IND VS ENG: ରୋହିତଙ୍କର ଶତକୀୟ ଇନିଂସ ଭିତରେ ସୃଷ୍ଟି ହେଲା ବଡ଼ ବିବାଦ, ଚାରିଆଡେ ହେଉଛି ଚର୍ଚ୍ଚା।

ଚେନ୍ନାଇ ଟେଷ୍ଟର ପ୍ରଥମ ଦିନରେ ରୋହିତ ଶର୍ମା ଉନ୍ନତ ଶତକୀୟ ଇନିଂସ ଖେଳିଲେ। ନିଜର ଏହି ଶତକୀୟ ଇନିଂସ ଭିତରେ ରୋହିତ ଦର୍ଶକ ମାନଙ୍କର ବହୁତ ପ୍ରଶଂସା ଲୁଟିଲେ। ସେ ସବୁ ପ୍ରକାର ସର୍ଟ ଖେଳି ଷ୍ଟାଡିୟମରେ ବସିଥିବା ଲୋକ ମାନଙ୍କର ବହୁତ ମନୋରଞ୍ଜନ କଲେ। ତାଙ୍କର ଏହି ଶତକୀୟ ଇନିଂସ ଭିତରେ ଏକ ବିବାଦ ଭି ସାମ୍ନାକୁ ଆସିଯାଇଛି। ପ୍ରକୃତରେ ରୋହିତ ଯେତେବେଳେ ବ୍ୟାଟିଂ କରୁଥିଲେ ତ ୭୧ତମ ଓଭରରେ ଜ୍ୟାକ ଲିଚଙ୍କର ବଲରେ ରୋହିତଙ୍କୁ ଷ୍ଟମ୍ପିଙ୍ଗର ଅପିଲ ହେଲା। ମାତ୍ର ତୃତୀୟ ଅମ୍ପାୟାର ତାଙ୍କୁ ଆଉଟ ଦେଇ ନଥିଲେ।

Google

ଲିଚ ଅଫ ଷ୍ଟମ୍ପ ବାହାରୁ ରୋହିତଙ୍କୁ ଫସେଇଲେ ଆଉ ତା ପରେ ୱିକେଟ କିପର ବେନ ଫୋକ୍ସ ଷ୍ଟମ୍ପ ଉଡେଇ ଦେଲେ। ଆଉ ଯେତେବେଳେ ବେନ ଫୋକ୍ସ ଅପିଲ କଲେ ଷ୍ଟମ୍ପିଙ୍ଗର ସେତେବେଳେ ତୃତୀୟ ଅମ୍ପାୟାର ଅନୀଲ ଚୌଧୁରୀ ଦେଖିଲେ କି ରୋହିତଙ୍କର ପାଦର କିଛି ଭାଗ କ୍ରିଜ ଭିତରେ ଥିଲା ଆଉ ସେ ଏହାକୁ ନଟ ଆଉଟ ଘୋଷଣା କଲେ। ବେନ ଫୋକ୍ସ ବହୁତ ଉତ୍ସାହର ସହ ଅପିଲ କଲେ କାରଣ ତାଙ୍କର ମାନିବା ଥିଲା କି ରୋହିତଙ୍କର ଗୋଡ଼ କିଛି ବାହାରେ ଅଛି। ମାତ୍ର ତାଙ୍କର ଗୋଡ଼ ଭିତରେ ଥିଲା।

ନେହରାଙ୍କ ମୁତାବିକ ଆଉଟ ଥିଲେ ରୋହିତ:

ଏହି ନିଷ୍ପତି ପରେ କମେଣ୍ଟ୍ରି କରୁଥିବା ଆଶିଷ ନେହରାଙ୍କର କହିବା କଥା କି ବୋଧହୁଏ ଅମ୍ପାୟାର ଅନୀଲ ଚୌଦୁରି ବହୁତ ଜଲଦି କରି ଦେଲେ। ନେହରାଙ୍କ ମୁତାବିକ ରୋହିତ ଆଉଟ ଥିଲେ। ଆଉ ଆକାଶ ଚୋପ୍ରା ବି କହିଲେ କି ଗୋଟେ ଭାଗରୁ ରୋହିତ ଆଉଟ ହିଁ ଲାଗୁଥିଲେ କାରଣ ତାଙ୍କର ଗୋଡ଼ କ୍ରିଜ ଉପରେ ଥିଲା।

Google

ଅମ୍ପାୟାର ଅନୀଲ ଚୌଧୁରୀ ରୋହିତଙ୍କୁ ନଟ ଆଉଟ ଦେବା ପରେ ବିଦେଶୀ ଫ୍ୟାନ ମାନେ ବହୁତ ରାଗି ଗଲେ ଆଉ ସେ ଅମ୍ପାୟାର ଅନୀଲ ଚୌଧୁରୀଙ୍କୁ ବେଇମାନ ବୋଲି ମଧ୍ୟ କହି ଦେଲେ। ସୋସିଆଲ ମିଡିଆରେ ଅନୀଲ ଚୌଧୁରୀ ବହୁତ ଟ୍ରୋଲ ହେଲେ ମାତ୍ର ଏହି ଫଇସଲା ପରେ ରୋହିତ ଶର୍ମା ଆଉ ବେସି ସମୟ କ୍ରିଜରେ ତିଷ୍ଠି ପାରି ନଥିଲେ। ରୋହିତ ମୋଇନ ଅଲ୍ଲୀଙ୍କୁ ଜ୍ୟାକ ଲିଚଙ୍କର ବଲରେ କ୍ୟାଚ ଦେଇ ଦେଲେ ଆଉ ସେ ଏହି ଇନିଂସରେ ୧୬୧ ରନ ବନେଇଲେ ଯାହା ଭିତରେ ୧୮ଟି ଚୌକା ଆଉ ୨ଟି ଛକା ଲଗେଇଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *