ବ୍ୟୁରୋ ରିପୋର୍ଟ: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ସିନେମା ପରି ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି । ହେଲେ ଘଟଣା ଟି ସମ୍ପୂର୍ଣ ବାସ୍ତବ ଅଟେ । ଏକ ତ୍ରିକୋଣୀୟ ପ୍ରେମ ବ୍ୟାପାରରକୁ ନେଇ ସୋସିଆଲ୍ ମିଡିଆରେ ଏବେ ଚର୍ଚ୍ଚା ଜୋର୍ ଧରିଛି । ଜଣେ ପତ୍ନୀ ଦେଢ଼ କୋଟି ଟଙ୍କାରେ ନିଜ ସ୍ୱାମୀଙ୍କୁ ତାଙ୍କ ପ୍ରେମିକାଙ୍କୁ ବିକି ଦେଇଥିବା ଖବର ଏବେ ଚର୍ଚ୍ଚାରେ ରହିଛି ।

ପ୍ରକାଶିତ ରିପୋର୍ଟ ଅନୁଯାୟୀ, କିଛିଦିନ ତଳେ ଭୋପାଳର ଫ୍ୟାମିଲି କୋର୍ଟରେ ଏକ ମାମଲା ଆସିଥିଲେ । ଜଣେ ନାବାଳିକା ତାଙ୍କ ବାପାଙ୍କ ବିରୋଧରେ ଅଭିଯୋଗ କରିଥିଲେ । ଯେଉଁଥିରେ ନାବାଳିକା ତାଙ୍କ ବାପାଙ୍କର ପରକୀୟ ପ୍ରୀତି ବାବଦରେ ଜାଣିଯାଇଥିଲେ । ବାପା ଅଫିସରେ ନିଜଠୁ ବୟସରେ ବଡ଼ ଥିବା ଅନ୍ୟ ଜଣେ ମହିଳାଙ୍କ ସହ ସମ୍ପର୍କ ରଖିଥିବାରୁ ଘରେ ପ୍ରତିଦିନ ଅଶାନ୍ତି ସୃଷ୍ଟି ହେଉଛି । ଏହି କାରଣରୁ ଘରେ ସବୁ ବେଳେ ପରିସ୍ଥିତି ଚିନ୍ତାଜନକ ରହୁଥିଲା । ତେଣୁ ସେ ଏବଂ ତାଙ୍କ ଭଉଣୀ ପାଠ ପଢ଼ି ପାରୁନଥିବାରୁ ଫ୍ୟାମିଲି କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଏହାର କିଛି ସାମାଧାନ ଆବଶ୍ୟକ ।
ନାବାଳିକାଙ୍କ ମାମଲା ପରେ ଉଭୟ ପତି-ପତ୍ନୀଙ୍କୁ କୋର୍ଟ କାଉନ୍ସେଲିଂ ପାଇଁ ଡକାଇଥିଲେ । ଏଥିରୁ ଜଣା ପଡ଼ିଥିଲା ଯେ ପ୍ରେମ ସଂପର୍କ ଚାଲିଥିବା ମହିଳାଙ୍କଠାରୁ ତାଙ୍କ ପତିଙ୍କର ବୟସ କମ୍ ଏବଂ ଉକ୍ତ ମହିଳା ପତି କାମ କରୁଥିବା ଅଫିସ୍ରେ କାମ କରନ୍ତି । ପତି ଏବଂ ତାଙ୍କ ପ୍ରେମିକା ଏକାଠି ରହିବାକୁ ଚାହୁଁଛନ୍ତି । କିନ୍ତୁ ପତ୍ନୀ ଏହାକୁ ବିରୋଧ କରୁଛନ୍ତି ।
କାଉନ୍ସେଲରଙ୍କ କହିବାନୁସାରେ, କାଉନ୍ସେଲିଂ ସମୟରେ ପତ୍ନୀ କହିଥିଲେ ଯେ ବାହାଘରର ଏତେ ଦିନ ପରେ ଯଦି ପତି ଏବଂ ତାଙ୍କ ଭିତରେ ଭଲ ସମ୍ପର୍କ ରହୁନାହିଁ । ତେବେ ଏଭଳି ସମ୍ପର୍କ ଆଗକୁ ବଢ଼ାଇ ଆଉ କିଛି ଲାଭ ନାହିଁ । ସେ ପତିଙ୍କ ସହ ରହିବାକୁ ଚାହୁଁ ନାହାନ୍ତି । ପିଲାଙ୍କ ଭବିଷ୍ୟତ ବି ଦେଖିବାର ଅଛି । ପ୍ରତିଦିନ ଏହି ଘଟଣାକୁ ନେଇ ଘରେ କଳି ଲାଗିବା ଅପେକ୍ଷା ଏହାର ସମାଧାନ ବାଟ ଫିଟିଯିବା ସବୁଠାରୁ ଭଲ ହେବ । ତେଣୁ ସେ ଆଗକୁ ତାଙ୍କର ଦୁଇ ଝିଅଙ୍କ ଭବିଷ୍ୟତକୁ ଦେଖି ଏପରି ନିଷ୍ପତ୍ତି ନେଇଛନ୍ତି ।
ତେବେ କିଛି ସମୟର କାଉନ୍ସେଲିଂ ପରେ ଶେଷରେ ସମାଧାନର ରାସ୍ତା ପାଇଥିଲେ କୋର୍ଟ । ପତ୍ନୀ ତାଙ୍କ ସ୍ୱାମୀଙ୍କୁ ଛାଡ଼ିବା ପାଇଁ ଏକ ସର୍ତ୍ତ ରଖି ରାଜି ହୋଇଥିଲେ । ପ୍ରେମିକା ତାଙ୍କ ନାମରେ ଥିବା ଏକ ପ୍ଲଟ୍ ସହିତ ପାଖାପାଖି ୨୭ ଲକ୍ଷ ଟଙ୍କା ପତ୍ନୀଙ୍କ ବ୍ୟାଙ୍କ ଖାତାରେ ଜମା କରିବେ । ମହିଳା ଜଣକ ବି ଏହି ସର୍ତ୍ତରେ ରାଜି ହୋଇ ବିନା ବାଧାରେ ନିଜ ପ୍ରେମିକକୁ ଜୀବନସାଥୀ କରିବାକୁ ରାଜି ହୋଇ ଯାଇଥିଲେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।