ଲଗାତର କୋଭିଡ-୧୯ ସଂକ୍ରମଣ ବଢ଼ିବାରୁ ଡୁମଡୁମାର କସମୋପୋଲିସ ଆପାର୍ଟମେଣ୍ଟର ୪ ଟି ଫ୍ଲାର୍ଟକୁ କଣ୍ଟେଟମେଣ୍ଟ ଘୋଷଣା

ଆପଣ ଜାଣିଥିବେ ପ୍ରାୟ କିଛି ଦିନ ତଳେ ଡିସେମ୍ବର ମାସରେ ହିଁ ଚୀନରେ କରୋନା ନାମକ ଭାଇରସ ଦେଖାଯାଇଥିଲା ଯାହା ଧୀରେ ଧୀରେ ଅନେକ ସ୍ଥାନରେ ଖେଳିଯାଇଥିଲା। ଏହା ପରେ ଏହା ରୂପ ବଦଳାଇ ଅନେକ ଭ୍ୟାରିଏଣ୍ଟ ସୃଷ୍ଟି କରିଥିଲା।

ଦ୍ୱିତୀୟ ଲହରୀରେ ଏହାର ଡେଲଟା ଭ୍ୟାରିଏଣ୍ଟ ଅଧିକ ପ୍ରଭାବିତ କରିଥିଲା ଯେଉଁଥିରେ ଅନେକ ସଂଖ୍ୟକ ଲୋକଙ୍କ ଜୀବନ ଯାଇଥିଲା। ଏବେ ଏହାର ଏକ ନୂଆ ଭ୍ୟାରିଏଣ୍ଟ ଓମିକ୍ରନ ଯାହା ଦକ୍ଷିଣ ଆଫ୍ରିକାରେ ପ୍ରଥମେ ନଭେମ୍ବର ମାସରେ ଦେଖାଯାଇଥିଲା ତାହା ଏବେ ଦେଶରେ ଓ ରାଜ୍ୟରେ ମଧ୍ୟ ଦେଖାଗଲାଣି। ଏହା ମଧ୍ୟରେ ଭୁବନେଶ୍ୱରରର କମିଥିବା ସଂକ୍ରମଣ ପୁଣିଥରେ ଧୀରେ ଧୀରେ ବଢ଼ିବାରେ ଲାଗିଲାଣି। ଏହା ଯୋଗୁ ଭୁବନେଶ୍ୱରରେ କଣ୍ଟେନମେଣ୍ଟ ଜୋନ ମଧ୍ୟ ଦିନକୁ ଦିନ ବଢୁଛି। ଏବେ ଡୁମଡୁମାର କସମୋପୋଲିସ ଆପାର୍ଟମେଣ୍ଟର ୪ ଟି ଫ୍ଲାର୍ଟରୁ ଲଗାତର ୮ ଜଣ କରୋନା ସଂକ୍ରମଣ ବାହାରିବା ପରେ ଏହାକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି।

କରୋନାରେ ନୂଆ ଭ୍ୟାରିଏଣ୍ଟ ଓମିକ୍ରନ ଯଦି ବଢିଯିବ ତେବେ ଏହାକୁ କାବୁକୁ ଆଣିବା କଷ୍ଟକର ହେବ ଓ ଏହା ଦ୍ଵାରା ତୃତୀୟ ଲହରୀ ମଧ୍ୟ ଆସିଯାଇପାରେ। ଏହାକୁ ଦୃଷ୍ଟିରେ ରଖୀ କାଲି ବମୀଖାଲ ଦୃର୍ଗା ବଜାରରୁ କିଛି ସଂକ୍ରମଣ ବାହାରିବା ପରେ ଏହାକୁ ମଧ୍ୟ ବିଏମସି କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି। ଏହା ସହ ବିଏମସି ନିଗରକୁ ମଧ୍ୟ କଣ୍ଟେନମେଣ୍ଟ ଯୋଜ ଘୋଷଣା କରାଯାଇଛି।

କିଛି ମାସରୁ ଦ୍ୱିତୀୟ ଲହରୀର ପ୍ରକୋପ କମି କମି ଆସୁଥିଲା ଓ ଧୀରେ ଧୀରେ ସ୍ଥିତି ସ୍ୱାଭାବିକ ହେଉଥିଲା। ଏବେ ନୂଆ ଭ୍ୟାରିଏଣ୍ଟ ଓମିକ୍ରନ ଆସିବ ପରେ ବାହାରୁ ଆସୁଥୁବା ଅନେକ ପରିମାଣର ଲୋକଙ୍କ ପାଇଁ ଏବେ ସଂକ୍ରମଣ ଚିନ୍ତା ବଢିଯାଇଛି ଯାହା ପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ପୁଣି ତୃତୀୟ ଲହରୀ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ଏବେ ସମସ୍ତଙ୍କୁ ସତର୍କ ରହିବା ପାଇଁ କୁହାଯାଉଛି ଯେପରି ତୃତୀୟ ଲହର ନଆସୁ ନଚେତ ଏହାର ପ୍ରଭାବ ଦେଶ ଉପରେ ପ୍ରାୟ ନିଶ୍ଚିତ ପଡିବ କାରଣ ଦେଶ ଆଗରୁ ଅର୍ଥନୈତିକ ରୂପରେ ଦୃବଳ ହୋଇପଡିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *