ସଂକ୍ରମଣ କମୁଥିବା ବେଳେ ଆସିଲା ଚିନ୍ତାର ବିଷୟ! ଦିନକରେ ହଠାତ ବଢ଼ିଲା ୨୨ ହଜାର ନୂଆ ପଜିଟିଭ

ବର୍ତ୍ତମାନ ଦେଶରେ କରୋନାର ଦ୍ୱିତୀୟ ଲହରୀ ଚାଲିଛି।ଜୁଲାଇ ଆରମ୍ଭରୁ ଦେଶରେ ଧୀରେ ଧରେ ସଂକ୍ରମଣ ହାର କମୁଥିବା ବେଳେ ଏବେ ଚିନ୍ତା ବଢ଼ାଇ ଦେଇଛି କେରଳ। ବାଧ୍ୟହୋଇ ମୁଖ୍ୟମନ୍ତ୍ରୀ ବିଜୟନ ଦୁଇ ଦିନର ଲକଡାଉନ ଘୋଷଣା କରିଛନ୍ତି। ଆପଣଙ୍କୁ କହିରଖିବୁ ଜୁଲାଇ ୩୧ ଓ ଅଗଷ୍ଟ ୧ ରେ ସମ୍ପୂର୍ଣ କେରଳ ବନ୍ଦ ରହିବ।

Google

ବର୍ତ୍ତମାନ ଦେଶରେ ସଂକ୍ରମଣ ହାର କମୁଥିବାବେଳେ କେରଳରେ ପରିସ୍ଥିତି ଖରାପ। ବୁଧବାର ଦିନ ଦେଶରେ ୪୩ ହଜାର ସଂକ୍ରମଣ ହୋଇଥିବା ବେଳେ କେବଳ କେରଳରେ ୨୨,୦୫୬ ଜଣ ସଂକ୍ରମଣ ହୋଇଛନ୍ତି ଓ କେରଳରେ ସେଦିନ ୧୩୧ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଯାଇଛି। ଏବେ କେରଳରେ ଆକ୍ଟିଭ ସଂକ୍ରମଣ ଅଛି ୧ ଲକ୍ଷ ୪୯ ହଜାର ୫୩୪। କେରଳରେ ସମୁଦାୟ ଏବେ ପର୍ଯ୍ୟନ୍ତ ୩୧,୬୦,୮୦୪ ଜଣ କରୋନାରୁ ଭଲ ହୋଇଯାଇଥିବା ବେଳେ ମୃତ୍ୟୁ ହୋଇଛି ୧୬,୪୫୭ ଜଣଙ୍କର।

କେରଳରେ ଗତ କିଛି ଦିନ ହେବ ପରିସ୍ଥିତି ଖରାପ ହେବାରେ ଲାଗିଛି। ଅସମ୍ଭାଳ ଭାବେ ପ୍ରତ୍ୟେକ ଦିନ ହୁ ହୁ ହୋଇ ସଂକ୍ରମଣ ଓ ମୃତ୍ୟୁ ହାର ବଢିଚାଲିଛି। ଏବେ ପରିସ୍ଥିତିର ମୁକାବିଲା ପାଇଁ ୬ ଜଣିଆ କେନ୍ଦ୍ରୀୟ ଟିମକୁ କେରଳ ପଠାଯାଇଛି। ଏହି କଥା ଜଣାଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ। ସେ କହିଛନ୍ତି କେରଳରେ ପରିସ୍ଥିତି ଖରାପ ହେଉଥିବାରୁ ଯେପରି ତୃତୀୟ ଲହରୀ ନଆସିବ ଓ କେରଳରେ ପରିସ୍ଥିତିକୁ ପୂର୍ବପରି କରିବା ପାଇଁ ୬ ଜଣିଆ ଟିମକୁ କେରଳ ପଠାଯାଇଛି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *