

ଛୋଟ ପିଲାଙ୍କର ପଢିବାରେ ଲାଗିବ ମନ: ବାସ୍ତୁ ଅନୁସାରେ ପଢ଼ା ଘରେ ମୟୁର ପଙ୍ଖ ରଖିବା ଆବଶ୍ୟକ। ଏହା ଦ୍ଵାରା ପିଲାର ଜଲଦି ବୃଦ୍ଧିବିକାଶ ହେବାରେ ସହାୟକ ହେବ।

Google

ହେଉନଥିବା କାମ ହେଇଯିବ: ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରିୟ ବୋଲି ମୟୁର ପଙ୍ଖ ମାନାଯାଏ। ଯଦି ଆପଣଙ୍କ କୌଣସି କାମରେ ସଫଳତା ମିଳୁନି ତେବେ ଏହାକୁ ନିଜ ପାଖରେ ନିଶ୍ଚିତ ରଖନ୍ତୁ। ଏହା ଦ୍ଵାରା ଅଟକିଥିବା କାମ ପୁରା ହୋଇଯିବ।

ଧନର କମି ହେବ ଦୂର: ଆର୍ଥିକ ସ୍ଥିତି ଦୃଢ଼ କରିବା ପାଇଁ ମୟୁର ପଙ୍ଖକୁ ଦକ୍ଷିଣ-ପୂର୍ବ ଦିଗରେ ରଖନ୍ତୁ। ଏହା ଦ୍ଵାରା ଧନର କମି ଦୂର ହେବ ଏବଂ ଅଟକିଥିବା ଧନ ଆସିଯିବ।

ଶତ୍ରୁଙ୍କ ସହ ଭଲ ହେବ ସମ୍ପର୍କ: ମୟୁର ପଂଖରୁ ପଜିଟିଭ ଏନର୍ଜୀ ବାହାରିଥାଏ। ଏହାକୁ ରଖିବା ଦ୍ଵାରା ଶତ୍ରୁଙ୍କ ସହ ମଧ୍ୟ ସମ୍ପର୍କ ଭଲ ହେବ।

Google

ବାସ୍ତୁ ଦୋଷ ଦୂର ହେବ: ଘରର ମୁଖ୍ୟ ଦ୍ଵାରରେ ମୟୁର ପଙ୍ଖ ରଖିବା ଆବଶ୍ୟକ। ଭଗବାନ ଗଣେଶଙ୍କ ମୂର୍ତ୍ତି ସହିତ ଏହାକୁ ରଖନ୍ତୁ।

ସକରାତ୍ମକ ଉର୍ଜା ବନି ରହିବ: ମୟୁର ପଙ୍ଖ ରଖିବା ଦ୍ଵାରା ଆପଣଙ୍କ ଘରକୁ କୌଣସି ଦୁଷ୍ଟ ଶକ୍ତି ପ୍ରବେଶ କରିପାରିବନି। ସବୁବେଳେ ସକରାତ୍ମକ ଉର୍ଜାର ସଂଚାର ହେବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *