କୁହାଯାଏ କି ଶ୍ରୀକୃଷ୍ଣଙ୍କୁ କେବଳ ଦୁଇଟି ଜିନିଷ ମାନେ ବଂଶୀ ଏବଂ ରାଧା ହିଁ ସବୁଠୁ ଅଧିକ ପ୍ରିୟ ଥିଲେ।ଏହି ଦୁଇଟି ଜିନିଷ ବି ନିଜ ନିଜ ଭିତରେ ନିବିଡ଼ ଭାବରେ ଜଡିତ ଥିଲେ।ଶ୍ରୀକୃଷ୍ଣଙ୍କର ଯେତେ ବି ଚିତ୍ର ମିଳୁଅଛି,ସେଥିରେ ବଂଶୀ ନିଶ୍ଚୟ ଥାଏ। ବଂଶୀ ଶ୍ରୀକୃଷ୍ଣଙ୍କର ରାଧାଙ୍କ ପ୍ରତି ପ୍ରେମର ପ୍ରତୀକ ଅଟେ। ଆଜି ଆମେ ଆପଣମାନଙ୍କୁ ଭଗବାନ ଶ୍ରୀକୃଷ୍ଣଙ୍କର ଜୀବନର ସହ ପାରସ୍ପରିକ ଭାବେ ରହିଥିବା ରହସ୍ୟଗୁଡିକ ବିଷୟରେ କହିବାକୁ ଯାଉଛୁ କି ବାସ୍ତବରେ କାହ୍ନାଙ୍କୁ ବଂଶୀ ଏତେ ଭଲଲାଗେ କଣ ପାଇଁ ଏବଂ କିଏ ତାଙ୍କୁ ଏହି ବଂଶୀ ଦେଇଥିଲେ। ସାଙ୍ଗରେ ଜାଣନ୍ତୁ କି ପ୍ରକୃତରେ ଭଗବାନ ଶ୍ରୀକୃଷ୍ଣ କଣ ପାଇଁ ନିଜ ବଂଶୀ ଭାଙ୍ଗିଦେଇଥିଲେ।

ଭଗବାନ ଶ୍ରୀକୃଷ୍ଣ ଯେବେ ମୁରଲୀର ଧ୍ଵନି ଛାଡ଼ୁଥିଲେ ତେବେ ସମ୍ପୂର୍ଣ୍ଣ ଗୋକୁଳ ମନ୍ତ୍ର ମୁଗ୍ଧ ହେଇଯାଉଥିଲା। ରାଧା ଏବଂ ବଂଶୀ ସହିତ ଭଗବାନ ଶ୍ରୀକୃଷ୍ଣଙ୍କର ଅଭଙ୍ଗା ପ୍ରେମ ଥିଲା।କୁହାଯାଏ କି ଭଗବାନ ଶ୍ରୀକୃଷ୍ଣ ଏହି ଦୁହିଁଜଣଙ୍କ ବିନା ଗୋଟିଏ ମୁହୂର୍ତ୍ତ ବି ରହିପାରୁନଥିଲେ କିନ୍ତୁ ଏମିତି ଗୋଟିଏ ସମୟ ମଧ୍ୟ ଆସିଥିଲା ଯେଉଁ ସମୟରେ ନିଜେ ହିଁ ଭଗବାନ ଶ୍ରୀକୃଷ୍ଣ ନିଜର ପ୍ରିୟ ବଂଶୀକୁ ଭାଙ୍ଗି ଦେଇଥିଲେ।
ଶ୍ରୀକୃଷ୍ଣ ଏବଂ ରାଧା ପ୍ରେମ ସବୁଠୁ ଉଚ୍ଚ କୋଟି:-
ସଂସାରରେ ଭଗବାନ ଶ୍ରୀକୃଷ୍ଣ ଏବଂ ରାଧାଙ୍କ ପ୍ରେମ ସବୁଠୁ ଉଚ୍ଚ କୋଟିର ପ୍ରେମ ବୋଲି ମନାଯାଇଥାଏ। ଆଜି ବି ମାତା ରାଧା ଏବଂ ଭଗବାନ କୃଷ୍ଣଙ୍କ ପ୍ରେମକୁ ପବିତ୍ର ବୋଲି ମନାଯାଇଥାଏ। ମାତା ରାଧା ଏବଂ ଭଗବାନକୃଷ୍ଣଙ୍କ ପ୍ରେମକୁ ଆତ୍ମା ଏବଂ ପରାତ୍ମାଙ୍କ ମିଳନ ବୋଲି ମାନାଯାଇଛି। ପ୍ରେମ ରହସ୍ୟମୟର ଶ୍ରେଷ୍ଠ ଉଦାହରଣ ଯାହା ମାତା ରାଧା ଏବଂ ଭଗବାନ କୃଷ୍ଣଙ୍କ ପ୍ରେମ ଅଟେ।

ରାଧା ଏବଂ କୃଷ୍ଣଙ୍କ ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଦୁହେଁ ଦୁହିଁଙ୍କୁ ବହୁତ ପ୍ରେମ କରିଆସୁଥିଲେ। ମହାଭାରତର କଥାରେ ଭଗବାନ ସବୁଠାରୁ ମଜଭୂତ ବୋଲି ନଜରକୁ ଆସିଛନ୍ତି,କିନ୍ତୁ ପ୍ରକୃତରେ ଦେଖିବାକୁ ଗଲେ ତାଙ୍କୁ ସବୁ ସେହି ଜିନିଷକୁ ଛାଡିବାକୁ ପଡିଛି ଯାହାକୁ ସେ ସବୁଠାରୁ ଅଧିକ ଭଲ ପାଉଥିଲେ। ତେଣୁ ସେ ରାଧା ବି ହୁଅନ୍ତୁ ନା କାହିଁକି।
ତାଙ୍କ ବିବାହ ରୁକ୍ମଣୀ ସହିତ:-
ଭଗବାନ ଶ୍ରୀକୃଷ୍ଣ ଠାରୁ ରାଧା ପ୍ରଥମ ଥର ସେବେ ଅଲଗା ହୋଇଥିଲେ ଯେବେ ମାମୁଁ କଂସ ବଳରାମ ଏବଂ କୃଷ୍ଣଙ୍କୁ ଆମନ୍ତ୍ରଣ କରିଥିଲେ। ବୃନ୍ଦାବନର ଲୋକମାନେ ଏହି ଖବର ଶୁଣି ଦୁଃଖିତ ହୋଇପଡିଥିଲେ। ମଥୁରା ଯିବା ପୂର୍ବରୁ ଶ୍ରୀକୃଷ୍ଣ ରାଧାଙ୍କ ସହ ଦେଖା କରିଥିଲେ। ରାଧା,କୃଷ୍ଣଙ୍କ ମନରେ ଚାଲୁଥିବା ସବୁ ଗତିକୁ ଜାଣିପାରୁଥିଲେ। ରାଧାଙ୍କୁ ବିଦାୟ କହି କୃଷ୍ଣ ତାଙ୍କ ଠାରୁ ଦୂରକୁ ଚାଲିଗଲେ। କୃଷ୍ଣ ରାଧାଙ୍କ ସହିତ ଏହି ପ୍ରତିଜ୍ଞା କରିକି ଯାଇଥିଲେ କି ସେ ଫେରିଆସିବେ,କିନ୍ତୁ କୃଷ୍ଣ ରାଧାଙ୍କ ପାଖକୁ ଫେରିଆସିନଥିଲେ। ତାଙ୍କ ବିବାହ ବି ରୁକ୍ମଣୀଙ୍କ ସହିତ ହେଲା।
ରୁକ୍ମଣୀ ମଧ୍ୟ ଶ୍ରୀକୃଷ୍ଣଙ୍କୁ ପାଇବା ପାଇଁ ବହୁତ ଯତନ କରିଥିଲେ। ଶ୍ରୀକୃଷ୍ଣଙ୍କୁ ବିବାହ କରିବା ପାଇଁ ସେ ତାଙ୍କ ଭାଇ ରୁକ୍ମିଙ୍କ ବିପକ୍ଷରେ ଚାଲିଗଲେ। ରାଧାଙ୍କ ପରି ସେ ବି ଭଗବାନ ଶ୍ରୀକୃଷ୍ଣଙ୍କୁ ଭଲ ପାଉଥିଲେ,ରୁକ୍ମଣୀ ଶ୍ରୀକୃଷ୍ଣଙ୍କୁ ଗୋଟେ ପ୍ରେମ ଚିଠି ଦେଇଥିଲେ କି ସେ ଆସିକି ତାଙ୍କୁ ତାଙ୍କ ସହିତ ନେଇଯିବା ପାଇଁ। ଏହା ପରେ ହିଁ ଶ୍ରୀକୃଷ୍ଣ ରୁକ୍ମଣୀଙ୍କ ପାଖକୁ ଯାଇଥିଲେ ଏବଂ ତାଙ୍କ ସହିତ ବିବାହ କରିଲେ।

ଯେବେ ଶେଷ ଥର ଦେଖା ହୋଇଥିଲା ରାଧା ଏବଂ କୃଷ୍ଣଙ୍କର:-
କୃଷ୍ଣଙ୍କର ବୃନ୍ଦାବନ ଛାଡିବା ପରେ ରାଧାଙ୍କ ବ୍ୟାଖ୍ୟାନ ବହୁତ କମ ହୋଇଗଲା। ରାଧା ଏବଂ କୃଷ୍ଣ ଯେବେ ଶେଷ ଥର ଦେଖାକରିଥିଲେ ତେବେ ରାଧା ଶ୍ରୀକୃଷ୍ଣଙ୍କୁ କହିଥିଲେ ଯଦିଓ ସେ ତାଙ୍କ ଠାରୁ ଦୂରକୁ ଯାଉଛନ୍ତି,କିନ୍ତୁ ମନରେ ଏବଂ ନିଜ ହୃଦୟରେ କୃଷ୍ଣ ସବୁବେଳେ ତାଙ୍କ ସହିତ ହିଁ ରହିବେ। ଏହା ପରେ କୃଷ୍ଣ ମଥୁରା ଗଲେ ଏବଂ କଂସ ଏବଂ ଆଉସବୁ ରାକ୍ଷସମାନଙ୍କୁ ନିଜର କାମ ସମାପ୍ତି କଲେ। ଏହା ପରେ ପ୍ରଜାମାନଙ୍କର ରକ୍ଷା କରିବାପାଇଁ ଦ୍ଵାରିକା ଚାଲିଗଲେ ଏବଂ ଦ୍ଵାରିକାଧିସର ନାମରେ ଲୋକପ୍ରିୟ ହେଲେ।
କୃଷ୍ଣଙ୍କର ବୃନ୍ଦାବନରୁ ଯିବାପରେ ରାଧାଙ୍କ ଜୀବନରେ ହେଲା ଅଲଗା ମୋଡ଼:-
ଯେବେ କୃଷ୍ଣ ବୃନ୍ଦାବନରୁ ବାହାରିଗଲେ ସେତେବେଳେ ରାଧାଙ୍କ ଜୀବନ ଅଲଗା ମୋଡ଼ ନେଇସାରିଥିଲା।କୁହାଯାଉଛି କି ରାଧାଙ୍କ ଵିଵାହ ଏକ ଯାଦବଙ୍କ ସହିତ ହୋଇଯାଇଥିଲା। ରାଧା ତାଙ୍କ ଦାମ୍ପତ୍ୟ ଜୀବନର ସବୁ ବିଧି କରିଥିଲେ ଏବଂ ବୁଢ଼ୀ ହୋଇଥିଲେ,କିନ୍ତୁ ତାଙ୍କ ମନ ସେତେବେଳେ ମଧ୍ୟ କୃଷ୍ଣଙ୍କ ପ୍ରତି ସମର୍ପିତ ଥିଲା। ରାଧା ସ୍ତ୍ରୀ ରୂପରେ ନିଜର ସବୁ କର୍ତ୍ତବ୍ୟ ପୁରା କରିଛନ୍ତି, ଅନ୍ୟ ପଟରେ ଶ୍ରୀକୃଷ୍ଣ ତାଙ୍କର ଦୈବ୍ୟ କର୍ତ୍ତବ୍ୟ କରିଲେ।ସବୁ କର୍ତ୍ତବ୍ୟରୁ ମୁକ୍ତି ହେଲା ପରେ ରାଧା ଶେଷଥର ନିଜର ପ୍ରିୟତମ କୃଷ୍ଣଙ୍କ ସହିତ ଦେଖାକରିବାକୁ ଗଲେ। ଯେତେବେଳେ ସେ ଦ୍ଵାରିକାରେ ପହଁଚିଲେ ତେବେ ସେ କୃଷ୍ଣଙ୍କର ରୁକ୍ମଣୀ ଏବଂ ସତ୍ୟଭାମାଙ୍କ ସହିତ ବିବାହର ଖବର ଶୁଣିଲେ ହେଲେ ସେ ଦୁଃଖି ହେଲେ ନାହିଁ।

ଏକ ଦେବୀଙ୍କ ରୂପରେ ନିଯୁକ୍ତି କଲେ:-
ଯେବେ କୃଷ୍ଣ ରାଧାଙ୍କୁ ଦେଖିଲେ ତ ବହୁତ ଖୁସି ହେଲେ।ଦୁଇଜଣ ସଙ୍କେତର ଭାଷା ଦ୍ୱାରା ଦୁହେଁ ଦୁହିଁଙ୍କ ସହିତ ବହୁତ ସମୟ ପର୍ଯ୍ୟନ୍ତ କଥା ହୋଇଚାଲିଲେ। ରାଧାଙ୍କୁ କାହ୍ନାଙ୍କ ନଗରୀ ଦ୍ଵାରିକାରେ କେହିବି ଜାଣିନଥିଲେ।ରାଧାଙ୍କ ଅନୁରୋଧରେ କୃଷ୍ଣ ତାଙ୍କୁ ମହଲରେ ଏକ ଦେବୀ ରୂପରେ ନିଯୁକ୍ତି କଲେ। ରାଧା ଦିନସାରା ମହଲରେ ରହୁଥିଲେ ଏବଂ ମହଲରେ ଜଡିତ କାର୍ଯ୍ୟ ଦେଖୁଥିଲେ। ମୌକା ମିଳିଲେ ସେ କୃଷ୍ଣଙ୍କ ଦର୍ଶନ କରିନେଉଥିଲେ, କିନ୍ତୁ ମହଲରେ ରାଧା ଶ୍ରୀକୃଷ୍ଣଙ୍କ ସହିତ ପ୍ରଥମ ଭଳି ଆଧ୍ୟାତ୍ମିକ ଭାବ ଅନୁଭବ କରିପାରୁନଥିଲେ ଏଥିପାଇଁ ରାଧା ମହଲରୁ ଦୂରକୁ ଯିବାପାଇଁ ନିଷ୍ପତି ନେଲେ।
ସେ ଭାବିଲେ କି ସେ ଦୂରକୁ ଯାଇ ଦ୍ୱିତୀୟ ଥର ଶ୍ରୀକୃଷ୍ଣଙ୍କ ସହିତ ଗଭୀର ଆତ୍ମୀୟ ସମ୍ବଦ୍ଧ ସ୍ଥାପିତ କରିପାରିବେ। ତାଙ୍କୁ ଜଣା ନଥିଲା କି ସେ କୁଆଡେ ଯାଉଛନ୍ତି,କିନ୍ତୁ ଭଗବାନ ଶ୍ରୀକୃଷ୍ଣଙ୍କୁ ସବୁ ଜଣା ଥିଲା। ଧୀରେ ଧୀରେ ସମୟ ବିତିବାକୁ ଲାଗିଲା ଏବଂ ରାଧା ପୁରା ଏକୁଟିଆ ଏବଂ ଦୁର୍ବଳ ହୋଇଗଲେ।ସେହି ସମୟରେ ତାଙ୍କୁ ଭଗବାନ ଶ୍ରୀକୃଷ୍ଣଙ୍କର ଆବଶ୍ୟକତା ପଡିଲା। ଶେଷ ସମୟରେ ଭଗବାନ ଶ୍ରୀକୃଷ୍ଣ ତାଙ୍କ ସାମ୍ନାକୁ ଆସିଲେ।
ବଂଶୀର ଧ୍ଵନିକୁ ଶୁଣି ଶୁଣି ତ୍ୟାଗ କରିଥିଲେ ରାଧା ତାଙ୍କ ପ୍ରାଣ:-
କୃଷ୍ଣ ରାଧାଙ୍କୁ କହିଲେ କି ସେ ତାଙ୍କୁ କିଛି ମାଗନ୍ତୁ,କିନ୍ତୁ ରାଧା ମନାକରିଦେଲେ। ଭଗବାନ ଶ୍ରୀକୃଷ୍ଣ ପୁଣିଥରେ ଅନୁରୋଧ କରିବାଦ୍ୱାରା ରାଧା କହିଲେ କି ସେ ଶେଷ ଥର ପାଇଁ ତାଙ୍କୁ ବଂଶୀ ବଜାଉଥିବାର ଦେଖିବାକୁ ଚାହୁଁଛନ୍ତି। ଶ୍ରୀକୃଷ୍ଣ ବଂଶୀ ନେଲେ ଏବଂ ବହୁତ ମିଠା ଧ୍ୱନି ବଜେଇବାକୁ ଲାଗିଲେ।ଶ୍ରୀକୃଷ୍ଣ ଦିନ ରାତି ବଂଶୀ ବଜାଇଲେ ,ଯେ ପର୍ଯ୍ୟନ୍ତ ରାଧା ଆଧ୍ୟାତ୍ମିକ ରୂପରେ କୃଷ୍ଣଙ୍କ ସହ ମିଶିଯାଇନାହାନ୍ତି।ବଂଶୀର ଧ୍ଵନିକୁ ଶୁଣି ଶୁଣି ରାଧା ତାଙ୍କ ଶରୀର ତ୍ୟାଗ କରିଦେଲେ।

ରାଧାଙ୍କ ମୃତ୍ୟୁ ପରେ ଭାଙ୍ଗି ଦେଇଥିଲେ ବଂଶୀ:-
ରାଧାଙ୍କ ମୃତ୍ୟରେ ଭଗବାନ ଶ୍ରୀକୃଷ୍ଣ ବହୁତ ଦୁଃଖିତ ହେଲେ ଏବଂ ଏହି ଦୁଃଖର କାରଣରୁ ଭଗବାନ ଶ୍ରୀକୃଷ୍ଣ ତାଙ୍କ ପ୍ରିୟ ବଂଶୀକୁ ଭାଙ୍ଗିଦେଲେ। କୁହାଯାଏ କି ରାଧା ବିୟୋଗକୁ ଭଗବାନ ସର୍ବଂଗ୍ୟ ସର୍ବଶକ୍ତିମାନ ଶ୍ରୀକୃଷ୍ଣ ସହିପାରିଲେ ନାହିଁ ଏବଂ ଏହି କାରଣରୁ ଭଗବାନ ବଂଶୀକୁ ଭାଙ୍ଗିଦେଲେ। ଏହାପରେ ଭଗବାନ ଶ୍ରୀକୃଷ୍ଣ କେବେବି ବଂଶୀ ବଜେଇନାହାନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।