IND vs AUS : ୩ୟ ଟେଷ୍ଟରେ ହେବ ବଡ଼ ପରିବର୍ତ୍ତନ। ରୋହିତ ଶର୍ମାଙ୍କୁ ନେଇ କୋଚ ଶାସ୍ତ୍ରୀ ଦେଲେ ବଡ଼ ବୟାନ।

ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଭାରତୀୟ ବୋଲର କମାଲ ପ୍ରଦର୍ଶନ କରି ଅଷ୍ଟ୍ରେଲିଆକୁ ଦୁଇଟି ଯାକ ପାରିରେ ଅଳ୍ପ ରନରେ ଅଲଆଉଟ କରିଦେଇଥିଲେ।

Google

ଅଜିଙ୍କ୍ୟ ରାହାଣେଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ମେଲବର୍ଣ୍ଣ ଟେଷ୍ଟରେ ବିଜୟ ହାସଲ କରି ଚାରୋଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୧ରେ ବରାବରୀ କରିଦେଇଛି।ଏବେ ଭାରତୀୟ ଟିମର ନଜର ୭ ଜାନୁଆରୀରୁ ହେବାକୁ ଥିବା ତୃତୀୟ ଟେଷ୍ଟରେ ବିଜୟ ହାସଲ କରି ସିରିଜରେ ଆଗକୁ ବଢ଼ିବାରେ ଉପରେ ରହିବ। ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଭାରତୀୟ ବୋଲର ସୁନ୍ଦର ପ୍ରଦର୍ଶନ କରିଛନ୍ତି।ଯଶପ୍ରୀତ ବୁମରା, ମହମ୍ମଦ ସିରାଜ ଓ ରବିଚନ୍ଦ୍ରନ ଅଶ୍ୱିନୀଙ୍କ ସୁନ୍ଦର ବୋଲିଙ୍ଗ ଦ୍ଵାରା ଅଷ୍ଟ୍ରେଲିଆ ପ୍ରଥମ ପାରିରେ ୧୯୫ ଓ ଦ୍ୱିତୀୟ ପାରିରେ ୨୦୦ ରନରେ ଅଟକିଗଲା। ତୃତୀୟ ଟେଷ୍ଟରେ ମଧ୍ୟ ବୋଲରଙ୍କ ଉପରେ ଆଶା ରହିବ। କୋଚ ରବି ଶାସ୍ତ୍ରୀ ରଣନୀତିର ଖୁଲାସା କରି କହିଛନ୍ତି ତୃତୀୟ ଟେଷ୍ଟରେ ମଧ୍ୟ ଦ୍ୱିତୀୟ ଟେଷ୍ଟ ଭଳି ଟିମ ୫ ଟି ବୋଲରଙ୍କ ସହିତ ଓହ୍ଲାଇବ।

ଶାସ୍ତ୍ରୀ କହିଛନ୍ତି ଆମେ ୫ଟି ବୋଲରଙ୍କ ରଣନୀତି ସହ ତୃତୀୟ ଟେଷ୍ଟରେ ଓହ୍ଲାଇବୁ। ରୋହିତ ଶର୍ମା ବୁଧବାରକୁ ଟିମ ସହିତ ଯୋଡି ହେବେ। ଶାସ୍ତ୍ରୀ କହିଛନ୍ତି ଏହା ଦେଖିବାକୁ ହେବ କି ସେ ଶାରୀରିକ ରୂପରେ କିପରି ଅଛନ୍ତି।କ୍ବାରେଣ୍ଟିନ ପରେ ସେ କିପରି ଅନୁଭବ କରୁଛନ୍ତି। ଏହା ପରେ ଯାଇ କୌଣସି ଫଇସଲା ଉପରେ ଧ୍ୟାନ ଦିଆଯିବ।

୩ଟି ଦ୍ରୁତ ବୋଲର ଓ ଦୁଇଟି ସ୍ପିନରଙ୍କ ସହ ଓହ୍ଲାଇଥିଲା ଭାରତ। ଯେଉଁଠି ଯଶପ୍ରୀତ ବୁମରା , ମହମ୍ମଦ ସିରାଜ ଓ ଉମେଶ ଯାଦବ ଦ୍ରୁତ ଵୋଲିଙ୍ଗ ସମ୍ଭାଳିଲେ ସେହିପରି ଅଶ୍ୱିନୀ ଓ ଜାଡେଜା ସ୍ପିନ ଵୋଲିଙ୍ଗ ସମ୍ଭାଳିଲେ। ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଉମେଶ ଯାଦବ ଆଘାତପ୍ରାପ୍ତ ହୋଇଯାଇଥିଲେ। ସେ ଭଲ ଫର୍ମରେ ଚାଲୁଥିଲେ ଓ ସେ ଏକ ବଡ଼ ବ୍ୟାଟ୍ସମ୍ୟାନକୁ ମଧ୍ୟ ଆଉଟ କରିଥିଲେ।

Google

ଦ୍ୱିତୀୟ ପାରିରେ ଉମେଶ ଯାଦବ ଜୋ ବନର୍ସଙ୍କୁ ଆଉଟ କରିଥିଲେ। ସେ ମାତ୍ର ୩.୩ ଓଭର ହିଁ ବୋଲିଙ୍ଗ କରିପାରିଲେ। ଯେବେ ଉମେଶ ଯାଦବ ଚତ୍ରୁର୍ଥ ଓଭର ବୋଲିଙ୍ଗ କରିଥିଲେ ତାଙ୍କ ମାଂସପେଶୀରେ ଆଘାତ ସୃଷ୍ଟି ହୋଇଥିଲା। ସେ ଯନ୍ତ୍ରଣା ଅନୁଭବ କରୁଥିଲେ ଓ ବିସିସିଆଇ ମେଡିକାଲ ଟିମ ତାଙ୍କୁ ଦେଖିଲା। ତାଙ୍କ ଅବସ୍ଥାକୁ ଦେଖି ତାଙ୍କୁ ପରୀକ୍ଷା ପାଇଁ ମେଡିକାଲ ନେଇଗଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *