ହାଇଦ୍ରାବାଦର ମହମ୍ମଦ ସିରାଜ ଅଷ୍ଟ୍ରେଲିୟାର ଆଗାମୀ ଗସ୍ତରେ ଭାରତର ଟେଷ୍ଟ ଟିମରେ ୫ମ ଦ୍ରୁତ ବୋଲର ରୂପରେ ଜାଗା ପ୍ରସ୍ତୁତ କରିବା ପାଇଁ ମୁମ୍ବାଇର ସାରଦୁଲ ଠାକୁରଙ୍କ ଠାରୁ ଭଲ ପ୍ରଦର୍ଶନ କରିବାକୁ ପଡିବ। ଯେତେବେଳେ ଭାରତର ସଂଯୁକ୍ତ ଟିମରେ ଜାଗା ପ୍ରସ୍ତୁତ କରିବା ପାଇଁ ଗୁଜୁରାଟର ବାମ ହାତର ସ୍ପିନର ଅକ୍ଷର ପଟେଲ ବି ଦାବିଦାର ହେବେ। ୪ଟି ଟେଷ୍ଟ ମ୍ୟାଚର ବହୁ ପ୍ରତୀକ୍ଷିତ ପରେ ସିରିଜର ପ୍ରଥମରୁ ସୀମିତ ଓଭରର ଦୁଇଟି ସିରିଜ (ଟି୨୦ ଏବଂ ଏକଦିବସୀୟ ଅନ୍ତ ରାଷ୍ଟ୍ରୀୟ) ବି ହେବେ ଏବଂ ଏହି ପରି ସୁନୀଲ ଯୋଶୀଙ୍କର ଅଧ୍ୟକ୍ଷତାରେ ଏହି ସପ୍ତାହରେ ବୈଠକ କରିବା ଵାଲା ଚୟନ ସିମିତିଙ୍କ ସବୁ ତିନୋଟି ଗଠନ ପାଇଁ ଟିମରେ ଅଧିକ ଖିଲାଡିମାନଙ୍କର ଜାଗା ଦେବା ପାଇଁ ଆଶା ଅଛି।

ଦୁଇଟି ବରିଷ୍ଠ ପ୍ରଖର ବୋଲରଙ୍କର ସିରିଜରୁ ବାହାରିବାର ଆଶଙ୍କା:
ଆପଣଙ୍କୁ କହିଦେଉଛୁ କି ଦୁଇଟି ବରିଷ୍ଠ ପ୍ରଖର ବୋଲର ଭୁବନେଶ୍ୱର କୁମାର ( ଜଂଘରେ ଆହତ ) ଇଂଶାତ ଶର୍ମା ( ମାଂସପେଶୀ ଆହତ) ଙ୍କୁ ସିରିଜରୁ ବାହାରିବାର ଆଶଙ୍କା ଅଛି ଏବଂ ଏହିପରି ମହମ୍ମଦ ଶାମି,ଯଶପ୍ରୀତ ବୁମରାହ ଏବଂ ଉମେଶ ଯାଦବଙ୍କ ସହିତ ନବଦୀପ ସୈନୀ ଚତୃର୍ଥ ପ୍ରଖର ବୋଲରଙ୍କ ରୂପରେ ବଛା ଯିବା ନିଶ୍ଚିତ ଅଟେ।ପଞ୍ଜାବର ପ୍ରଖର ବୋଲରଙ୍କ ଜାଗା ସିରାଜଙ୍କୁ ଦିଆ ଯାଇପାରେ ସେ ଭାରତ ଏବଂ ରଣଜୀ ଟ୍ରାମ୍ଫି ଟିମର ତରଫରୁ ଲମ୍ବା ଗଠନର ମ୍ୟାଚରେ ଭଲ ପ୍ରଦର୍ଶନ କରିଛନ୍ତି।

ନୂଆ ବଲରେ ସ୍ୱିଙ୍ଗ କରିପାରୁଥିବା ସାର୍ଦୁଲ ଠାକୁର ମଧ୍ୟ ଟିମରେ ଜାଗା ବନେଇପାରନ୍ତି। ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ତାଙ୍କର ପଦାର୍ପଣ ଏକ ଖରାପ ସ୍ୱପ୍ନ ଥିଲା ପ୍ରଥମ ଓଭରରେ ହିଁ ସେ ଆହତ ହୋଇଥିଲେ। ଚୟନ ସମିତିର ପୂର୍ବ ଅଧ୍ୟକ୍ଷ ଏମଏସକେ ପ୍ରସାଦ ମଙ୍ଗଳବାରକୁ ପିଟିଆଇଙ୍କୁ କହିଲେ “ସିରାଜ ପୂର୍ଵ କିଛି ମ୍ୟାଚରେ ଇଣ୍ଡିଆ ଏ ପାଇଁ ଭଲ ପ୍ରଦର୍ଶନ କରିଛନ୍ତି। ମତେ ଲାଗୁଛି କି ସେ ନାଲି ବଲରେ ଭଲ ପ୍ରଦର୍ଶନ କରିବେ ଓ ଅଷ୍ଟ୍ରେଲିଆରେ ଭଲ ବୋଲିଂ କରିପାରିବେ।
ଦୀପକ ଚାହର ଧଳା ବଲର ପ୍ରାରୁପରେ:
ପ୍ରସାଦଙ୍କ ଅନୁସାରେ ନୂଆ ଚୟନ ସମିତି ଶିବମ ମାବିଙ୍କ ଉପରେ ମଧ୍ୟ ଦୃଷ୍ଟି ପକେଇ ପାରେ। ଯିଏ ନିକଟ ଭବିଷ୍ୟତରେ ଭଲ ବୋଲର ହୋଇପାରିବେ। ସାର୍ଦୁଲ ଠାକୁର ଓ ତାଙ୍କ ଚେନ୍ନାଇ ସୁପର କିଙ୍ଗସ ସାଥି ଦୀପକ ଚହର ଧଳା ବଲ ମ୍ୟାଚରେ ନିଶ୍ଚିତ ଜାଗା ବନେଇବେ।ଉମେଶଙ୍କୁ ଟିମରେ ଜାଗା ନ ମିଳି ପାରେ। ୱିକେଟକିପର ପାଇଁ ୪ ଜଣ ବଛା ହୋଇପାରନ୍ତି। ସୀମିତ ଓଭରରେ କେ ଏଲ ରାହୁଲ,ରିଶଭ ପନ୍ତ ଓ ସଂଜୁ ସାମସନ (କେବଳ ଟି ୨୦)ତାଙ୍କ ସାଥ ଦେବେ। ରିଦ୍ଧିମାନ ସାହା ଟେଷ୍ଟର ୱିକେଟ କିପର ଭାବେ ଟିମରେ ସାମିଲ ହେବେ।

ଓପ୍ନର ଭାବେ ରୋହିତ ଶର୍ମା, ମୟଙ୍କ ଅଗ୍ରୱାଲ,ପୃଥ୍ବୀ ସ ଓ ଶୁଭମନ ଗିଲ ସାମିଲ ହେବେ। ରାହୁଲ ଓ ଶିଖର ଧୱାନ ସୀମିତ ଓଭର ପାଇଁ ସାମିଲ ହେବେ। ଏମିତି ଭାରତ ପାଖରେ ୬ ଖେଳାଳି ଅଛନ୍ତି ଯିଏ ନୂଆ ବଲର ସାମନା କରିପାରିବେ। ମିଡ଼ିଲ ଆଡର ରେ ଅଧିନାୟକ ବିରାଟ କୋହଲି,ଶ୍ରେୟାସ ଆୟର,ମନୀଷ ପାଣ୍ଡେ,ଓ ହାର୍ଦିକ ପାଣ୍ଡ୍ୟାଙ୍କ କାନ୍ଧରେ ନ୍ୟସ୍ତ। ହାର୍ଦିକ ପାଣ୍ଡ୍ୟା ବୋଲିଂ କରିପାରିବେ ନାହିଁ ସେଥିପାଇଁ ଶିବମ ଦୁବେ ମଧ୍ୟ ଟିମରେ ବିକଳ୍ପ ଭାବେ ରହିବେ।
ସୀମିତ ଓଭରରେ ସ୍ପିନ ବୋଲିଂ ଭାର:
ସମ୍ଭାବିତ ଟିମ(ସବୁ ଫର୍ମାଟ):ବିରାଟ କୋହଲି(ଅଧିନାୟକ),ରୋହିତ ଶର୍ମା,ଅଜିଙ୍କ୍ୟ ରାହାଣେ,ହନୁମା ବିହାରୀ , ଚେତେଶ୍ୱର ପୂଜାର,କେଏଲ ରାହୁଲ,ଶିଖର ଧୱନ,ଶୁଭମାନ ଗିଲ,ପୃଥ୍ବୀ ସ,ମୟଙ୍କ ଅଗ୍ରୱାଲ,ମନୀଷ ପାଣ୍ଡେ,ଶ୍ରେୟାସ ଆୟର,ହାର୍ଦିକ ପାଣ୍ଡ୍ୟା, ରିଷଭ ପନ୍ତ,ସଞ୍ଜୁ ସାମସନ, ରବିନ୍ଦ୍ର ଜାଡେଜା,ଆର ଅଶ୍ୱିନ,ୟୁଜିବେନ୍ଦ୍ର ଚାହଲ, ରିଦ୍ଧିମାନ ସାହା,ୱାସିଂଟନ ସୁନ୍ଦର,କୂଳଦୀପ ଯାଦବ,ମହମ୍ମଦ ସିରାଜ,ଯଶପ୍ରୀତ ବୁମରା,ନବଦୀପ ସୈନି,ମହମ୍ମଦ ସାମୀ,ଉମେଶ ଯାଦବ,ଦୀପକ ଚହର,ସାର୍ଦୁଲ ଠାକୁର,ଅକ୍ଷର ପଟେଲ।

ସୀମିତ ଓଭରରେ ସ୍ପିନ ବୋଲିଂ ଭାର ଯୁଜୁର୍ବେନ୍ଦ ଚହଲ,କୁଳଦୀପ ଯାଦବ,ୱାସିଂଟନ ସୁନ୍ଦର(କେବଳ ଟି ୨୦),ରବିନ୍ଦ୍ର ଜାଡେଦାଙ୍କୁ ଦିଆଯିବ।ଆଇପିଏଲରେ ଦିଲ୍ଲୀ ପାଇଁ ଖେଳୁଥିବା ଅକ୍ଷର ପଟେଲଙ୍କୁ ମଧ୍ୟ ସ୍ଥାନ ଦିଆଯିବ।ଟେଷ୍ଟ ମ୍ୟାଚରେ ଜାଡେଜା ଓ ଅଶ୍ୱିନ ସ୍ଥାନ ପକ୍କା ଅଟେ।କୁଳଦିପ ଯାଦବ ହୋଇପାରନ୍ତି ସାମିଲ। ହନୁମା ବିହାରୀ, ଚିତେଶ୍ୱର ପୂଜାରା, ଆଜିଙ୍କ୍ୟ ରାହାଣେ ଟେଷ୍ଟ ପାଇଁ ରହିବେ। ଅସ୍ଥାୟୀ କାର୍ଯ୍ୟକ୍ରମ ଅନୁସାରେ ଗସ୍ତର ଆରମ୍ଭ ନଭେମ୍ବରରେ ସୀମିତ ଓଭର ମ୍ୟାଚରେ ହେବ। ଟେଷ୍ଟ ଶୃଙ୍ଖଳା ଡିସେମ୍ବର ମଧ୍ୟ ଭାଗରେ ହବ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।