ଦିଲ୍ଲୀ ପୋଲିସର ଆର୍ଥିକ ଅପରାଧ ଶାଖା(ଇଓଡବ୍ଲୁ) ୪୨ ହଜାର କୋଟି ଟଙ୍କାର ଘୋଟାଲା କରୁଥିବା ନୋଏଡା ଏକ କମ୍ପାନୀର ଆଉ ୭ଜଣ ଡାଇରେକ୍ଟରଙ୍କୁ ଗିରଫ କରିନେଇଛନ୍ତି ।

ଦିଲ୍ଲୀ ପୋଲିସର ଆର୍ଥିକ ଅପରାଧ ଶାଖା(ଇଓଡବ୍ଲୁ) ଠକେଇ ମାମଲାରେ ଏକ ବଡ କାରବାର କରିଛି। ବାଇକ ବୋଟ ଯୋଜନାର ନାମରେ ଲୋକଙ୍କ ଠାରୁ ୪୨ ହଜାର କୋଟି ଟଙ୍କାର ଠକେଇ କରୁଥିବା ନୋଏଡାର ଏମଏସ ଗର୍ବୀଟ ଇନୋଭେଟିବ କମ୍ପାନୀର ଆଉ ୭ଜଣ ଡାଇରେକ୍ଟରଙ୍କୁ ଗିରଫ କରିନିଆଯାଇଛି। ପ୍ରକୃତରେ,ବାଇକ ବୋଟ ଘୋଟାଲାର ଶିକାର କିଛି ହଜାର ନୁହେଁ ବରଂ ଲକ୍ଷ ଲକ୍ଷ ଲୋକ ହୋଇଛନ୍ତି। ଜଲ୍ଦି ଟଙ୍କା କମେଇବା ଏବଂ ପୁଞ୍ଜିକୁ ଦୁଇଗୁଣ କରିବା ଚକ୍କରରେ ଲୋକମାନେ ଧୋକାର ଶିକାର ହୋଇଛନ୍ତି। ଟଙ୍କା ହରେଇଥିବା ଲୋକଙ୍କର ଅଭିଯୋଗ ପରେ ଇନୋଭେଟିବ ପ୍ରମୋଟର୍ସ ଲିମିଟେଡ଼ର ବିରୁଦ୍ଧରେ ଦିଲ୍ଲୀରେ ବି ଏଫଆଇଆର ଦର୍ଜ କରାଯାଇଛି।କମ୍ପାନୀର ମାଲିକ ଏବେ ଜେଲରେ ଅଛି।
ପୋଲିସ ହୋଇଥିବା ଏଫଆଇଆରର ଅନୁସାରେ,୪୨ ହଜାର କୋଟିର ଘୋଟଲା କରିଥିବା ଏହି କମ୍ପାନୀ ଲକ୍ଷ ଲକ୍ଷ ଲୋକଙ୍କୁ ନିଜର ଶିକାର ବନେଇଛି। ଏହି ପୂରା ମାମଲାରେ ଦିଲ୍ଲୀ ପୋଲିସର ଆର୍ଥିକ ଅପରାଧ ଶାଖା(ଇଓଡବ୍ଲୁ)ରେ ଏକ ବିଏସପି ନେତା ସହିତ କେତେକ ଅପରାଧିମାନଙ୍କର ନାମ ଦର୍ଜ ଅଛି। ବର୍ତ୍ତମାନ ପୋଲିସ ମାମଲାର ଯାଞ୍ଚ କରୁଅଛି। ଠକେଇ କେତେ ମାତ୍ରାରେ ହୋଇଛି ତାହାର ସୂଚନା ଠିକ ଭାବରେ ମିଳିପାରି ନାହିଁ।ହଜାର ହଜାର ଲୋକଙ୍କ ଅଭିଯୋଗ ପରେ ଶନିବାରକୁ ପୋଲିସ ଏଫଆଇଆର ଦର୍ଜ କରିଥିଲା।
Seven more directors/officials of Noida-based M/S Garvit Innovative Promoters Ltd have been arrested on charges of cheating people to the tune of Rs 42,000 crores by inducing them to invest in a scheme called 'bike boat': Economic Offence Wing, Delhi Police
— ANI (@ANI) November 25, 2020
କମ୍ପାନୀ ଉପରେ ଲୋକମାନଙ୍କୁ ଧମକେଇବାର ମଧ୍ୟ ଦୋଷ ଲାଗିଅଛି:
ପୋଲିସ ଠାରୁ ମିଳିଥିବା ସୂଚନା ଅନୁସାରେ,କମ୍ପାନୀ ବାଇକ ବୋଟ ସ୍କିମର ନାମରେ ଲୋକ ଦ୍ୱାରା ପୁଞ୍ଜିଲଗାଣ କରାଇଲା ଏବଂ ଭଲ ଫେରସ୍ତ କରେଇବାର ସ୍ୱପ୍ନ ଦେଖାଇଲା। ଏକ ରୁ ଦୁଇ ମାସ ପର୍ଯ୍ୟନ୍ତ ନିବେଶକମାନଙ୍କର ଫେରସ୍ତ ବି ଆସିଥିଲା,ପୁଣି ପରେ କମ୍ପାନୀ ଅଚାନକ ଫେରସ୍ତ ଦେବା ବନ୍ଦ କରିଦେଲା। ଟଙ୍କା ବୁଡିବା ଦେଖି ଲୋକମାନେ ଅଭିଯୋଗ କରିବାକୁ ଚାହିଁଲେ ତେବେ କମ୍ପାନୀ ତାଙ୍କୁ ଧମକେଇଲା। କେତେ ଲୋକଙ୍କ ଠାରୁ ଅଭିଯୋଗ ଆସିବା ପରେ ଏଫଆଇଆର ଦର୍ଜ କରାଗଲା। ଏବେ,ମାମଲାର ଯାଞ୍ଚ ଆର୍ଥିକ ଅପରାଧ ଶାଖା କରୁଅଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।