ମନ୍ତ୍ରୀଙ୍କ ପୁଅ କହି ନିଶାଶକ୍ତ ଅବସ୍ଥାରେ ପୋଲିସକୁ ବ୍ୟବହାର କରିବା ପଡିଲା ମହଙ୍ଗା। ଭିଡିଓ କରିଥିବା ମହିଳା କନେଷ୍ଟବଲଙ୍କୁ ତାଗିଦ।

ଆପଣ ଜାଣିଥିବେ ରବିବାର ଦିନ ଶର୍ଟଡାଉନ ସମୟରେ ଭୁବନେଶ୍ୱର ଫାୟାର ଷ୍ଟେସନ ଛକରେ ଜଣେ ଯୁବକ ଅଧିକ ନିଶା ସେବନ କରି ଆସିଥିଲେ ଓ ପୋଲିସ ତାଙ୍କୁ ଅଟକାଇବାରୁ ସେ ପୋଲସଲୁ ଅସଭ୍ୟ ଭାଷା କହିବା ସହ ମୁଁ ଜଣେ ମନ୍ତ୍ରୀଙ୍କ ପୁଅ ମତେ ଧରୁଛ ତମ ଚାକିରୀ କଣ ପିତା ଲାଗିଲାନି ବୋଲି କହିଥିଲେ। ଏହା ପରେ ମହିଳା କନେଷ୍ଟବଳଙ୍କ କହିବା ପରେ ତାଙ୍କୁ ଥାନାଙ୍କୁ ନିଆଯାଇଥିଲା। ସେଠାରେ ମଧ୍ୟ ସେ ଖରାପ ବ୍ୟବହାର କରିବାର ଲାଗିଥିଲେ। ଏହା ପରେ ଖଣ୍ଡଗିରି ପୋଲିସ ବାଧ୍ୟହୋଇ ତାଙ୍କ ଉପରେ ଦଫା-୩୫୩, ୨୯୪, ୫୦୬, ୩୪୧, ୩୨୩ ଲଗାଇ କୋର୍ଟଚାଲାଣ କରିଥିଲା। ଆପଣଙ୍କୁ କହିରଖିବୁ ସେହି ଯୁବକ ହେଉଛନ୍ତି ଆଇଆରସି ଭିଲେଜ ଅଞ୍ଚଳର ଜୀବନଜ୍ୟୋତି ମଲ୍ଲିକ। ଏହା ପରେ ତାଙ୍କୁ ଜାମିନ ମଧ୍ୟ ମିଳିଲାନି ଓ ଶେଷରେ ତାଙ୍କୁ ଜେଲ ପଠାଯାଇଛି।

Google

ଆପଣଙ୍କୁ କହିରଖିବୁ ମହିଳା କନେଷ୍ଟବଳ ଦେଇଥିବା ଷ୍ଟେଟମେଣ୍ଟ ଅନୁସରେ ସେ ଡିଉଟି କରୁଥିବା ବେଳେ। ଉକ୍ତ ଯୁବକ ଏକ ସ୍କୁଟିରେ ମଦ ନିଶାରେ ଆସୁଥିଲେ। ସେହି ସମୟରେ ଚାଲିଥିଲା ଚେକିଙ୍ଗ ଶର୍ଟଡାଉନ ସମୟରେ କଣ ପାଇଁ ବାହାରିଛନ୍ତି ବୋଲି ପଚାରିବାରୁ ସେ ଗାଳି ଦେବା ଆରମ୍ଭ କରିଦେଇଥିଲା। ସବୁଠୁ ଆଶ୍ଚର୍ଯ୍ୟକର କଥା ଏହାକି ସେ ନିଜକୁ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କର ପୁଅ ବୋଲି କହିଥିଲେ। ଏହା ପରେ ଏତିକିରେ ତାଙ୍କ ଦୁଷ୍ଟାମୀ ସରିନଥିଲା ସେ କାର୍ଯ୍ୟରତ କନେଷ୍ଟବଲ ସୁଶାନ୍ତ ପ୍ରଧାନଙ୍କୁ ଏକ ଚାପୁଡ଼ା ମଧ୍ୟ ମାରିଥିଲେ। ଏହା ନେଇ ସୁଶାନ୍ତ ଅଭିଯୋଗ ମଧ୍ୟକରିଛନ୍ତି।

ଗଣମାଧ୍ୟମକୁ କିଛି ମବୁଝି ମନ୍ତବ୍ୟ ଦେଇଥିବା ମହିଳା କନେଷ୍ଟବଲଙ୍କୁ ଗାଳି:

ବହୁତ ସମୟ ବିବାଦ ଚାଲିଥିବାରୁ ଡିସିପି ଏହା ଜାଣିପାରିବା ପରେ ସେହି ମହିଳା କନେଷ୍ଟବଲଙ୍କୁ ଗାଳି କରିଥିଲେ। ସେ କାନ୍ଦିକି ରୁମରୁ ବାହାରୁଥିବା ଦେଖାଯାଇଥିଲା।

ଘଟଣାରେ ଦୁଃଖ ପ୍ରକାଶ କଲେ ମନ୍ତ୍ରୀ:

ଆପଣଙ୍କୁ କହିରଖିବୁ ୧୯୫୯ ଧାରା-୬ ଅନୁସାରେ କୌଣସି ବଡ଼ କର୍ମଚାରୀଙ୍କୁ ବିନା ଅନୁମତି କୌଣସି ତଥ୍ୟ କହିବା ଅନୁଚିତ କିନ୍ତୁ ମହିଳା କନେଷ୍ଟବଳ ଜଣଙ୍କ କିଛି ନବୁଝି ଗଣ ମାଧ୍ୟମକୁ ସବୁ କହିଦେଇଥିଲେ ଏହା ତାଙ୍କ ଉପରେ ମଧ୍ୟ ଭାରି ପଡିପାରେ। ସବୁଠୁ ଆଶ୍ଚର୍ଯ୍ୟକର କଥା ଥିଲା ସେହି ଯୁବକ ଜଣଙ୍କ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କର ପୁଅ ବୋଲି କହିଥିଲେ ଓ ଏହି କଥାକୁ ଅନୁଧ୍ୟାନ ନକରି ଗଣମାଧ୍ୟମକୁ ମହିଳା କନେଷ୍ଟବଳ କହିଦେଇଥିଲେ। ଏହା ପରେ ମନ୍ତ୍ରୀ କହିଛନ୍ତିକି ସେ ଯୁବକ ମୋର କେହି ନୁହେଁ କିନ୍ତୁ ମହିଳା କନେଷ୍ଟବଳ କିପରି ଘଟଣାର ତଦନ୍ତ ନକରି ମୋ ନାମ କହିଛନ୍ତି ଏହା ବହୁତ ଦୁଃଖନିୟ ଅଟେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *