୨୩ ବର୍ଷୀୟ ଚେତନ ସକାରିଆ ସିଏସକେଙ୍କ ଉପରେ ଭାରି ପଡିଲେ। ନେଲେ ଧୋନୀଙ୍କ ସମେତ ଏହି ଦୁଇ ବଡ଼ ୱିକେଟ।

ସୌରାଷ୍ଟ୍ରର ବାମହାତୀ ଦ୍ରୁତ ବୋଲର ଚେତନ ସକାରିଆ ଆଇପିଏଲରେ ରାଜସ୍ଥାନ ତରଫରୁ ଖେଳି ବହୁତ ଉନ୍ନତ ମାନର ବୋଲିଂ କରିବାର ନଜର ଆସିଛନ୍ତି। ରାଜସ୍ଥାନ ପକ୍ଷରୁ ଖେଳି ସେ ଚେନ୍ନାଇ ର ତିନି ଜଣ ମହତ୍ତ୍ୱପୂର୍ଣ ବ୍ୟାଟ୍ସମ୍ୟାନଙ୍କୁ ଆଉଟ କଲେ। ଏହା ଭିତରେ ସୁରେଶ ରାଇନା ତଥା ଏମଏସ ଧୋନୀଙ୍କର ବଡ଼ ୱିକେଟ ବି ସାମିଲ ଥିଲା। ଚେନ୍ନାଇ ୯ ୱିକେଟ ବିନିମୟରେ ୧୮୮ ରନ କରିଥିଲା

Google

ଚେତନ ସକାରିଆଙ୍କୁ ପ୍ରଥମ ଥର ପାଇଁ ଆଇପିଏଲରେ ଖେଳିବା ପାଇଁ ମୌକା ମିଳିଛି। ଚେନ୍ନାଇ ଟିମ ଗୋଟେ ସମୟରେ ବହୁତ ଉନ୍ନତ ସ୍ଥିତିରେ ଥିଲା ଆଉ ସେମାନଙ୍କର ସ୍କୋର ୩ ୱିକେଟ ବିନିମୟରେ ୧୩.୧ ଓଭରରେ ୧୨୩ ରନ ଥିଲା। ୧୪ତମ ଓଭରର ଦ୍ୱିତୀୟ ବଲରେ ସକାରିଆ ଅମ୍ବତି ରାୟୁଡୁଙ୍କୁ ଆଉଟ କଲେ। ପରେ ଏହି ଓଭରର ୫ମ ବଲରେ ସେ ରାଇନା ୧୮ ଙ୍କୁ ଆଉଟ କଲେ। ଏହାପରେ ସକାରିଆ ଚେନ୍ନାଇର କ୍ୟାପଟେନ ତଥା କ୍ୟାପଟେନ ଭାବେ ନିଜର ୨୦୦ତମ ମ୍ୟାଚ ଖେଳୁଥିବା ଏମଏସ ଧୋନୀଙ୍କୁ ଆଉଟ କଲେ ଯାହା ଫଳରେ ଚେନ୍ନାଇ ଟିମ ନିଜର ୨୦୦ ରନର ଅଙ୍କ ଛୁଇଁ ପାରିଲା ନାହିଁ। ସେ ୪ ଓଭରରେ ମାତ୍ର ୩୬ ରନ ଦେଇ ୩ଟି ମହତ୍ତ୍ୱପୂର୍ଣ ୱିକେଟ ହାସଲ କରିବାର ନଜର ଆସିଥିଲେ ।

ପଞ୍ଜାବ ବିରୁଦ୍ଧରେ ବି ୩ଟି ୱିକେଟ ଅକ୍ତିଆର କରିଥିଲେ:

ସକାରିଆ ଆଇପିଏଲର ପ୍ରଥମ ମ୍ୟାଚ ପଞ୍ଜାବ କିଂଗ୍ସଙ୍କ ବିରୁଦ୍ଧରେ ଖେଳିବାର ନଜର ଆସିଥିଲେ। ଟିମକୁ ସେହି ମ୍ୟାଚରେ ପରାଜୟର ସାମ୍ନା କରିବାକୁ ପଡିଥିଲା ମାତ୍ର ସକାରିଆ ସେହି ମ୍ୟାଚରେ ନିଜର ଛାପ ଛାଡିଥିଲେ। ସେ ମାତ୍ର ୩୧ ରନ ଦେଇ ୩ଟି ୱିକେଟ ଅକ୍ତିଆର କରିଥିଲେ। ଏହା ଭିତରେ ମୟଙ୍କ ଅଗ୍ରୱାଲ, କେ ଏଲ ରାହୁଲ ତଥା ଝାଏ ରିଚାର୍ଡସନ ଙ୍କର ୱିକେଟ ସାମିଲ ଥିଲା। ସେ ଟି ଟ୍ୱେଣ୍ଟି ଲିଗର ୨ଟି ମ୍ୟାଚରେ ୬ଟି ୱିକେଟ ଅକ୍ତିଆର କରି ସାରିଛନ୍ତି ଯାହା ଭିତରେ ତାଙ୍କର ଷ୍ଟ୍ରାଇକ ରେଟ ୧୨ ର ଅଛି।

Google
ତିନି ମାସ ଆଗରୁ ଛୋଟ ଭାଇ ଆତ୍ମହତ୍ୟା କରିଥିଲେ:

ଚେତନ ସକାରିଆଙ୍କର ବେଶ ପ୍ରାଇସ ୨୦ ଲକ୍ଷ ଟଙ୍କା ଥିଲା ମାତ୍ର ରାଜସ୍ଥାନ ରୟଲସ ତାଙ୍କୁ ୧.୨ କୋଟି ଟଙ୍କାରେ କିଣିବାର ନଜର ଆସିଥିଲା। ମାତ୍ର ତାଙ୍କ ପାଇଁ ଆଇପିଏଲ ଖେଳିବା ସହଜ ନଥିଲା କାରଣ ଏହି ବର୍ଷ ଜାନୁୟାରୀରେ ତାଙ୍କର ଛୋଟ ଭାଇ ଆତ୍ମହତ୍ୟା କରି ଦେଇଥିଲେ ଆଉ ତା ପରେ ବି ସେ ଓହରି ଯାଇନଥିଲେ, ତାଙ୍କର ଓଭର ଅଲ ଟି ଟ୍ୱେଣ୍ଟି ରେକର୍ଡ କଥା କହିବା ତ ସେ ଏଯାଏ ୧୯ ମ୍ୟାଚ ମାନଙ୍କରେ ୩୪ ୱିକେଟ ଅକ୍ତିଆର କରି ସାରିଛନ୍ତି। ଥରେ ୪ଟି ଆଉ ଥରେ ୫ଟି ୱିକେଟ ଅକ୍ତିଆର କରିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *