ବଡ଼ ଖବର: ରୋହିତ ଶର୍ମାଙ୍କ ଅଷ୍ଟ୍ରେଲିଆ ଗ୍ରସ୍ତକୁ ନେଇ ଆସିଲା ବଡ଼ ଅପଡ଼େଟ।

ଆଇପିଏଲ ୨୦୨୦ରେ ଆଘାତପ୍ରାପ୍ତ ହେବାପରେ ରୋହିତ ଶର୍ମା ଏନସିଏରେ ରିହୈବରେ ଗତିକରୁଥିଲେ ଓ ଏହା ପରେ ତାଙ୍କର ଅଷ୍ଟ୍ରେଲିଆ ଗ୍ରସ୍ତର ଚାନ୍ସ ବହୁତ କମ ଥିଲା ପରି ଅନୁମାନ ହେଉଥିଲା।

Google

ପୂର୍ବ କିଛି ଦିନରୁ ଭାରତର ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଅଷ୍ଟ୍ରେଲିଆ ଗ୍ରସ୍ତରେ ଯିବେକି ନାହିଁ ଏହା ଉପରେ ଯେଉଁ ଚର୍ଚ୍ଚା ଚାଲିଥିଲା ତାହା ମଙ୍ଗଳବାରକୁ ଥମି ଯାଇଛି।ରୋହିତ ଶର୍ମା ମଙ୍ଗଳବାର ସକାଳେ ଅଷ୍ଟ୍ରେଲିଆ ପାଇଁ ବାହାରିଯାଇଛନ୍ତି ଓ ତାଙ୍କର ଲକ୍ଷ ଅଷ୍ଟ୍ରେଲିଆ ବିରୁଦ୍ଧରେ ତୃତୀୟ ଟେଷ୍ଟ ମ୍ୟାଚ ଖେଳିବା ଉପରେ ଅଛି। ସିରିଜର ପ୍ରଥମ ମ୍ୟାଚ ୧୭ ଡିସେମ୍ବରରୁ ଏଡିଲେଡ଼ରେ ଗୋଲାପୀ ବଲରେ ହେବ। ଏକ ସୂତ୍ର ଏଏନଆଇକୁ କହିଛି କି ରୋହିତ ଅଷ୍ଟ୍ରେଲିଆ ପାଇଁ ବାହାରିଯାଇଛନ୍ତି। ସେ ଦୁବାଇ ଦେଇ ଅଷ୍ଟ୍ରେଲିଆ ଗ୍ରସ୍ତ କରିବେ। ସେ କ୍ୱାରେଣ୍ଟିନ ରହିବା ସହିତ ନିଜ ଫିଟନେସ ଉପରେ ଧ୍ୟାନ ଦେବେ।

ୟୁଏଇରେ ହୋଇଥିବା ଆଇପିଏଲର ୧୩ ତମ ସଂସ୍କରଣରେ ସମୟରେ ରୋହିତ ଶର୍ମା ଆଘାତ ପ୍ରାପ୍ତ ହୋଇଯାଇଥିଲେ। ଆଘାତ କାରଣରୁ ତାଙ୍କୁ ପ୍ରଥମେ ଅଷ୍ଟ୍ରେଲିଆ ଗ୍ରସ୍ତରୁ ବହାର କରିଦିଆଯାଇଥିଲା କିନ୍ତୁ ପରେ ଆଘାତ ସ୍ଥିତିକୁ ଜାଣିବା ପରେ ତାଙ୍କୁ ଟେଷ୍ଟ ସିରିଜ ପାଇଁ ଟିମରେ ନିଆଗଲା କିନ୍ତୁ ସେ ଭାରତୀୟ ଟିମ ସହ ମିଶି ଦୁବାଇରୁ ସିଧା ଅଷ୍ଟ୍ରେଲିଆ ଗଲେ ନାହିଁ। ସେ ପରିବାର କାରଣରୁ ଭାରତ ଫେରିଆସିଥିଲେ। ଦୀପାବଳି ପରେ ସେ ରିହୈବ ପାଇଁ ନେସନାଲ କ୍ରିକେଟ ଏକାଡେମୀ ଚାଲିଯାଇଥିଲେ।

Google
କ୍ୱାରେଣ୍ଟିନ ସମୟରେ ଫିଟନେସ ଉପରେ କାମ କରିବେ:-

ଏନସିଏର ଫିଜିଓ ଶୁକ୍ରବାରକୁ ରୋହିତ ଶର୍ମାଙ୍କ କ୍ଲିନ ଚିଟ ଦେଇ ଦେଇଥିଲେ। ଏହା ପରେ ଶନିବାରକୁ ବିସିସିଆଇ ଅଧିକାରୀ କହିଥିଲେ ସେ ଅଷ୍ଟ୍ରେଲିଆ ଗ୍ରସ୍ତ ପାଇଁ ମେଡ଼ିକାଲ ରୂପରେ ଫିଟ ଅଛନ୍ତି ଓ ସେ ସେଠାରେ କ୍ୱାରେଣ୍ଟିନ ସମୟରେ ଫିଟନେସ ଉପରେ ଧ୍ୟାନ ରଖିବେ । ବିସିସିଆଇ ରିଲିଜ ଜାରି କରି କହିଛି ରୋହିତ ଶର୍ମାଙ୍କୁ ଡିଟେଲ କାର୍ଯ୍ୟକ୍ରମରେ ଦିଆଯାଇଛି। ଯାହା ତାଙ୍କୁ ଦୁଇ ସପ୍ତାହ କ୍ୱାରେଣ୍ଟିନ ସମୟରେ କରିବାକୁ ହେବ। କ୍ୱାରେଣ୍ଟିନ ଶେଷ ହେବାପରେ ମେଡ଼ିକାଲ ଟିମ ତାଙ୍କ ଫିଟନେସକୁ ତଦାରଖ କରିବେ।ଏହା ପରେ ଅଷ୍ଟ୍ରେଲିଆ ବିରୁଦ୍ଧରେ ସିରିଜରେ ଖେଳିବା ନେଇ ଫଇସଲା ନିଆଯିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *