ବରମୁଣ୍ଡା ଟ୍ରାଙ୍ଗଲରେ ହଜିଗଲେ ସମ୍ପୂର୍ଣ୍ଣ ପଇସା ରିଟର୍ଣ୍ଣ! କମ୍ପାନୀର ଧାମାକାଦାର ଅଫର, ଭାଇରଲ ହେଲା ଖବର

ବ୍ୟୁରୋ ରିପୋର୍ଟ: ବିଶ୍ୱରେ ଏଭଳି କିଛି ରହସ୍ୟମୟ ଜାଗା ଅଛି ଯାହାର ତଥ୍ୟ ଆଜି ପର୍ଯ୍ୟନ୍ତ ବିଜ୍ଞାନ ଖୋଜି ପାଇନି। ତାହା ମଧ୍ୟରେ ବରମୁଣ୍ଡା ଟ୍ରାଙ୍ଗଲ ଗୋଟେ, ଏହା ବିଷୟରେ ଆପଣ ପ୍ରାୟ ଜାଣିଥିବେ ଏହା ସମୁଦ୍ର ମଝିରେ ଏକ ତ୍ରିଭୂଜ ଭଳି ଅଞ୍ଚଳ ଯାହାର ଆଖ ପାଖରେ ଯାଉଥିବା ଅନେକ ଜାହାଜ ଓ ବିମାନ ଅଚାନକ ଗାୟବ ହୋଇଯାନ୍ତି ଓ କୁଆଡେ ଯାଆନ୍ତି ଏପରି କଣ ପାଇଁ ହେଉଛି ଏବେ ପର୍ଯ୍ୟନ୍ତ ଏହାର ଉତ୍ତର କାହା ପାଖରେ ନାହିଁ। କିନ୍ତୁ ଏବେ କମ୍ପାନୀ ଅଫର ଦେଇଛି କି ସେହିପଟ ଦେଇ ଯିବା ଦ୍ଵାରା ଯାହାର କ୍ଷତି ହେବ ତାହାର କ୍ଷତି ପୂରଣ କଂପାନୀ ଦେବ।

Google

କହିରଖିବୁ କମ୍ପାନୀ କହିଛିକି ଏପଟେ ଜାହାଜ ଗଲା ବେଳେ ବୁଡି ଗଲେ ଲୋକଙ୍କୁ ପଇସା ଫେରସ୍ତ ହେବ। ଲୋକ ଏହାକୁ ମଜାକ ଵୋଲି କହି ଅନେକ ଟ୍ୱିଟ କରିଛନ୍ତି ଓ କହିଛନ୍ତି ଲୋକତ ମରିଯାଇଥିବ ଟଙ୍କା କାହାକୁ ଫେରସ୍ତ ହେବ। ଆପଣଙ୍କୁ କହିରଖିବୁ ଏକ ବିଜ୍ଞାପନରେ ଆମେରିକାର ଟ୍ରାଭେଲ ଏଜେନ୍ସି ଦି ୱେଷ୍ଟନ ମିଷ୍ଟ୍ରି କ୍ରୁଜ କହିଛି ଯଦି କୌଣସି ଜାହାଜ ଏଠାରେ ଯାଇ ବୁଲିଆସିବ ତେବେ ବହୁତ ପୁରସ୍କାର ପାଇବ ଓ ଯଦି ବୁଡ଼େ ତେବେ ସମସ୍ତ କ୍ଷତି ପୂରଣ କମ୍ପାନୀ ଦେବ।

ଆଗାମୀ ବର୍ଷ ଏଠାକୁ ଯାତ୍ରା:

ଆଗାମୀ ବର୍ଷରୁ ନ୍ୟୁୟର୍କରୁ ବରମୁଣ୍ଡା ପର୍ଯ୍ୟନ୍ତ ଯାତ୍ରା ହେବ ବୋଲି ସୂଚନା ଦିଆଯାଇଛି। କମ୍ପାନୀ କହିଛିକି ଯାତ୍ରୀ ସହ ଆମେରିକାର ପ୍ରତିରକ୍ଷା ବିଭାଗ କାମ କରିବ। ଏହି ସ୍ଥାନରୁ ଆଜି ପର୍ଯ୍ୟନ୍ତ ଅନେକ ଜାହାଜ ବୁଡି ଗାୟକ ହୋଇଯାଇଛି। ଏବେ କମ୍ପାନୀ କହିଛି କି ଏବେ ଯଦି ଜାହାଜ ବୁଡ଼େ ତେବେ ଏହାର ଟିକେଟର ମୂଲ୍ୟ ଅର୍ଥାତ ୧ ଲକ୍ଷ ୫୦ ହଜାର ଯାହା ତାକୁ ପୂର୍ଣ୍ଣ ଫେରସ୍ତ କରାଯିବ। ଏହି ଯାତ୍ରା ୫ ଦିନ ଓ ୫ ରାତି ବିଶିଷ୍ଟ ହେବ। କମ୍ପାନୀର ଏହି କଥାକୁ ଲୋକ ମଜାକ ବୋଲି କହି ଟ୍ରୋଲ କରିଚାଲିଛନ୍ତି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର , ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *