ଆଇପିଏଲ ପ୍ରଥମ ମ୍ୟାଚ ରୋମାଞ୍ଚକ ହେବ। କାରଣ ପ୍ରଥମ ମ୍ୟାଚ ପାଞ୍ଚ ଥରର ଆଇପିଏଲ ଚମ୍ପିୟାନ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ହେବ। ଏହି ମ୍ୟାଚ ଚେନ୍ନାଇର ଏମ ଚିଦାମ୍ବରମ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ମ୍ୟାଚ ସନ୍ଧ୍ୟା ୭.୩୦ ରେ ଆରମ୍ଭ ହେବ ଯେବେକି ଟର୍ଚ୍ଚ ସନ୍ଧ୍ୟା ୭ ଟାରେ ପଡିବ। ଏହି ମ୍ୟାଚ ପୂର୍ବରୁ ଆମେ ଆପଣଙ୍କୁ ଏହି ମ୍ୟାଚ ବିଷୟରେ ଚାରିଟି ମୁଖ୍ୟ କଥା କହିବାକୁ ଯାଉଛୁ।

ମୁମ୍ବାଇ ଇଣ୍ଡିଆନ୍ସ ଟିମ ରୟାଲ ଚାଲେଞ୍ଜର୍ସ ବାଙ୍ଗଲୋର ଉପରେ ସର୍ବଦା ଭାରି ପଡିଥାଏ। ଦୁହିଁଙ୍କ ଭିତରେ ପୂର୍ଵ ୧୦ ମ୍ୟାଚର କଥା କହିବା ତ ରୋହିତ ଶର୍ମାଙ୍କ ଟିମ ନିଜ ଦବାବ ରଖିଛନ୍ତି। ପୂର୍ଵ ୧୦ ମ୍ୟାଚରୁ ମୁମ୍ବାଇ ୮ ଟି ଜିତିଥିବା ବେଳେ ବାଙ୍ଗାଲୋର ୨ ଟି ଜିତିଛି। ୨ ଟିରୁ ମୁମ୍ବାଇ ଗୋଟେ ମ୍ୟାଚରେ ସୁପର ଓଭରରେ ହାରିଥିଲା।
ବାଙ୍ଗଲୋର ପାଇଁ ଭଲ କଥା ଏହା କି ମୁମ୍ବାଇ ପୂର୍ଵ ୮ ଟି ସଂସ୍କରଣରେ ନିଜ ପ୍ରଥମ ମ୍ୟାଚ ବିଜୟ ଲାଭ କରିନାହିଁ। କିନ୍ତୁ ଏଥର ମୁମ୍ବାଇ ଟିମ ଏହି ରେକର୍ଡକୁ ଭାଙ୍ଗିପାରେ ବୋଲି କୁହା ଯାଉଛି। ଟିମ ପାଖରେ ଭଲ ଖେଳାଳି ଅଛନ୍ତି ଓ ଟିମ ଭଲ ପ୍ଲେଇଁ ଇଲେଭେନ ସହ ଓହ୍ଲାଇବା ପାଇଁ ଜଣାଯାଇଥାଏ।

ବାଙ୍ଗାଲୋର ପାଇଁ ଖରାପ ଖବର ଏହା କି ଏମ ଚିଦାମ୍ବରମ ଷ୍ଟାଡିୟମରେ ବିରାଟ କୋହଲିଙ୍କ ବ୍ୟାଟ ଚାଲିନଥାଏ। ଏହି ଷ୍ଟାଡିୟମରେ ବିରାଟ କୋହଲି ସବୁଠୁ ଧିମା ଗତିରେ ରନ କରିଥାନ୍ତି। ବିରାଟ କୋହଲିଙ୍କର ଏହି ଷ୍ଟାଡିୟମରେ ଷ୍ଟାଇକ ରେଟ ମାତ୍ର ୧୧୧.୪୯ ଅଟେ।

ଚେନ୍ନାଇରେ ବିଜୟରେ ସର୍ବଦା ସ୍ପିନରଙ୍କ ଯୋଗଦାନ ରହିଥାଏ। ବର୍ଷ ୨୦୧୮ରୁ ଏବେ ପର୍ଯ୍ୟନ୍ତ ଏହି ପିଚରେ ସବୁଠୁ ଭଲ ଔସତ ସ୍ପିନରଙ୍କ ରହିଛି। ସେହିପରି ଏମ ଚିଦାମ୍ବରମ ଷ୍ଟାଡିୟମରେ ସ୍ପିନରନଙ୍କ ଇକୋନୋମି ରେଟ ମାତ୍ର ୬.୧୬ ଅଟେ ବୋଲି ଜଣା ଯାଇଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।