ପାୱାରସର୍ଜ,ଏକ୍ସଫ୍ୟାକ୍ଟର ଓ ବେଶ ବୁଷ୍ଟ ନୂଆ ତିନି ନିୟମ ଅଟେ। ଯାହା କ୍ରିକେଟ ଅଷ୍ଟ୍ରେଲିଆ ୧୦ ଡିସେମ୍ବରରୁ ଆରମ୍ଭ ହବାକୁ ଯାଉଥିବା ବିଗବାସ ଲିଗର ୧୦ତମ ସିଜିନରେ ସାମିଲ କରିବାକୁ ଯାଉଛି।
ପାୱାରସର୍ଜ ନିୟମରେ,ଫିଲ୍ଡିଂ ଟିମ ସର୍କଲରୁ ବାହାରକୁ କେଵଳ ଦୁଇଟି ଖେଳାଳି ରହିପାରିବେ। ବ୍ୟାଟିଂ କରୁଥିବା ଦଳ ୧୧ ଓଭର ପରଠାରୁ ଏହି ନିୟମ ଯେବେ ଚାହିଁବେ ବ୍ୟବହାର କରିପାରିବେ। ସେହିପରି ପାୱାର ପ୍ଲେ ଓଭର ପ୍ରଥମ ୬ ଓଭରରୁ କଟା ହୋଇ ୪ ଓଭର ପର୍ଯ୍ୟନ୍ତ ହୋଇଛି।
ଏକ୍ସଫ୍ୟାକ୍ଟର ପ୍ଲେୟାର,୧୨ ବା ୧୩ ତମ ଖେଳାଳି ହେବ ଯିଏ ପ୍ରଥମ ପାଳିରେ ୧୦ ଓଭର ମଧ୍ୟରେ ଅନ୍ୟ ଖେଳାଳୀର ଜାଗା ନେଇପାରିବ ଯିଏ ସେ ପର୍ଯ୍ୟନ୍ତ ବ୍ୟାଟିଂ କିମ୍ବା ବୋଲିଂ କରିନାହିଁ।
ବ୍ୟାସ ବୁଷ୍ଟ ବୋନସ ଅଙ୍କ ଅଟେ ଯାହା ଦ୍ଵିତୀୟ ପାଳି ମଧ୍ୟରେ ଦିଆଯିବ। ଦ୍ଵିତୀୟ ପାଳି ଖେଳୁଥିବା ଟିମ ଯଦି ୧୦ ଓଭରରେ ଅନ୍ୟ ଟିମ କରିଥିବା ୧୦ ଓଭରର ରନକୁ ଅତିକ୍ରମ କରେ ତ ତାହାକୁ ଏହି ବୋନସ ଅଙ୍କ ଦିଆଯିବ।ହେଲେ ଯଦି ନ କରିପାରିବେ ତେବେ ଫିଲ୍ଡିଂ କରୁଥିବା ଟିମକୁ ଏହି ଅଙ୍କ ଦିଆଯିବ।

ବିବିଏଲର ମୁଖିଆ ଏଲିଷ୍ଟର ଡୋବସନ କହିଛନ୍ତି,”ପାୱାର ସର୍ଜ,ଏକ୍ସ ଫ୍ୟାକ୍ଟର,ଓ ବ୍ୟାସ ବୁଷ୍ଟ ନିୟମ ଲାଗୁ କରିବାର ମୁଖ୍ୟ ଉଦ୍ଦେଶ୍ୟ ଅଧିକ ସ୍କୋର,ମନୋରଞ୍ଜନ ଅଧିକ ନୂଆ ରଣନୀତି ଆଙ୍ଗଲ ଓ ଏହି କଥାକୁ ସୁନିଶ୍ଚିତ କରୁଛି କି ପୁରା ମ୍ୟାଚରେ କିଛି ନା କିଛି ରୋଚକ ଭରି ରହୁ। “ସେ କହିଛନ୍ତି’ଆମେ ଏହି କଥାକୁ ନେଇ ଆଶ୍ବସ୍ତି ଅଛୁ କି ପ୍ରଶଂସକ ଏହି ବଦଳିବା ନିୟମକୁ ପସନ୍ଦ କରିବେ ‘।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।