IND VS ENG: ଭୁବନେଶ୍ୱର କୁମାର ଟିମ ପାଇଁ ଜରୁରୀ ଅଟନ୍ତି। କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ।

ଦ୍ରୁତ ବୋଲର ଭୁବନେଶ୍ୱର କୁମାର ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟି ୨୦ ମ୍ୟାଚରେ ୪ ଓଭରରେ ୨୮ ରନ ଦେଇ ଜୋଶ ବଟଲରଙ୍କ ମହତ୍ୱପୂର୍ଣ୍ଣ ୱିକେଟ ଅକ୍ତିଆର କରିଥିଲେ। ଟି ୨୦ ରେ ତାଙ୍କ ଇକୋନମି ବହୁତ ଭଲ ଓ ଏଥିପାଇଁ ସେ ଟିମର ମହତ୍ତ୍ୱପୂର୍ଣ୍ଣ ଖେଳାଳି ଭାବେ ଜଣାଶୁଣା। ସେ ଏହି ସିରିଜ ପୂର୍ବରୁ ଅନ୍ତିମ ଟି ୨୦ ମ୍ୟାଚ ୨୦ ଡିସେମ୍ବର ୨୦୧୯ରେ ଖେଳିବାର ନଜର ଆସିଥିଲେ ।

Google

ଦ୍ୱିତୀୟ ଟି ୨୦ ମ୍ୟାଚରେ ଭୁବନେଶ୍ୱର କୁମାର ଭଲ ଆରମ୍ଭ କରିଥିଲେ। ଜୋଶ ବଟଲର ଯିଏ ଟି ୨୦ରେ ଭୟଙ୍କର ବ୍ୟାଟ୍ସମ୍ୟାନ ଭାବେ ଜଣାଶୁଣା ସେ ତାଙ୍କୁ ମ୍ୟାଚର ତୃତୀୟ ବଲରେ ଆଉଟ କରିଦେଲେ। ଏହି କାରଣ ପାଇଁ ଇଂଲଣ୍ଡ ଟିମ ପ୍ରଥମ ୬ ଓଭରରେ ଦ୍ରୁତ ରନ କରି ପାରିଲା ନାହିଁ।ଶେଷ ଓଭର ଆଡ଼କୁ ମଧ୍ୟ ସେ ଭଲ ବୋଲିଂ କଲେ। ସେ ୧୬ ତମ ଓଭରରେ ୭ ଓ ୧୯ ତମ ଓଭରରେ ୯ ରନ ଦେଇଥିଲେ। ଏହି କାରଣ ପାଇଁ ଇଂଲଣ୍ଡ ଟିମ ୧୭୦ ରନ ମଧ୍ୟ କରିପାରିଲା ନାହିଁ। ତାଙ୍କ ଟି ୨୦ କ୍ୟାରିୟରରେ ସେ ୪୫ ମ୍ୟାଚରେ ୪୨ ୱିକେଟ ନେଇଛନ୍ତି। ତାଙ୍କ ଇକୋନମି ରେଟ ୭ ରହିଛି। ଏହା ଭାରତୀୟ ଭାବରେ ଯଶପ୍ରୀତ ବୁମରାଙ୍କ ଠାରୁ ଟିକେ ଅଧିକ ରହିଛି। ଏଥିପାଇଁ ଅଧିନାୟକ ବିରାଟ କୋହଲି ତାଙ୍କୁ ଟିମର ମହତ୍ତ୍ୱପୂର୍ଣ୍ଣ ଖେଳାଳି କହିସାରିଛନ୍ତି। ପ୍ରଥମ ମ୍ୟାଚରେ ତାଙ୍କୁ ୨ ଓଭର ପକେଇବାକୁ ମିଳିଥିଲା। ଏହି ସିରିଜରେ ଇଂଲଣ୍ଡ ୧-୧ରେ ବରାବର ରହିଛି।

Google

ତାଙ୍କ ସବୁ ଟି ୨୦ ରେକର୍ଡ଼ ଦେଖିଲେ ଏଥିରେ ମଧ୍ୟ ସେ ଖୁବ କଞ୍ଜୁସ ନଜର ଆସିଛନ୍ତି । ସେ ୧୮୧ ମ୍ୟାଚରେ ୭ ଇକୋନମିରେ ରନ ଦେଇଛନ୍ତି। ତାଙ୍କ ପ୍ରଦର୍ଶନରେ ସ୍ୱଚ୍ଛତା ରହିଛି। ସେ ୧୮୯ ୱିକେଟ ମଧ୍ୟ ଅକ୍ତିଆର କରିଛନ୍ତି। ଦୁଇଥର ୪ ଓ ଦୁଇ ଥର ୫ ୱିକେଟ ନେଇଛନ୍ତି। ୩୧ ବର୍ଷୀୟ ଏହି ଖେଳାଳି ୨୧ଟେଷ୍ଟ ଓ ୧୧୪ ଦିନିକିଆ ମ୍ୟାଚ ଖେଳିବାର ନଜର ଆସିଛନ୍ତି। ଦିନିକିଆରେ ତାଙ୍କ ଇକୋନମି ୫ ଅଟେ। ଏଥିପାଇଁ ସେ ଟି ୨୦ ଓ ଦିନିକିଆ ପାଇଁ ମହତ୍ତ୍ୱପୂର୍ଣ୍ଣ ଅଟନ୍ତି। ସେ ନୂଆ ବଲରେ ସ୍ୱିଙ୍ଗ କରିବାର କ୍ଷମତା ରଖିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *