ତେବେ ଆଇପିଏଲ ୧୫ ରେ ପ୍ରାୟ ପରିବର୍ତ୍ତନ ହେବାକୁ ଯାଉଛି। କାରଣ ଏହି ବର୍ଷ ଆଇପିଏଲରେ ଅହମ୍ମଦାବାଦ ଓ ଲକ୍ଷ୍ନୌ ଭଳି ଆଉ ଦୁଇଟି ସହରର ନାମ ଯୋଡ଼ି ହୋଇ ଯାଇଛି। ଏହା ସହିତ ଏହି ବର୍ଷ ମେଗା ଅକ୍ସନ ମଧ୍ୟ ହେବାକୁ ଯାଉଛି। ଯାହା ଫଳରେ ପ୍ରତ୍ୟେକ ଦଳ ନିଜର ଖେଳାଳି ମାନଙ୍କୁ ଛାଡ଼ି ସାରିଛନ୍ତି। ଯାହା ସହିତ ସେମାନେ ନୂତନ ଖେଳାଳି କିଣିବା ପାଇଁ ମଧ୍ୟ ନିଲାମ ପ୍ରକ୍ରିୟାରେ ସାମିଲ ହେବେ। ତେବେ ଯଦି ଏପରି ହୁଏ ତେବେ କେଉଁ ଖେଳାଳି କେଉଁ ଦଳ ପାଇଁ ଖେଳିବାକୁ ଯାଉଛନ୍ତି ଏହା ମଧ୍ୟ ପ୍ରଶ୍ନ ଭାବରେ ଛିଡା ହୋଇ ସାରିଲାଣି।
ଏହା ସହିତ ଏହି ବର୍ଷ ଅହମଦାବାଦ ଓ ଲକ୍ଷ୍ନୌ ଭଳି ଦୁଇଟି ନୂତନ ଦଳ ନିଲାମ ପ୍ରକ୍ରିୟାରେ ସାମିଲ ହେଉ ଥିବାରୁ ଆଉ କିଛି ନୂତନ ଖେଳାଳି ମାନଙ୍କୁ ମଧ୍ୟ ସୁଯୋଗ ମିଳିବାକୁ ଯାଉଛି। ଯାହା ଫଳରେ ଏହା ଅନୁମାନ କରାଯାଉଛି କି ଏହି ବର୍ଷ ଆହୁରି କିଛି ଖେଳାଳି ଅଧିକ ଦାମରେ କିଣା ହେବାକୁ ଯାଇପାରନ୍ତି।ଏହା ସହିତ ଲୋକେଶ ରାହୁଲଙ୍କୁ ଲକ୍ଷ୍ନୌ ନିଜର ଦଳରେ ସାମିଲ ହେବା ପାଇଁ ୨୦ କୋଟି ଟଙ୍କାର ଅଫର ଦେଇଥିବା କଥା ମଧ୍ୟ ଶୁଣିବାକୁ ମିଳୁଛି।
ଏହା ସହିତ ରାହୁଲ ଯଦି ଲକ୍ଷ୍ନୌ ଟିମ ପାଇଁ ଖେଳିବେ ତେବେ ସେ ଆଇପିଏଲ ଇତିହାସର ସବୁଠାରୁ ଦାମୀ ଖେଳାଳି ହୋଇଯିବେ। ଏହା ସହିତ ଯଦି ଏପରି ନ ହୁଏ ତେବେ ନିଲାମ ପ୍ରକ୍ରିୟାରେ ତାଙ୍କ ଉପରେ ଅନେକ ଅଧିକ ମୂଲ୍ୟ ଲଗାଯାଇ ପାରେ। ଏହା ସହିତ ଚହଲ ଓ ରସିଦ ଖାନଙ୍କ ଉପରେ ମଧ୍ୟ ମୋଟା ଅଙ୍କର ଟଙ୍କାରେ ଯାଇପାରନ୍ତି ବୋଲି ଜଣା ଯାଉଛି। ଏହା ସହିତ ଅହମ୍ମଦାବାଦ ଓ ଲକ୍ଷ୍ନୌ ଭଳି ନୂତନ ଟିମ ନିଜର ରଣନୀତି ପ୍ରସ୍ତୁତ କରିବାରେ ଲାଗି ପଡିଛନ୍ତି।
ତେବେ ଏହା ସହିତ ଏହି ବର୍ଷ ଶ୍ରେୟଶ ଆୟର,ଡେଭିଡ ୱାର୍ଣର ଭଳି ଅନେକ ବଡ଼ ବଡ ଖେଳାଳି ମଧ୍ୟ ଏହି ନିଲାମ ପ୍ରକ୍ରିୟାରେ ସାମିଲ ହେବାକୁ ଯାଉଛନ୍ତି। ଏହା ସହିତ ବର୍ତ୍ତମାନ ଅନେକ ଦଳ ନିଜର ଖେଳାଳିଙ୍କୁ ନିଜର ଦଳରେ ରଖିବା ପରେ ସେମାନଙ୍କ ପାଖରେ ବର୍ତ୍ତମାନ କମ ଟଙ୍କା ଥିବାରୁ ବର୍ତ୍ତମାନ ଖେଳାଳି ମାନଙ୍କୁ କିଣିବା ପାଇଁ ସେମାନଙ୍କୁ କିଛି ସମସ୍ୟା ମଧ୍ୟ ହୋଇପାରେ।
ତେବେ ଚେନ୍ନାଇ,ଦିଲ୍ଲୀ,କଲିକତା ଓ ମୁମ୍ବାଇ ପାଖରେ ବର୍ତ୍ତମାନ ୪୮ କୋଟି ଟଙ୍କା ଥିବା ବେଳେ ପଞ୍ଜାବ ପାଖରେ ୭୨ କୋଟି,ରାଜସ୍ଥାନ ପାଖରେ ୬୨ କୋଟି ବାଙ୍ଗାଲୋର ପାଖରେ ୫୭ କୋଟି ଓ ହାଇଦ୍ରାବାଦ ପାଖରେ ୬୮ କୋଟି ଟଙ୍କା ରହିଛି। ତେବେ କେଉଁ ଦଳ କେଉଁ ଖେଳାଳିଙ୍କୁ କିଣିବ ଏହା ଦେଖିବାକୁ ବାକି ରହିଲା।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।