କରୋନା ପାଇଁ ଭୁବନେଶ୍ୱର ଓ ଭଦ୍ରକ କୁ ୪୮ ଘଣ୍ଟା ସମ୍ପୂର୍ଣ୍ଣ ସଟଡାଉନ୍, ଦୋକାନ ବଜାର ସମ୍ପୂର୍ଣ ବନ୍ଦ ରହିବ ।
ରାଜ୍ୟ ସରକାର ଆଜି ଏକ ବଡ଼ ଘୋଷଣା କରିଛନ୍ତି। କରୋନା ପାଇଁ ଭୁବନେଶ୍ୱର ଓ ଭଦ୍ରକ ସହରକୁ ୪୮ ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା କରାଯାଇଛି। ଆଜି ସନ୍ଧ୍ୟା ୮ ଟାରୁ ଲାଗୁ ହେବ ୪୮ ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ସଟଡାଉନ୍ । ଶୁକ୍ରବାର (ଆଜି) ସନ୍ଧ୍ୟା ୮ ରୁ ରବିବାର ସନ୍ଧ୍ୟା ୮ ପର୍ଯ୍ୟନ୍ତ ୪୮ ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ସଟଡାଉନ୍ ।
ଭୁବନେଶ୍ୱର ଓ ଭଦ୍ରକ କୁ ୪୮ ଘଣ୍ଟା ସମ୍ପୂର୍ଣ୍ଣ ସଟଡାଉନ୍
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଲକଡାଉନ୍ ସମୟରେ ଖୋଲା ରହୁଥିବା ବିଭିନ୍ନ ଅତ୍ୟାବଶ୍ୟକ ଦୋକାନ ବଜାର ଏବେ ସଟଡାଉନ୍ ପାଇଁ ୪୮ ଘଣ୍ଟା ସମ୍ପୂର୍ଣ୍ଣ ବନ୍ଦ ରହିବ। କୁହାଯାଇଛି ଯେ ଏହା ଏକପ୍ରକାରର କର୍ଫ୍ୟୁ ପରି। ତେଣୁ ଏହି ୪୮ ଘଣ୍ଟା ଦୁଇ ସହରର କୌଣସି ଦୋକାନ, ବଜାର ଖୋଲିବ ନାହିଁ।
ମେଡିକାଲ କୁ ଛାଡିଦେଲେ ଏପରିକି ମେଡିସିନ୍ ଦୋକାନ ମଧ୍ୟ ଏହି ସମୟରେ ବନ୍ଦ ରହିବ। ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେବ କେଉଁ ମେଡିସିନ୍ ଦୋକାନ ଖୋଲାରହିବ ବୋଲି କୁହାଯାଇଛି। ତେବେ ଲୋକ ମାନଙ୍କ ସୁରକ୍ଷା ପାଇଁ ଅଳ୍ପ କିଛି ମେଡିସିନ୍ ଦୋକାନକୁ ଛାଡ଼ି ସମସ୍ତ ଦୋକାନକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
ପୋଲିସ୍ ମହାନିର୍ଦ୍ଦେଶକ ଶ୍ରୀଯୁକ୍ତ ଅଭୟ ସୂଚନା ଦେଇଛନ୍ତି, କେବଳ ମାଲବାହୀ ଗାଡ଼ିକୁ ଏହି ସଟଡାଉନକୁ ବାଦ୍ ଦିଆଯାଇଛି । ଏହାସହ ଲକଡାଉନ୍ ସମୟରେ ମିଳିଥିବା ବିଭିନ୍ନ ପାସକୁ ମଧ୍ୟ ବାତିଲ୍ କରିଦିଆଯାଇଛି। ସଟଡାଉନ୍ ପାଇଁ ପୋଲିସ୍ ପକ୍ଷରୁ ନୂଆ ପାସ୍ ବ୍ୟବସ୍ଥା କରାଯାଇଛି। ଯଦି ଅତି ଆବଶ୍ୟକ ହେଉଛି ତେବେ ଘରୁ ବାହାରନ୍ତୁ ବୋଲି ପୋଲିସ୍ ପ୍ରଶାସନ ପକ୍ଷରୁ କୁହାଯାଇଛି।